ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ, ଅଳ୍ପକେ ବର୍ତ୍ତିଲେ ଦେଢମାସର ଶିଶୁପୁତ୍ର
ପାଟଣା ୨୩/୦୮: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଏବେ ହାତୀ ଭୟ । ୧୭ ଟିକିଆ ହାତୀପଲ ବିଳମ୍ବିତ ରାତିରେ ସିଲିଦା ଗ୍ରାମରେ ପଶି ଗ୍ରାମର ମଧୁସୂଦନ ସେଠୀଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି । ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀ ଘର ଭାଙ୍ଗିବାରୁ ଘରର କାନ୍ଥ ପଡି ଦେଢ଼ମାସର ଶିଶୁ ପୁତ୍ର ସହ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିସହ ଧାନ ଓ ପନି ପରିବା ଚାଷ ମାଡି ଦଳି ନଷ୍ଟ କରିଛନ୍ତି । ସେହିପରି ଖିରେଇ ଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକ ୧୧ ଟିକିଆ ହାତୀପଲ ଅଞ୍ଚଳରେ ଏକର ଏକର ଧାନ ଚାଷ ନଷ୍ଟ କରିବା କୁଞ୍ଜ ବିହାରୀ ନାଏକ ଙ୍କପାଚେରୀ ଭାଙ୍ଗି ଦେଇଛନ୍ତି । ୧୭ ଟିକିଆ ହାତୀପଲ ଏବେ ପାଟଣା ବୈତରଣୀ ନଦୀ ନିକଟ ଆକାଶିଆ ଜଙ୍ଗଲରେ ଡେରା ପକାଇଥିବା ବେଳେ ୧୧ ଟିକିଆ ହାତୀପଲ ବେଲଦା ଜଙ୍ଗଲରେ ଡେ଼ରା ପକାଇଛନ୍ତି । ବନବିଭାଗ ହାତୀପଲଙ୍କ ଉପରେ ନଜର ରଖିଛି।
ପାଟଣା ୨୩/୦୮: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଏବେ ହାତୀ ଭୟ । ୧୭ ଟିକିଆ ହାତୀପଲ ବିଳମ୍ବିତ ରାତିରେ ସିଲିଦା ଗ୍ରାମରେ ପଶି ଗ୍ରାମର ମଧୁସୂଦନ ସେଠୀଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି ।
ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀ ଘର ଭାଙ୍ଗିବାରୁ ଘରର କାନ୍ଥ ପଡି ଦେଢ଼ମାସର ଶିଶୁ ପୁତ୍ର ସହ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିସହ ଧାନ ଓ ପନି ପରିବା ଚାଷ ମାଡି ଦଳି ନଷ୍ଟ କରିଛନ୍ତି । ସେହିପରି ଖିରେଇ ଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକ ୧୧ ଟିକିଆ ହାତୀପଲ ଅଞ୍ଚଳରେ ଏକର ଏକର ଧାନ ଚାଷ ନଷ୍ଟ କରିବା କୁଞ୍ଜ ବିହାରୀ ନାଏକ ଙ୍କପାଚେରୀ ଭାଙ୍ଗି ଦେଇଛନ୍ତି ।
୧୭ ଟିକିଆ ହାତୀପଲ ଏବେ ପାଟଣା ବୈତରଣୀ ନଦୀ ନିକଟ ଆକାଶିଆ ଜଙ୍ଗଲରେ ଡେରା ପକାଇଥିବା ବେଳେ ୧୧ ଟିକିଆ ହାତୀପଲ ବେଲଦା ଜଙ୍ଗଲରେ ଡେ଼ରା ପକାଇଛନ୍ତି । ବନବିଭାଗ ହାତୀପଲଙ୍କ ଉପରେ ନଜର ରଖିଛି।