ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଲା ସୁନା, ମାର୍ଚ୍ଚରେ ବଢିଲାଣି ୪ ହଜାର ଟଙ୍କା

ନୂଆଦିଲ୍ଲୀ ୨୯/୦୩: ଗୁରୁବାର ସୁନା ଦର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି । ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ୱେବ୍‌ସାଇଟ୍‌ ମୁତାବକ,  ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ୧୩୭ ଟଙ୍କା ମହଙ୍ଗା ହୋଇ ୬୬,୯୭୧ ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ଦର ୬୧,୩୪୫ ଟଙ୍କା ସ୍ତରରେ ରହିଛି । ୨୧ ମାର୍ଚ୍ଚରେ ସୁନା ଦର ୬୬,୯୬୮ ଟଙ୍କା ସ୍ତରରେ ଥିଲା । ସେହିଭଳି ରୁପା ଦରରେ ମଧ୍ୟ ସାମାନ୍ୟ ବୃଦ୍ଧି ହୋଇଛି । ଏହା କିଲୋ ପିଛା ୧୪ ଟଙ୍କା ବଢ଼ି ୭୪,୦୧୧ ଟଙ୍କାରେ ବିକ୍ରି ହେଉଛି । ଏହା ପୂର୍ବରୁ କିଲୋ ପିଛା ରୁପା ଦର ୭୩,୯୯୭ ଟଙ୍କା ସ୍ତରରେ ଥିଲା । ଗତ ବର୍ଷ ଡିସେମ୍ବର ୪ରେ ରୁପା ଦର ୭୭,୦୭୩ ଟଙ୍କାର ରେକର୍ଡ ସ୍ତରରେ ଥିଲା । ଚଳିତ ମାସରେ ସୁନା ଦର ବୃଦ୍ଧି ଜାରି ରହିଛି । ମାର୍ଚ୍ଚ ପହିଲାରେ ୧୦ ଗ୍ରାମ ପିଛା ସୁନା ୬୨,୫୯୨ ଟଙ୍କା ସ୍ତରରେ ଥିବା ବେଳେ ୨୮ ମାର୍ଚ୍ଚରେ ଏହା ୬୬,୯୭୧ ଟଙ୍କା ଛୁଇଁଛି । ଚଳିତ ମାସ ଅଦ୍ୟାବଧି ସୁନା ଦର ୪,୩୭୯ ଟଙ୍କା ବୃଦ୍ଧି ହେଲାଣି । ସେହିଭଳି ରୁପା ଦର ୬୯,୯୭୭ ଟଙ୍କା ସ୍ତରରୁ ବୃଦ୍ଧି ହୋଇ ୭୪,୦୧୧ ଟଙ୍କା ଛୁଇଁଲାଣି । ସୁନା ଦର ବୃଦ୍ଧି ଲାଗି ବିଶେଷ କରି ୪ କାରଣ ଦାୟୀ । ୨୦୨୪ରେ ସାରା ବିଶ୍ୱକୁ ମାନ୍ଦାବସ୍ଥା ଆଶଙ୍କା, ବିବାହ ଋତୁ ଚାହିଦା, ଡଲାର ସୂଚକାଙ୍କରେ ଦୁର୍ବଳତା ଏବଂ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ବୃହତ୍‌ ପରିମାଣରେ ସୁନା କିଣିବା ଯୋଗୁ ଦର ବୃଦ୍ଧି ଘଟୁଛ

ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଲା ସୁନା, ମାର୍ଚ୍ଚରେ ବଢିଲାଣି ୪ ହଜାର ଟଙ୍କା

ନୂଆଦିଲ୍ଲୀ ୨୯/୦୩: ଗୁରୁବାର ସୁନା ଦର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି । ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ୱେବ୍‌ସାଇଟ୍‌ ମୁତାବକ,  ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ୧୩୭ ଟଙ୍କା ମହଙ୍ଗା ହୋଇ ୬୬,୯୭୧ ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ଦର ୬୧,୩୪୫ ଟଙ୍କା ସ୍ତରରେ ରହିଛି । 

୨୧ ମାର୍ଚ୍ଚରେ ସୁନା ଦର ୬୬,୯୬୮ ଟଙ୍କା ସ୍ତରରେ ଥିଲା । ସେହିଭଳି ରୁପା ଦରରେ ମଧ୍ୟ ସାମାନ୍ୟ ବୃଦ୍ଧି ହୋଇଛି । ଏହା କିଲୋ ପିଛା ୧୪ ଟଙ୍କା ବଢ଼ି ୭୪,୦୧୧ ଟଙ୍କାରେ ବିକ୍ରି ହେଉଛି । ଏହା ପୂର୍ବରୁ କିଲୋ ପିଛା ରୁପା ଦର ୭୩,୯୯୭ ଟଙ୍କା ସ୍ତରରେ ଥିଲା । ଗତ ବର୍ଷ ଡିସେମ୍ବର ୪ରେ ରୁପା ଦର ୭୭,୦୭୩ ଟଙ୍କାର ରେକର୍ଡ ସ୍ତରରେ ଥିଲା । ଚଳିତ ମାସରେ ସୁନା ଦର ବୃଦ୍ଧି ଜାରି ରହିଛି । 

ମାର୍ଚ୍ଚ ପହିଲାରେ ୧୦ ଗ୍ରାମ ପିଛା ସୁନା ୬୨,୫୯୨ ଟଙ୍କା ସ୍ତରରେ ଥିବା ବେଳେ ୨୮ ମାର୍ଚ୍ଚରେ ଏହା ୬୬,୯୭୧ ଟଙ୍କା ଛୁଇଁଛି । ଚଳିତ ମାସ ଅଦ୍ୟାବଧି ସୁନା ଦର ୪,୩୭୯ ଟଙ୍କା ବୃଦ୍ଧି ହେଲାଣି । ସେହିଭଳି ରୁପା ଦର ୬୯,୯୭୭ ଟଙ୍କା ସ୍ତରରୁ ବୃଦ୍ଧି ହୋଇ ୭୪,୦୧୧ ଟଙ୍କା ଛୁଇଁଲାଣି । ସୁନା ଦର ବୃଦ୍ଧି ଲାଗି ବିଶେଷ କରି ୪ କାରଣ ଦାୟୀ । 

୨୦୨୪ରେ ସାରା ବିଶ୍ୱକୁ ମାନ୍ଦାବସ୍ଥା ଆଶଙ୍କା, ବିବାହ ଋତୁ ଚାହିଦା, ଡଲାର ସୂଚକାଙ୍କରେ ଦୁର୍ବଳତା ଏବଂ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ବୃହତ୍‌ ପରିମାଣରେ ସୁନା କିଣିବା ଯୋଗୁ ଦର ବୃଦ୍ଧି ଘଟୁଛି । ୨୦୨୩ ଆରମ୍ଭକୁ ବିଚାରକୁ ନେଲେ ସୁନା ୫୪,୮୬୭ ଟଙ୍କା ସ୍ତରରେ ଥିଲା । ଏହା ଡିସେମ୍ବରରେ ୬୩,୨୪୬ ଟଙ୍କା ଛୁଇଁଲା । 

୨୦୨୩ରେ ସୁନା ୧୬% ବା ୮୩୭୯ ଟଙ୍କା ବୃଦ୍ଧି ହୋଇଛି । ସେହିଭଳି ରୁପା ୬୮,୦୯୨ ଟଙ୍କାରୁ ବୃଦ୍ଧି ହୋଇ ୭୩,୩୯୫ ଟଙ୍କା ଛୁଇଁଛି । ଆଗାମୀ ଦିନରେ ମଧ୍ୟ ସୁନା ଦରରେ ବୃଦ୍ଧି ହୋଇପାରେ । ଫଳରେ ଚଳିତ ବର୍ଷ ୧୦ ଗ୍ରାମ ପିଛା ସୁନା ଦର ୭୦ ହଜାର ଟଙ୍କା ଛୁଇଁପାରେ । ସେହିଭଳି କିଲୋ ପିଛା ରୁପା ଦର ୭୫ ହଜାର ଟଙ୍କା ଯାଏ ବୃଦ୍ଧି ହେବାର ଆଶଙ୍କା ରହିଛି ।