ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ
ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଏକ ଟାଓ୍ବାର ପାଚେରି ପାର୍ଶ୍ୱରୁ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନାବାଳିକା ଜଣଙ୍କ ମଙ୍ଗଳବାର ପ୍ରାୟ ଅପରାହ୍ନ ୧ଟାରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ। ବହୁ ସମୟ […] The post ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ appeared first on Dharitri Odia News.
ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଏକ ଟାଓ୍ବାର ପାଚେରି ପାର୍ଶ୍ୱରୁ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନାବାଳିକା ଜଣଙ୍କ ମଙ୍ଗଳବାର ପ୍ରାୟ ଅପରାହ୍ନ ୧ଟାରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ। ବହୁ ସମୟ ଧରି ଝିଅ ଘରକୁ ଫେରି ନ ଥିବାରୁ ଘର ଲୋକ ଚିନ୍ତାରେ ପଡ଼ିଥିଲେ। ଏହା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ପାଇ ନ ଥିଲେ। ଝିଅର ସମସ୍ତ ସାଙ୍ଗସାଥୀ ଏବଂ ପଡ଼ୋଶୀଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ପରେ ବୋହୁ ଖୋଜଖୋଜି କରି ରାତି ୭ଟା ପରେ ଗ୍ରାମର ବିଦ୍ୟାଳୟ ପଛ ପଟେ ଥିବା ଟାଓ୍ବାର ପାଚେରି ପାର୍ଶ୍ୱରୁ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଉକ୍ତ ରାତିରେ ଖବର ପାଇ ତେନ୍ତୁଳିଖୁଣ୍ଟି ପୋଲିସ ପହଞ୍ଚି ସାଇଣ୍ଟିକ ଟିମ ସହ ତଦନ୍ତ ଆରମ୍ଭ କରିଥିଲା। ରାତି ୨ଟାରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଘଟଣାସ୍ଥଳରେ ପହଞ୍ଚି ଝିଅର ପରିବାର ସହ ଆଲୋଚନା କରିବା ସହ ପୋଲିସ ଦୋଷୀ ଧରି ଦଣ୍ଡ ବିଧାନ କରିବା ଦାବି କରିଛନ୍ତି। ଝିଅର ପରିବାର ସହ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଧରିଲେ ହିଁ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜିଦ୍ ଧରିଥିଲେ। ଘଟଣାକୁ ଗୁରୁତର ସହ ନେଇ ଜିଲା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତରା, ଅତିରିକ୍ତ ଏସ୍ପି ବଟକୃଷ୍ଣ ମିଶ୍ର ଏବଂ ନବରଙ୍ଗପୁର ଥାନା ଅଧିକାରୀ, ତେନ୍ତୁଳିଖୁଣ୍ଟି ତହସିଲଦାର ରାଜକିଶୋର ପଟ୍ଟନାୟକ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀଙ୍କ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ ଗ୍ରାମବାସୀ ମଧ୍ୟରାତିରେ ଟାୟାର ଜାଳି ରାସ୍ତାରୋକୋ କରି ଦୋଷୀଙ୍କୁ ଦଣ୍ଡବିଧାନ କରିବାକୁ ଅଡ଼ି ବସିଥିଲେ।
ଅନ୍ୟପଟେ ନବରଙ୍ଗପୁର ଏସ୍ଡିପିଓ କୁହନ୍ତି, ଏହି ଘଟଣା ତଦନ୍ତ ଚାଲିଛି ବ୍ୟବଚ୍ଛେଦ ହେଲା ପରେ ପ୍ରକୃତ ସତ୍ୟ ବାହାରିବ ବୋଲି କହିବା ସହ ଯଥାଶୀଘ୍ର ଦୋଷୀଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। କିନ୍ତୁ ଘଟଣାକୁ ନିନ୍ଦା କରି ବିଜେଡି ତରଫରୁ ପୂର୍ବତନ ଏମ୍ପି ପ୍ରଦୀପ ମାଝି, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ଅଖିଳ ଭତରା, ରାଜେନ୍ଦ୍ର ବିଷୋୟୀ କଂଗ୍ରେସ ଦଳ ଜିଲା ସ୍ତରୀୟ କର୍ମକର୍ତ୍ତା, ପୂର୍ବତନ ବିଧାୟକ ଭୁଜବଳ ମାଝି, ସମିତି ସଭ୍ୟ ଦିଲୀପ ପ୍ରଧାନୀ, ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ, ମା’ ଘରର ମହିଳା ସଭାନେତ୍ରୀ କାଦମ୍ବିନୀ ତ୍ରିପାଠୀ, ଭାଜପାର ଅଞ୍ଚଳ ଗୁମ୍ମା ମଣ୍ଡଳ ସଭାପତି ଅଭିମନ୍ୟୁ ହରିଜନ, ତେନ୍ତୁଳିଖୁଣ୍ଟି ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି, ଯୁବନେତା ଭିକି ବିଷୋୟୀ ଉପସ୍ଥିତ ରହି ଦୋଷୀଙ୍କୁ ଖୁବ୍ଶୀଘ୍ର ଗିରଫ କରି ପୀଡ଼ିତା ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ। ଅପରାହ୍ନରେ ଝିଅର ପରିବାର ଗ୍ରାମବାସୀ ସହ ସମସ୍ତ ନେତାଙ୍କ ଉପସ୍ଥିତିରେ ପ୍ରଶାସନ ସହ ଆଲୋଚନା କରିବା ସହ ରେଡ୍କ୍ରସ୍ ତରଫରୁ ୨୦ ହଜାର ଟଙ୍କା ପରିବାରକୁ ପ୍ରଦାନ କରିବା ସହ ୧୫ ଦିନ ଭିତରେ ଦୋଷୀକୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ। ମୃତଦେହ ବ୍ୟବଚ୍ଛେଦ କରିବାକୁ ପୋଲିସ ନେଇଥିବା ଜଣାପଡ଼ିଛି।
The post ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ appeared first on Dharitri Odia News.