ଦ୍ବିତୀୟଥର କ୍ୟାପଟେନ୍ସିପ୍‌ ଛାଡିଲେ ବାବର, ଏହି କାରଣରୁ ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ ୦୨।୧୦: ପାକିସ୍ତାନ କ୍ୟାପଟେନ୍‌ ବାବର ଆଜମ । ଦ୍ବିତୀୟଥର ପାଇଁ ଛାଡିଲେ କ୍ୟାପଟନସିପ୍‌ । ODI ଏବଂ T20ରେ ସମ୍ଭାଳିବେନି ଟିମ୍‌ର କମାଣ । ଅଧିନାୟକ ପଦ ଛାଡିବାକୁ ରାତିଅଧରେ କରିଛନ୍ତି ଘୋଷଣା । ଏବେ ପ୍ରଶ୍ନ ଆସୁଛି କିଏ ସମ୍ଭାଳିବ ପାକିସ୍ତାନର କ୍ୟାପଟେନ ପଦ ?  ଦ୍ୱିତୀୟ ଥର ପାଇଁ ପାକିସ୍ତାନ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବାବର ଆଜାମ । ଏନେଇ ସେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ସେ ଗତବର୍ଷ ଓ୍ବାନଡେ ବିଶ୍ୱକପ ପରେ ପାକିସ୍ତାନର ଅଧିନାୟକତ୍ୱ ଛାଡିଥିଲେ । କିନ୍ତୁ ଚଳିତବର୍ଷ ଏପ୍ରିଲରେ ପିସିବି ତାଙ୍କୁ ହ୍ବାଇଟ ବଲ୍ କ୍ରିକେଟରେ ଅଧିନାୟକ ଭାବେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲା। ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ମଧ୍ୟ ଚଳିତ ବର୍ଷର ଟି-୨୦ ଓ୍ବାର୍ଲକପ୍‌ ଖେଳିଛି । ବର୍ତ୍ତମାନ ବାବର ଆଜମ ପାକିସ୍ତାନର ଅଧିନାୟକତ୍ୱ ପଦରୁ ସମ୍ପୂର୍ଣ୍ଣ ଇସ୍ତଫା ଦେଇଛନ୍ତି ।ସୋସିଆଲ ମିଡିଆରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ବାବର ଆଜାମ ଘୋଷଣା କରିଛନ୍ତି । ସେ କାହିଁକି ଏପରି ନିଷ୍ପତ୍ତି ନେଉଛନ୍ତି ତା ମଧ୍ୟ ସ୍ପଷ୍ଟ କରିଛନ୍ତି । ବାବର କହିଛନ୍ତି ସେ ତାଙ୍କ ବ୍ୟାଟିଂ ଏବଂ ଖେଳ ଉପରେ ଧ୍ୟାନ ଦେବା ପାଇଁ ନେଇଛନ୍ତି ଏପରି ନିଷ୍ପତ୍ତି । ସେ କହିଛନ୍ତି ଯେ ଜଣେ ଖେଳାଳି ଭାବେ ଟିମ୍‌ରେ ନିଜର ଯୋଗଦାନ ଜାରି ରଖିବେ । ବାବର ନିଜ ଫ୍ୟାନ୍ସଙ୍କ ପାଇଁ ଲେଖିଛନ୍ତି ଯେ ମୁଁ  ତୁରନ୍ତ ପ୍ରଭାବରୁ ଅଧିନା

ଦ୍ବିତୀୟଥର କ୍ୟାପଟେନ୍ସିପ୍‌ ଛାଡିଲେ ବାବର, ଏହି କାରଣରୁ ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ ୦୨।୧୦: ପାକିସ୍ତାନ କ୍ୟାପଟେନ୍‌ ବାବର ଆଜମ । ଦ୍ବିତୀୟଥର ପାଇଁ ଛାଡିଲେ କ୍ୟାପଟନସିପ୍‌ । ODI ଏବଂ T20ରେ ସମ୍ଭାଳିବେନି ଟିମ୍‌ର କମାଣ । ଅଧିନାୟକ ପଦ ଛାଡିବାକୁ ରାତିଅଧରେ କରିଛନ୍ତି ଘୋଷଣା । ଏବେ ପ୍ରଶ୍ନ ଆସୁଛି କିଏ ସମ୍ଭାଳିବ ପାକିସ୍ତାନର କ୍ୟାପଟେନ ପଦ ?  

ଦ୍ୱିତୀୟ ଥର ପାଇଁ ପାକିସ୍ତାନ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବାବର ଆଜାମ । ଏନେଇ ସେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ସେ ଗତବର୍ଷ ଓ୍ବାନଡେ ବିଶ୍ୱକପ ପରେ ପାକିସ୍ତାନର ଅଧିନାୟକତ୍ୱ ଛାଡିଥିଲେ । କିନ୍ତୁ ଚଳିତବର୍ଷ ଏପ୍ରିଲରେ ପିସିବି ତାଙ୍କୁ ହ୍ବାଇଟ ବଲ୍ କ୍ରିକେଟରେ ଅଧିନାୟକ ଭାବେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲା। ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ମଧ୍ୟ ଚଳିତ ବର୍ଷର ଟି-୨୦ ଓ୍ବାର୍ଲକପ୍‌ ଖେଳିଛି । ବର୍ତ୍ତମାନ ବାବର ଆଜମ ପାକିସ୍ତାନର ଅଧିନାୟକତ୍ୱ ପଦରୁ ସମ୍ପୂର୍ଣ୍ଣ ଇସ୍ତଫା ଦେଇଛନ୍ତି ।

ସୋସିଆଲ ମିଡିଆରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ବାବର ଆଜାମ ଘୋଷଣା କରିଛନ୍ତି । ସେ କାହିଁକି ଏପରି ନିଷ୍ପତ୍ତି ନେଉଛନ୍ତି ତା ମଧ୍ୟ ସ୍ପଷ୍ଟ କରିଛନ୍ତି । ବାବର କହିଛନ୍ତି ସେ ତାଙ୍କ ବ୍ୟାଟିଂ ଏବଂ ଖେଳ ଉପରେ ଧ୍ୟାନ ଦେବା ପାଇଁ ନେଇଛନ୍ତି ଏପରି ନିଷ୍ପତ୍ତି । ସେ କହିଛନ୍ତି ଯେ ଜଣେ ଖେଳାଳି ଭାବେ ଟିମ୍‌ରେ ନିଜର ଯୋଗଦାନ ଜାରି ରଖିବେ । 

ବାବର ନିଜ ଫ୍ୟାନ୍ସଙ୍କ ପାଇଁ ଲେଖିଛନ୍ତି ଯେ ମୁଁ  ତୁରନ୍ତ ପ୍ରଭାବରୁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି । ପାକିସ୍ତାନ କ୍ରିକେଟ୍ ଟିମର ନେତୃତ୍ୱ ନେବା ମୋ ପାଇଁ ଗୌରବର ବିଷୟ। ମୁଁ ଅଧିନାୟକତ୍ୱରୁ ବହୁତ କିଛି ଶିଖିବାକୁ ପାଇଲି । କିନ୍ତୁ ମୁଁ ଅନୁଭବ କରୁଛି ଯେ ବର୍ତ୍ତମାନ ଅଧିନାୟକତ୍ୱ ଛାଡିବା ମୋ ପାଇଁ ଉପଯୁକ୍ତ ସମୟ । 

ବାବର ଆଜାମ ଆହୁରି କହିଛନ୍ତି ସେ ବର୍ତ୍ତମାନ ତାଙ୍କ ବ୍ୟାଟିଂ ଏବଂ ଖେଳ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଆଉ ଏଥିପାଇଁ ସେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ପ୍ରଶଂସକମାନଙ୍କୁ କହିଥିଲେ ଯେ ବର୍ତ୍ତମାନ ସେ ଅଧିନାୟକ ଭାବରେ ନୁହେଁ ବରଂ ଜଣେ ଖେଳାଳି ଭାବରେ ଟିମ୍‌ରେ ରହିବେ ।

 ବର୍ତ୍ତମାନ ପାକିସ୍ତାନ ଖେଳିବ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ । ଏହାର ଅଧିନାୟକ ହୋଇଛନ୍ତି ଶାନ ମାସୁଦ । କିନ୍ତୁ,ବାବର ଆଜାମଙ୍କ ଇସ୍ତଫା ପରେ ବର୍ତ୍ତମାନ ପିସିବି ଆଗରେ ବଡ ପ୍ରଶ୍ନ, କିଏ ହେବ ହ୍ବାଇଟ୍‌ ବଲ୍‌ କ୍ରିକେଟର ପରବର୍ତ୍ତୀ ଅଧିନାୟକ...