ନିର୍ବନ୍ଧ ଚାଲିଥିବା ବେଳେ କନ୍ୟାକୁ ବିଷ ପିଆଇଦେଲା ଯୁବତୀ, କାରଣ ଅସ୍ପଷ୍ଟ

ପଟ୍ଟାମୁଣ୍ଡାଇ: ନିର୍ବନ୍ଧ ବେଳେ କନ୍ୟାକୁ ବିଷ । ନିର୍ବନ୍ଧ ପରେ କନ୍ୟାକୁ ଥଣ୍ଡା ପାନୀୟରେ ଦେଲେ ବିଷ ଭାବି ସ୍ୱାମୀଙ୍କ ପ୍ରେମିକା । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ଗ୍ରାମରେ । ଏହି ଗ୍ରାମର ସେକ କେଫାତ ଅଲିଙ୍କ ଝିଅ ପରଉଇନଙ୍କ ବିବାହ ପଟ୍ଟାମୁଣ୍ଡାଇ ବସ୍ତିର ସେକ ସଫାତ ଅଲିଙ୍କ ପୁଅ ସେକ ତାହିର ଅଲିଙ୍କ ସହ ସ୍ଥିର ହୋଇଥିଲା । ତେବେ ଏଥିପାଇଁ ଆଜି ନିର୍ବନ୍ଧ କାମ ପାଇଁ […]

ନିର୍ବନ୍ଧ ଚାଲିଥିବା ବେଳେ କନ୍ୟାକୁ ବିଷ ପିଆଇଦେଲା ଯୁବତୀ, କାରଣ ଅସ୍ପଷ୍ଟ
The mother drank the poison for her two daughters

ପଟ୍ଟାମୁଣ୍ଡାଇ: ନିର୍ବନ୍ଧ ବେଳେ କନ୍ୟାକୁ ବିଷ । ନିର୍ବନ୍ଧ ପରେ କନ୍ୟାକୁ ଥଣ୍ଡା ପାନୀୟରେ ଦେଲେ ବିଷ ଭାବି ସ୍ୱାମୀଙ୍କ ପ୍ରେମିକା । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ଗ୍ରାମରେ । ଏହି ଗ୍ରାମର ସେକ କେଫାତ ଅଲିଙ୍କ ଝିଅ ପରଉଇନଙ୍କ ବିବାହ ପଟ୍ଟାମୁଣ୍ଡାଇ ବସ୍ତିର ସେକ ସଫାତ ଅଲିଙ୍କ ପୁଅ ସେକ ତାହିର ଅଲିଙ୍କ ସହ ସ୍ଥିର ହୋଇଥିଲା । ତେବେ ଏଥିପାଇଁ ଆଜି ନିର୍ବନ୍ଧ କାମ ପାଇଁ ଝିଅର ପରିବାର ଲୋକେ ପଟ୍ଟାମୁଣ୍ଡାଇ ଯାଇଥିଲେ । ଅନ୍ୟପଟେ ଝିଅ ଏକଲା ଥିବାର ସୁଯୋଗ ନେଇ ପଟ୍ଟାମୁଣ୍ଡାଇ ବସ୍ତିର ଜଣେ ମହିଳା କନ୍ୟାକୁ ବିଷ ଖୁଆଇ ଦେଇଥିଲେ । ଗୁରୁତର ଝିଅ ଏବେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ବିଷ ଦେବାର ପ୍ରକୃତ ରହସ୍ୟ ଏବେବି ସନ୍ଦେହ ଘେରରେ ଅଛି । ଯେଉଁ ଯୁବକ ସହ ନିର୍ବନ୍ଧ ହୋଇଥିଲା ତା’ର ପ୍ରେମିକା ବିଷ ଦେଇଥିବା ଅଭିଯୋଗ ହୋଇଛି । ଥଣ୍ଡା ପାନୀୟରେ ବିଷ ଦେଇଥିବା ମହିଳା ଓ ଜଣେ ପୁରୁଷ ଅଟକ ରହିଛନ୍ତି । ପାନୀୟରେ ବିଷ ଦେଇଥିବା ପ୍ରେମିକା, ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ଦେଇଥିବା ଜଣାପଡିଛି ।