ଠକୁଛନ୍ତି ସୁନା ଦୋକାନୀ! ଏସବୁ ଜିଲାରେ ବେଶୀ ଠକେଇ, କିଣୁଛନ୍ତି କି… 

ଭୁବନେଶ୍ୱର,୧୧।୯: ବିଧାନସଭା ଚାଲିଥିବା ବେଳେ  ଗୃହରେ ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ ବୋଲି ରଣେନ୍ଦ୍ର ସ୍ବାଇଁ ପ୍ରଶ୍ନ କରିଥିଲେ। ତାଙ୍କ ପ୍ରଶ୍ନରେ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ୫ ମାସରେ ୧୧୬ ସୁନା ବ୍ୟବସାୟୀଙ୍କ ନାଁରେ ମାମଲା ହୋଇଛି। ଗ୍ରାହକଙ୍କୁ ଠକିଥିବା ଅଭିଯୋଗରେ ବିଭାଗ ମାମଲା ରୁଜୁ କରିଛି। ୫ ମାସରେ ଖାଉଟି କଲ୍ୟାଣ ବିଭାଗ ୩୧୨୫ ବ୍ୟବସୟ ପ୍ରତିଷ୍ଠାନରେ ରେଡ କରିଛି। ରେଡ ବେଳେ ୧୧୬ ସୁନା […] The post ଠକୁଛନ୍ତି ସୁନା ଦୋକାନୀ! ଏସବୁ ଜିଲାରେ ବେଶୀ ଠକେଇ, କିଣୁଛନ୍ତି କି…  appeared first on Dharitri Odia News.

ଠକୁଛନ୍ତି ସୁନା ଦୋକାନୀ! ଏସବୁ ଜିଲାରେ ବେଶୀ ଠକେଇ, କିଣୁଛନ୍ତି କି… 
ଭୁବନେଶ୍ୱର,୧୧।୯: ବିଧାନସଭା ଚାଲିଥିବା ବେଳେ  ଗୃହରେ ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ ବୋଲି ରଣେନ୍ଦ୍ର ସ୍ବାଇଁ ପ୍ରଶ୍ନ କରିଥିଲେ।
ତାଙ୍କ ପ୍ରଶ୍ନରେ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ୫ ମାସରେ ୧୧୬ ସୁନା ବ୍ୟବସାୟୀଙ୍କ ନାଁରେ ମାମଲା ହୋଇଛି। ଗ୍ରାହକଙ୍କୁ ଠକିଥିବା ଅଭିଯୋଗରେ ବିଭାଗ ମାମଲା ରୁଜୁ କରିଛି। ୫ ମାସରେ ଖାଉଟି କଲ୍ୟାଣ ବିଭାଗ ୩୧୨୫ ବ୍ୟବସୟ ପ୍ରତିଷ୍ଠାନରେ ରେଡ କରିଛି। ରେଡ ବେଳେ ୧୧୬ ସୁନା ବ୍ୟବସାୟୀ ଧରାପଡ଼ିଛନ୍ତ।
୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି।
ଅନ୍ୟପକ୍ଷେ ଗଞ୍ଜାମ, ଖୋର୍ଦ୍ଧା, କଟକ ଜିଲାରେ ଗ୍ରାହକ ସର୍ବାଧିକ ଠକେଇର ଶିକାର ହୋଇଛନ୍ତି।  ଗତବର୍ଷ ୪୯୫ ସୁନା ବ୍ୟବସାୟୀ ଧରାପଡ଼ିଥିଲେ। ସେମାନଙ୍କଠାରୁ ୧୫ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

The post ଠକୁଛନ୍ତି ସୁନା ଦୋକାନୀ! ଏସବୁ ଜିଲାରେ ବେଶୀ ଠକେଇ, କିଣୁଛନ୍ତି କି…  appeared first on Dharitri Odia News.