ଫ୍ରେଞ୍ଚ ଓପନ ଲାଗି ଇଭା ଜୋଭିକ, ଏମିଲିଓ ନାଭାଙ୍କୁ ମିଳିଲା ଓ୍ବାଇଲ୍ଡ କାର୍ଡ

ଫ୍ଲାରିଡା,୬ା୫: ୧୭ ବର୍ଷୀୟା ଇଭା ଜୋଭିକ ଓ ୨୩ ବର୍ଷୀୟ ଏମିଲିଓ ନାଭା ଫ୍ରେଞ୍ଚ ଓପନ ଓ୍ବାଇଲ୍ଡ କାର୍ଡ ହାସଲ କରିଛନ୍ତି। ଗତ ୫ ସପ୍ତାହ ଧରି ହୋଇଥିବା ଟୁର୍ନାମେଣ୍ଟରେ ସର୍ବାଧିକ ପଏଣ୍ଟ ହାସଲ କରିଥିବାରୁ ଦୁହିଁଙ୍କୁ ୟୁଏସ୍‌ ଟେନିସ ଆସୋସିଏଶନ ପକ୍ଷରୁ ସୋମବାର ଫ୍ରେଞ୍ଚ ଓପନ ଲାଗି ଓ୍ବାଇଲ୍ଡ କାର୍ଡ ଦିଆଯାଇଛି। ଜୋଭିକ ଲଗାତର ତୃତୀୟ ଥର ପାଇଁ ଗ୍ରାଣ୍ଡସ୍ଲାମ ଇଭେଣ୍ଟରେ ଭାଗ ନେବାକୁ ଯାଉଛନ୍ତି। ସେ ଗତ ସେପ୍ଟେମ୍ବରରେ ୟୁଏସ୍‌ ଓପନ ଓ ଜାନୁଆରୀରେ […] The post ଫ୍ରେଞ୍ଚ ଓପନ ଲାଗି ଇଭା ଜୋଭିକ, ଏମିଲିଓ ନାଭାଙ୍କୁ ମିଳିଲା ଓ୍ବାଇଲ୍ଡ କାର୍ଡ appeared first on Dharitri Odia News.

ଫ୍ରେଞ୍ଚ ଓପନ ଲାଗି ଇଭା ଜୋଭିକ, ଏମିଲିଓ ନାଭାଙ୍କୁ ମିଳିଲା ଓ୍ବାଇଲ୍ଡ କାର୍ଡ

ଫ୍ଲାରିଡା,୬ା୫: ୧୭ ବର୍ଷୀୟା ଇଭା ଜୋଭିକ ଓ ୨୩ ବର୍ଷୀୟ ଏମିଲିଓ ନାଭା ଫ୍ରେଞ୍ଚ ଓପନ ଓ୍ବାଇଲ୍ଡ କାର୍ଡ ହାସଲ କରିଛନ୍ତି। ଗତ ୫ ସପ୍ତାହ ଧରି ହୋଇଥିବା ଟୁର୍ନାମେଣ୍ଟରେ ସର୍ବାଧିକ ପଏଣ୍ଟ ହାସଲ କରିଥିବାରୁ ଦୁହିଁଙ୍କୁ ୟୁଏସ୍‌ ଟେନିସ ଆସୋସିଏଶନ ପକ୍ଷରୁ ସୋମବାର ଫ୍ରେଞ୍ଚ ଓପନ ଲାଗି ଓ୍ବାଇଲ୍ଡ କାର୍ଡ ଦିଆଯାଇଛି।

ଜୋଭିକ ଲଗାତର ତୃତୀୟ ଥର ପାଇଁ ଗ୍ରାଣ୍ଡସ୍ଲାମ ଇଭେଣ୍ଟରେ ଭାଗ ନେବାକୁ ଯାଉଛନ୍ତି। ସେ ଗତ ସେପ୍ଟେମ୍ବରରେ ୟୁଏସ୍‌ ଓପନ ଓ ଜାନୁଆରୀରେ ଅଷ୍ଟ୍ରେଲିଆନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ବର୍ତ୍ତମାନ ସେ ୧୨୦ତମ ର଼୍ୟାଙ୍କରେ ଅଛନ୍ତି। ଅନ୍ୟପକ୍ଷରେ ୧୩୭ତମ ସ୍ଥାନରେ ନାଭା ଫ୍ରେଞ୍ଚ ଓପନରେ ଦ୍ୱିତୀୟ ଥର ପାଇଁ ଖେଳିବାକୁ ଯାଉଛନ୍ତି।

The post ଫ୍ରେଞ୍ଚ ଓପନ ଲାଗି ଇଭା ଜୋଭିକ, ଏମିଲିଓ ନାଭାଙ୍କୁ ମିଳିଲା ଓ୍ବାଇଲ୍ଡ କାର୍ଡ appeared first on Dharitri Odia News.