ଏବେ 'ଏକ୍ସ'ରେ କମେଣ୍ଟ ପାଇଁ ଦେବାକୁ ହେବ ଚାର୍ଜ, ମସ୍କଙ୍କ ନୂଆ ଯୋଜନାରେ ଏହି ୟୁଜର୍ସ ହେବେ ପ୍ରଭାବିତ

ନୂଆଦିଲ୍ଲୀ: ଏଲନ ମସ୍କ ଟ୍ବିଟର କିଣିବା ପରଠାରୁ କମ୍ପାନିକୁ ନେଇ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ଗୋଟିଏ ଥିଲା ଏହାର ନାଁ ପରିବର୍ତ୍ତନ। ମାଲିକାନା କିଣିବା ପରେ ମସ୍କ, ଟ୍ବିଟରର ନାଁ ପରିବର୍ତ୍ତନ କରି ‘ଏକ୍ସ’ କରିଥିଲେ। ସେହିଭଳି ଆଉ ଏକ ବଡ଼ ନିଷ୍ପତ୍ତି ଥିଲା ‘ବ୍ଲୁ ଟିକ୍’ ପାଇଁ ଦେୟ। ଅର୍ଥାତ୍‌ ୟୁଜର୍ସଙ୍କୁ ବ୍ଲୁ ଟିକ୍‌ ପାଇଁ ଦେୟ ଦେବାକୁ ପଡ଼ିବ।ଆଉ ଏବେ ପୁଣି ଥରେ ଏଲନ ମସ୍କ ଘୋଷଣା କରିଛନ୍ତି ଯେ, ଏକ୍ସରେ ଆଉ ଏକ ଫିଚର ପାଇଁ ଟଙ୍କା ନେବାକୁ ଯୋଜନା କରୁଛନ୍ତି। ଏଲନ ମସ୍କଙ୍କ ଏହି ନୂଆ ନିଷ୍ପତ୍ତିର ପ୍ରଭାବ ନୂଆ ଏକ୍ସ ୟୁଜର୍ସଙ୍କ ଉପରେ ପଡ଼ିବ। କାରଣ ଏଣିକି ନୂଆ ୟୁଜର୍ସଙ୍କୁ କୌଣସିବି ପୋଷ୍ଟ ଲେଖିବା, ଲାଇକ କରିବା, କୌଣସି ପୋଷ୍ଟରେ ରିପ୍ଲାଏ ଦେବା ଏମିତିକି ବୁକ୍‌ମାର୍କ ଦେବା ଉପରେ ମଧ୍ୟ କିଛି ଦେୟ ଦେବାକୁ ପଡ଼ିବ। ଆହୁରି ପଢ଼ନ୍ତୁ:ସାରା ବିଶ୍ୱରେ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ଟେସ୍‌ଲାରିପୋର୍ଟ ଅନୁଯାୟୀ, ଏଲନ ମସ୍କ ବଟ୍ସ କାରଣରୁ ହେଉଥିବା ଅସୁବିଧାକୁ ମୂଳରୁହିଁ ଶେଷ କରିବାକୁ ଚାହୁଛନ୍ତି।ଆଉ ଏହାକୁ ନେଇ କଠୋର ପଦକ୍ଷେପ ନେଉଛନ୍ତି। ଏଲନ ମସ୍କ ଜଣେ ଏକ୍ସ ଆକାଉଣ୍ଟ ୟୁଜରଙ୍କ ପ୍ରଶ୍ନର ଉତ୍ତରରେ ଏନେଇ ସୂଚନା ଦେଇଛନ୍ତି। ମସ୍କଙ୍କ ଏହି ନିୟମ ନୂଆ ଏକ୍ସ ଆକାଉଣ୍ଟଧାରୀଙ୍କ ପାଇଁ ହେବ। ନୂଆ ଆକାଉଣ୍ଟ କରିବାର ତିନି ମାସ ପରେ ୟୁଜର୍ସ ବିନା କୌଣସି ଦେୟରେ କୌଣସି ଚାର

ଏବେ 'ଏକ୍ସ'ରେ କମେଣ୍ଟ ପାଇଁ ଦେବାକୁ ହେବ ଚାର୍ଜ, ମସ୍କଙ୍କ ନୂଆ ଯୋଜନାରେ ଏହି ୟୁଜର୍ସ ହେବେ ପ୍ରଭାବିତ

ନୂଆଦିଲ୍ଲୀ: ଏଲନ ମସ୍କ ଟ୍ବିଟର କିଣିବା ପରଠାରୁ କମ୍ପାନିକୁ ନେଇ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ଗୋଟିଏ ଥିଲା ଏହାର ନାଁ ପରିବର୍ତ୍ତନ। ମାଲିକାନା କିଣିବା ପରେ ମସ୍କ, ଟ୍ବିଟରର ନାଁ ପରିବର୍ତ୍ତନ କରି ‘ଏକ୍ସ’ କରିଥିଲେ। ସେହିଭଳି ଆଉ ଏକ ବଡ଼ ନିଷ୍ପତ୍ତି ଥିଲା ‘ବ୍ଲୁ ଟିକ୍’ ପାଇଁ ଦେୟ। ଅର୍ଥାତ୍‌ ୟୁଜର୍ସଙ୍କୁ ବ୍ଲୁ ଟିକ୍‌ ପାଇଁ ଦେୟ ଦେବାକୁ ପଡ଼ିବ।ଆଉ ଏବେ ପୁଣି ଥରେ ଏଲନ ମସ୍କ ଘୋଷଣା କରିଛନ୍ତି ଯେ, ଏକ୍ସରେ ଆଉ ଏକ ଫିଚର ପାଇଁ ଟଙ୍କା ନେବାକୁ ଯୋଜନା କରୁଛନ୍ତି। 

ଏଲନ ମସ୍କଙ୍କ ଏହି ନୂଆ ନିଷ୍ପତ୍ତିର ପ୍ରଭାବ ନୂଆ ଏକ୍ସ ୟୁଜର୍ସଙ୍କ ଉପରେ ପଡ଼ିବ। କାରଣ ଏଣିକି ନୂଆ ୟୁଜର୍ସଙ୍କୁ କୌଣସିବି ପୋଷ୍ଟ ଲେଖିବା, ଲାଇକ କରିବା, କୌଣସି ପୋଷ୍ଟରେ ରିପ୍ଲାଏ ଦେବା ଏମିତିକି ବୁକ୍‌ମାର୍କ ଦେବା ଉପରେ ମଧ୍ୟ କିଛି ଦେୟ ଦେବାକୁ ପଡ଼ିବ। 

ଆହୁରି ପଢ଼ନ୍ତୁ:

ସାରା ବିଶ୍ୱରେ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ଟେସ୍‌ଲା

ରିପୋର୍ଟ ଅନୁଯାୟୀ, ଏଲନ ମସ୍କ ବଟ୍ସ କାରଣରୁ ହେଉଥିବା ଅସୁବିଧାକୁ ମୂଳରୁହିଁ ଶେଷ କରିବାକୁ ଚାହୁଛନ୍ତି।ଆଉ ଏହାକୁ ନେଇ କଠୋର ପଦକ୍ଷେପ ନେଉଛନ୍ତି। ଏଲନ ମସ୍କ ଜଣେ ଏକ୍ସ ଆକାଉଣ୍ଟ ୟୁଜରଙ୍କ ପ୍ରଶ୍ନର ଉତ୍ତରରେ ଏନେଇ ସୂଚନା ଦେଇଛନ୍ତି। ମସ୍କଙ୍କ ଏହି ନିୟମ ନୂଆ ଏକ୍ସ ଆକାଉଣ୍ଟଧାରୀଙ୍କ ପାଇଁ ହେବ। ନୂଆ ଆକାଉଣ୍ଟ କରିବାର ତିନି ମାସ ପରେ ୟୁଜର୍ସ ବିନା କୌଣସି ଦେୟରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। 

ଏହା ପୂର୍ବରୁ ମଧ୍ୟ ଏଲନ ମସ୍କ ଗତ ବର୍ଷ ଅକ୍ଟୋବରରେ ଫିଲିପିନ୍ସ ଏବଂ ନ୍ୟୁଜିଲାଣ୍ଡରେ ନୂଆ ୟୁଜର୍ସଙ୍କୁ ବାର୍ଷିକ ୧ ଡଲାର ଚାର୍ଜ କରିବାକୁ ଘୋଷଣା କରିଥିଲେ।ଏଲନ ମସ୍କ ଏପର୍ଯ୍ୟନ୍ତ ଏକ୍ସରୁ ଅନେକ ଫେକ୍ ଆକାଉଣ୍ଟ ବ୍ୟାନ କରିସାରିଛନ୍ତି। ଚଳିତ ବର୍ଷ ଫେବ୍ରୁଆରୀ ୨୬ ଏବଂ ମାର୍ଚ୍ଚ ୨୫ ମଧ୍ୟରେ ପ୍ରାୟ ୨ଲକ୍ଷ ୧୩ ହଜାର ଆକାଉଣ୍ଟ ବ୍ୟାନ୍ କରିଥିଲା। ଏହି ଆକାଉଣ୍ଟ କମ୍ପାନି ପଲିସିର ଉଲ୍ଲଘଂନ କରୁଥିଲା।