ସିଂଙ୍ଗାପୁର ପୂର୍ବରୁ ବ୍ରୁନେଇ ଯିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦୁଇ ଦିବସୀୟ ବ୍ରୁନେଇ ଗସ୍ତରେ ଯିବେ। କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଦ୍ୱିପାକ୍ଷୀକ ବ୍ରୁନେଇ ଗସ୍ତ। ଏଥି ପାଇଁ ବ୍ରୁନେଇ ରାଜା ସୁଲତାନ ହାଜି ହସନଲ ବୋଲକିୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ଏଣୁ ମୋଦି ତାଙ୍କ ସିଙ୍ଗାପୁର ଯାତ୍ରା କାର୍ଯ୍ୟକ୍ରମ ପୂର୍ବରୁ ବ୍ରୁନେଇ ଯିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଯାତ୍ରା। ଏ ନେଇ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛନ୍ତି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରୁନେଇ ସୁଲତାନ ହାଜି ହସନଲ ବୋଲକିୟାଙ୍କ ନିମନ୍ତ୍ରଣରେ ୩ଓ ୪ ସେପ୍ଟେମ୍ବରରେ ବ୍ରୁନେଇ ଗସ୍ତ କରିପାରନ୍ତି। ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବ୍ରୁନେଇ ଯାତ୍ରା। ପ୍ରଧାନମନ୍ତ୍ରୀ ବ୍ରୁନେଇ ଯାତ୍ରା ଶେଷ କରି ୪ ଓ ୫ ସେପ୍ଟେମ୍ବରର ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ବୋଙ୍ଗଙ୍କ ନିମନ୍ତ୍ରଣରେ ଦୁଇ ଦିବସୀୟ ସିଙ୍ଗାପୁର ଗସ୍ତରେ ମଧ୍ୟ ଯିବେ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦୁଇ ଦିବସୀୟ ବ୍ରୁନେଇ ଗସ୍ତରେ ଯିବେ। କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଦ୍ୱିପାକ୍ଷୀକ ବ୍ରୁନେଇ ଗସ୍ତ। ଏଥି ପାଇଁ ବ୍ରୁନେଇ ରାଜା ସୁଲତାନ ହାଜି ହସନଲ ବୋଲକିୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ଏଣୁ ମୋଦି ତାଙ୍କ ସିଙ୍ଗାପୁର ଯାତ୍ରା କାର୍ଯ୍ୟକ୍ରମ ପୂର୍ବରୁ ବ୍ରୁନେଇ ଯିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଯାତ୍ରା। ଏ ନେଇ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛନ୍ତି।
ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରୁନେଇ ସୁଲତାନ ହାଜି ହସନଲ ବୋଲକିୟାଙ୍କ ନିମନ୍ତ୍ରଣରେ ୩ଓ ୪ ସେପ୍ଟେମ୍ବରରେ ବ୍ରୁନେଇ ଗସ୍ତ କରିପାରନ୍ତି। ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବ୍ରୁନେଇ ଯାତ୍ରା। ପ୍ରଧାନମନ୍ତ୍ରୀ ବ୍ରୁନେଇ ଯାତ୍ରା ଶେଷ କରି ୪ ଓ ୫ ସେପ୍ଟେମ୍ବରର ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ବୋଙ୍ଗଙ୍କ ନିମନ୍ତ୍ରଣରେ ଦୁଇ ଦିବସୀୟ ସିଙ୍ଗାପୁର ଗସ୍ତରେ ମଧ୍ୟ ଯିବେ।