କିଙ୍ଗ ଖାନ୍‌ଙ୍କ ବଡ ନିଷ୍ପତ୍ତି, ଫିଲ୍ମରୁ ବ୍ରେକ୍‌ ନେଲେ ଅଭିନେତା

ମୁମ୍ଵାଇ ୦୫।୦୫: ବଲିଉଡ ବାଦଶାହା ଶାହାରୁଖ ଖାନ । ଗତ ବର୍ଷ ଅର୍ଥାତ୍‌ ୨୦୨୩ରେ ଏକ ଚମତ୍କାର କମ୍‌ବ୍ୟାକ୍ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ ‘ପଠାନ’ ସହିତ ପରଦାରେ ହଇଚଇ ସୃଷ୍ଟି କରିଥିଲେ। ଏହାର ବ୍ୟବସାୟ ସହିତ ବକ୍ସ ଅଫିସରେ ଧମାଲ କରିଥିଲେ। ‘ପଠାନ’ର କିଛି ମାସ ପରେ ଶାହରୁଖ ପରବର୍ତ୍ତୀ ଫିଲ୍ମ ‘ଜୱାନ’ ମୁକ୍ତିଲାଭ କରିଥିଲା। ଯାହା ପଠାନ୍‌ ଠାରୁ ଅଧିକ ରୋଜଗାର କରିଥିଲା। ଡିସେମ୍ବରରେ, ତାଙ୍କର ତୃତୀୟ ମୁଭି ‘ଡଙ୍କି’ ଆସିଥିଲା ଏବଂ ପ୍ରଥମ ଦ୍ଵିତୀୟ ତୁଳନାରେ ସେତିକି ବ୍ୟବସାୟ କରି ପାରି ନଥିଲା । ହେଲେ ବି ହିଟ୍ ହୋଇଥିଲା । ତେବେ ଗୋଟିଏ ବର୍ଷରେ ତିନୋଟି ବ୍ଲକବଷ୍ଟର ମୁଭି କରିବା ପରେ ଶାହାରୁଖ ଏବେ ବଡ ନିଷ୍ପତ୍ତି ନେଇଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଟିକେ ଦୁଖିତ କରିପାରେ । ସେ ବର୍ତ୍ତମାନ ବିରତି ନେବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ସେ କିଛି ସମୟ ପାଇଁ ଲଗାତାର କାମ କରିଆସୁଛନ୍ତି, କିନ୍ତୁ ଏବେ ସେ ତାଙ୍କ ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ (ଆଇପିଏଲ ଟିମ କେକେଆର୍‌) କୁ ସମର୍ଥନ କରିବାକୁ ଚାହୁଁଛନ୍ତି। ଷ୍ଟାର ସ୍ପୋର୍ଟସ ସହିତ କଥାବାର୍ତ୍ତା ବେଳେ ଶାହରୁଖ କହିଛନ୍ତି- ମୁଁ ଭାବୁଛି କିଛି ବ୍ରେକ ନେବି। ତିନୋଟି ମୁଭି କରିସାରିଛି। ଏହା ବହୁତ ଫିଜିକାଲ ଓ୍ବାର୍କ ଆବଶ୍ୟକ କରେ । ତେଣୁ ମୁଁ କିଛି ସମୟ ପାଇଁ ଛୁଟି ନେବି ବୋଲି ଭାବିଛି। ମୁଁ ପୁରା ଟିମକୁ କହିଛି ଯେ ମୁଁ ପୂରା ମ୍ୟାଚ

କିଙ୍ଗ ଖାନ୍‌ଙ୍କ ବଡ ନିଷ୍ପତ୍ତି, ଫିଲ୍ମରୁ ବ୍ରେକ୍‌ ନେଲେ ଅଭିନେତା

ମୁମ୍ଵାଇ ୦୫।୦୫: ବଲିଉଡ ବାଦଶାହା ଶାହାରୁଖ ଖାନ । ଗତ ବର୍ଷ ଅର୍ଥାତ୍‌ ୨୦୨୩ରେ ଏକ ଚମତ୍କାର କମ୍‌ବ୍ୟାକ୍ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ ‘ପଠାନ’ ସହିତ ପରଦାରେ ହଇଚଇ ସୃଷ୍ଟି କରିଥିଲେ। ଏହାର ବ୍ୟବସାୟ ସହିତ ବକ୍ସ ଅଫିସରେ ଧମାଲ କରିଥିଲେ। ‘ପଠାନ’ର କିଛି ମାସ ପରେ ଶାହରୁଖ ପରବର୍ତ୍ତୀ ଫିଲ୍ମ ‘ଜୱାନ’ ମୁକ୍ତିଲାଭ କରିଥିଲା। ଯାହା ପଠାନ୍‌ ଠାରୁ ଅଧିକ ରୋଜଗାର କରିଥିଲା। ଡିସେମ୍ବରରେ, ତାଙ୍କର ତୃତୀୟ ମୁଭି ‘ଡଙ୍କି’ ଆସିଥିଲା ଏବଂ ପ୍ରଥମ ଦ୍ଵିତୀୟ ତୁଳନାରେ ସେତିକି ବ୍ୟବସାୟ କରି ପାରି ନଥିଲା । ହେଲେ ବି ହିଟ୍ ହୋଇଥିଲା । 

ତେବେ ଗୋଟିଏ ବର୍ଷରେ ତିନୋଟି ବ୍ଲକବଷ୍ଟର ମୁଭି କରିବା ପରେ ଶାହାରୁଖ ଏବେ ବଡ ନିଷ୍ପତ୍ତି ନେଇଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଟିକେ ଦୁଖିତ କରିପାରେ । ସେ ବର୍ତ୍ତମାନ ବିରତି ନେବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ସେ କିଛି ସମୟ ପାଇଁ ଲଗାତାର କାମ କରିଆସୁଛନ୍ତି, କିନ୍ତୁ ଏବେ ସେ ତାଙ୍କ ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ (ଆଇପିଏଲ ଟିମ କେକେଆର୍‌) କୁ ସମର୍ଥନ କରିବାକୁ ଚାହୁଁଛନ୍ତି। ଷ୍ଟାର ସ୍ପୋର୍ଟସ ସହିତ କଥାବାର୍ତ୍ତା ବେଳେ ଶାହରୁଖ କହିଛନ୍ତି- ମୁଁ ଭାବୁଛି କିଛି ବ୍ରେକ ନେବି। ତିନୋଟି ମୁଭି କରିସାରିଛି। ଏହା ବହୁତ ଫିଜିକାଲ ଓ୍ବାର୍କ ଆବଶ୍ୟକ କରେ । 

ତେଣୁ ମୁଁ କିଛି ସମୟ ପାଇଁ ଛୁଟି ନେବି ବୋଲି ଭାବିଛି। ମୁଁ ପୁରା ଟିମକୁ କହିଛି ଯେ ମୁଁ ପୂରା ମ୍ୟାଚ ଦେଖିବାକୁ ଯିବି। ଆଇପିଏଲ କାରଣରୁ ସେ ନେଉଥିବା ବ୍ରେକ ପରେ ସେ ପୁଣିଥରେ ଶୁଟିଂ ଆରମ୍ଭ କରିବେ।  ସେ ଆହୁରି କହିଥିଲେ ମୋର ଶୁଟିଂ ଅଗଷ୍ଟ କିମ୍ବା ଜୁଲାଇରେ ଥିଲା । କିନ୍ତୁ ଆମେ ଜୁନ ମାସରେ ଶୁଟିଂ ଆରମ୍ଭ କରିବାକୁ ଯୋଜନା କଛୁ, ତେଣୁ ଏହା ଜୁନରୁ ଆରମ୍ଭ ହେବ। ଏଥିପାଇଁ ମୁଁ ସମସ୍ତ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ଫ୍ରି ଅଛି । ଏବେ ଖୁସିରେ ମ୍ୟାଚ୍‌ ଦେଖିବାକୁ ଆସିବି ।