ପାରାଗ୍ଲାଇଡିଂ କରି ପରୀକ୍ଷା କେନ୍ଦ୍ର ପହଞ୍ଚିଲେ ଛାତ୍ର

ମୁମ୍ବାଇ: ପରୀକ୍ଷା ସମୟ ପାଖେଇ ଆସୁଥିଲା। ପହଞ୍ଚିବା ପାଇଁ ମାତ୍ର ୧୫ରୁ ୨୦ ମିନିଟ ସମୟ ହାତରେ ଥିଲା। ଗାଡ଼ିରେ ଯାଇଥିଲେ ଘଣ୍ଟାଏ ପର୍ଯ୍ୟନ୍ତ ଟ୍ରାଫିକରେ ଫସିବାର ଭୟ ଥିଲା। ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇ ନ ପାରିବାର ଆଶଙ୍କା ଥିଲା। ଏପରି ସ୍ଥିତିରେ ଛାତ୍ର ଅଭିନବ ଉପାୟ ଅବଲମ୍ବନ କରିଥିଲେ। ପାରାଗ୍ଲାଇଡିଂ କରି ଆକାଶ ମାର୍ଗରେ ଯିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଦେଇଥିଲେ। ମହାରାଷ୍ଟ୍ର […]

ପାରାଗ୍ଲାଇଡିଂ କରି ପରୀକ୍ଷା କେନ୍ଦ୍ର ପହଞ୍ଚିଲେ ଛାତ୍ର
Student reaches exam center by paragliding

ମୁମ୍ବାଇ: ପରୀକ୍ଷା ସମୟ ପାଖେଇ ଆସୁଥିଲା। ପହଞ୍ଚିବା ପାଇଁ ମାତ୍ର ୧୫ରୁ ୨୦ ମିନିଟ ସମୟ ହାତରେ ଥିଲା। ଗାଡ଼ିରେ ଯାଇଥିଲେ ଘଣ୍ଟାଏ ପର୍ଯ୍ୟନ୍ତ ଟ୍ରାଫିକରେ ଫସିବାର ଭୟ ଥିଲା। ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇ ନ ପାରିବାର ଆଶଙ୍କା ଥିଲା। ଏପରି ସ୍ଥିତିରେ ଛାତ୍ର ଅଭିନବ ଉପାୟ ଅବଲମ୍ବନ କରିଥିଲେ। ପାରାଗ୍ଲାଇଡିଂ କରି ଆକାଶ ମାର୍ଗରେ ଯିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଦେଇଥିଲେ। ମହାରାଷ୍ଟ୍ର ୱାଇ ବ୍ଲକ୍‌ର ପାସାରାଣୀ ଗ୍ରାମର ଛାତ୍ର ସାମର୍ଥ ମାହାଙ୍ଗଡ଼େ ଏପରି ଦୁଃସାହସିକ ଉପାୟ ଅବଲମ୍ବନ କରିଛନ୍ତି। ଏବେ ତାଙ୍କର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି କଲେଜ ବ୍ୟାଗ୍‌ ଧରି ଆକାଶରେ ଉଡୁଛି। ଆଉ ସେ ଅଚାନକ କଲେଜ କ୍ୟାମ୍ପସରେ ପ୍ରବେଶ କରୁଛି। ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।