ବେଲ୍ଟ ଷ୍ଟ୍ରାପ୍ଟରେ ୧୪ କିଲୋ ସୁନା ଲୁଚାଇ ନେଉଥିଲେ ଅଭିନେତ୍ରୀ, ଏୟାରପୋର୍ଟରେ ମାଡିବସିଲା ତଦନ୍ତକାରୀ ଟିମ୍

କର୍ଣ୍ଣାଟକ୦୫/୦୩: ପେଶାରେ ଝିଅ କନ୍ନଡ ଅଭିନେତ୍ରୀ । ବାପା ପୋଲିସ । ସେ ବି ପୁଣି ଡିଜିପି । କିନ୍ତୁ ଝିଅ କରୁଛି ସୁନା ସ୍ମଗଲିଂ । ଏମିତି ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରନୟା ୧୪ କେଜି ସୁନା ସହ ଧରାପଡିଛନ୍ତି । ଜଣେ ଡିଜିପିଙ୍କ ଝିଅ ସୁନା ଚୋରି କରୁଥିବାର ଆପଣ ଜାଣିଲେ । ହେଲେ ତାଙ୍କ ସୁନା ଚୋରିର ତରିକା ଶୁଣିଲେ ମୁଣ୍ଡରେ ହାତ ଦେବେ ଆପଣ । ବେଶ ଚତୁରତାର ସହ ନିଜ ବେଲ୍ଚ ଷ୍ଟ୍ରାପରେ ୧୪ କିଲୋ ସୁନାକୁ ଲୁଚାଇ ଦୁବାଇରୁ ଆଣିଥିଲେ । ହେଲେ ବେଙ୍ଗାଲୁର ଏୟାରପୋର୍ଟରେ ତାଙ୍କର ଯାଞ୍ଚ ବେଳେ ଧରାପଡିଯାଇଥିଲେ ରନୟା । ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଆଖିରୁ ବର୍ତ୍ତି ପାରିନଥିଲେ । ଧରାପଡିବା ପରେ ଗୋଟି ଗୋଟି ସତ ମାନିଥିଲେ ରନୟା । କେମିତି କରୁଥିଲେ ସୁନା ସ୍ମଗଲିଂ । ଅଭିନେତ୍ରୀ ରନୟା କାହିଁକି ସନ୍ଦେହ ଘେରକୁ ଆସିଥିଲେ ସେ ସଂପର୍କରେ ମଧ୍ୟ ହୋସ୍‌ ଉଡାଇଲା ପରି ତଥ୍ୟ ରହିଛି । ଗତ ବର୍ଷକ ମଧ୍ୟରେ ସେ ୧୦ ଥର ଦୁବାଇ ଓ ଆରବ ଦେଶକୁ ଯାଇଥିଲେ । ବାରମ୍ବାର ଏପରି ଯିବାକୁ ନେଇ ତଦନ୍ତକାରୀ ସଂସ୍ଥାର ସ୍କାନରକୁ ଆସିଯାଇଥିଲେ ରନୟା । ଧରାପଡିବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ରନୟା ତାମିଲ ସହ ଅନେକ କନ୍ନଡ ଫିଲ୍ମରେ ଆକ୍ଟିଂ କରିଛନ୍ତି । ତେବେ ଫିଲ୍ମ ମାଣକ୍ୟ ପାଇଁ ବ

ବେଲ୍ଟ ଷ୍ଟ୍ରାପ୍ଟରେ ୧୪ କିଲୋ ସୁନା ଲୁଚାଇ ନେଉଥିଲେ ଅଭିନେତ୍ରୀ, ଏୟାରପୋର୍ଟରେ ମାଡିବସିଲା ତଦନ୍ତକାରୀ ଟିମ୍

କର୍ଣ୍ଣାଟକ୦୫/୦୩: ପେଶାରେ ଝିଅ କନ୍ନଡ ଅଭିନେତ୍ରୀ । ବାପା ପୋଲିସ । ସେ ବି ପୁଣି ଡିଜିପି । କିନ୍ତୁ ଝିଅ କରୁଛି ସୁନା ସ୍ମଗଲିଂ । ଏମିତି ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରନୟା ୧୪ କେଜି ସୁନା ସହ ଧରାପଡିଛନ୍ତି । 

ଜଣେ ଡିଜିପିଙ୍କ ଝିଅ ସୁନା ଚୋରି କରୁଥିବାର ଆପଣ ଜାଣିଲେ । ହେଲେ ତାଙ୍କ ସୁନା ଚୋରିର ତରିକା ଶୁଣିଲେ ମୁଣ୍ଡରେ ହାତ ଦେବେ ଆପଣ । ବେଶ ଚତୁରତାର ସହ ନିଜ ବେଲ୍ଚ ଷ୍ଟ୍ରାପରେ ୧୪ କିଲୋ ସୁନାକୁ ଲୁଚାଇ ଦୁବାଇରୁ ଆଣିଥିଲେ । ହେଲେ ବେଙ୍ଗାଲୁର ଏୟାରପୋର୍ଟରେ ତାଙ୍କର ଯାଞ୍ଚ ବେଳେ ଧରାପଡିଯାଇଥିଲେ ରନୟା । ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଆଖିରୁ ବର୍ତ୍ତି ପାରିନଥିଲେ । ଧରାପଡିବା ପରେ ଗୋଟି ଗୋଟି ସତ ମାନିଥିଲେ ରନୟା । କେମିତି କରୁଥିଲେ ସୁନା ସ୍ମଗଲିଂ ।

 ଅଭିନେତ୍ରୀ ରନୟା କାହିଁକି ସନ୍ଦେହ ଘେରକୁ ଆସିଥିଲେ ସେ ସଂପର୍କରେ ମଧ୍ୟ ହୋସ୍‌ ଉଡାଇଲା ପରି ତଥ୍ୟ ରହିଛି । ଗତ ବର୍ଷକ ମଧ୍ୟରେ ସେ ୧୦ ଥର ଦୁବାଇ ଓ ଆରବ ଦେଶକୁ ଯାଇଥିଲେ । ବାରମ୍ବାର ଏପରି ଯିବାକୁ ନେଇ ତଦନ୍ତକାରୀ ସଂସ୍ଥାର ସ୍କାନରକୁ ଆସିଯାଇଥିଲେ ରନୟା । ଧରାପଡିବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ରନୟା ତାମିଲ ସହ ଅନେକ କନ୍ନଡ ଫିଲ୍ମରେ ଆକ୍ଟିଂ କରିଛନ୍ତି । ତେବେ ଫିଲ୍ମ ମାଣକ୍ୟ ପାଇଁ ବେଶୀ ପରିଚିତ ହୋଇଥିଲେ ରନୟା ।