ଓସ୍କାର ରେସ୍‌ରେ ‘ଲାପ୍‌ତା ଲେଡିଜ୍‌’

ମୁମ୍ବାଇ,୨୩ା୯: ଓସ୍କାର ରେସ୍‌ରେ ହିନ୍ଦୀ ଫିଲ୍ମ ‘ଲାପ୍‌ତା ଲେଡିଜ୍‌’। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟର୍‌ ଏବଂ ଓଟିଟିରେ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଆଉ ଏବେ ୨୯ଟି ଭାରତୀୟ ଫିଲ୍ମକୁ ମାତ୍‌ ଦେଇ ଓସ୍କାରର ପ୍ରଥମ ସୋପାନରେ ପ୍ରବେଶ କରିଛି। ଏହି ତାଲିକାରେ ବଲିଉଡର ବ୍ଲକବଷ୍ଟର ହିଟ୍‌ ଫିଲ୍ମ ‘ଆନିମଲ’, ମାଲୟାଲମ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ଅଟ୍ଟମ୍’ ଏବଂ କାନ୍ସ ବିଜେତା ‘ଅଲ୍ ଓ୍ୱି ଇମାଜିନ୍‌ ଇଜ୍ ଲାଇଟ୍‌’ ମଧ୍ୟ ରହିଥିଲା। ଆସାମର ନିର୍ଦ୍ଦେଶକ […] The post ଓସ୍କାର ରେସ୍‌ରେ ‘ଲାପ୍‌ତା ଲେଡିଜ୍‌’ appeared first on Dharitri Odia News.

ଓସ୍କାର ରେସ୍‌ରେ ‘ଲାପ୍‌ତା ଲେଡିଜ୍‌’

ମୁମ୍ବାଇ,୨୩ା୯: ଓସ୍କାର ରେସ୍‌ରେ ହିନ୍ଦୀ ଫିଲ୍ମ ‘ଲାପ୍‌ତା ଲେଡିଜ୍‌’। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟର୍‌ ଏବଂ ଓଟିଟିରେ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଆଉ ଏବେ ୨୯ଟି ଭାରତୀୟ ଫିଲ୍ମକୁ ମାତ୍‌ ଦେଇ ଓସ୍କାରର ପ୍ରଥମ ସୋପାନରେ ପ୍ରବେଶ କରିଛି।

ଏହି ତାଲିକାରେ ବଲିଉଡର ବ୍ଲକବଷ୍ଟର ହିଟ୍‌ ଫିଲ୍ମ ‘ଆନିମଲ’, ମାଲୟାଲମ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ଅଟ୍ଟମ୍’ ଏବଂ କାନ୍ସ ବିଜେତା ‘ଅଲ୍ ଓ୍ୱି ଇମାଜିନ୍‌ ଇଜ୍ ଲାଇଟ୍‌’ ମଧ୍ୟ ରହିଥିଲା। ଆସାମର ନିର୍ଦ୍ଦେଶକ ଜାହାନୁ ବାରୁଆଙ୍କ ନେତୃତ୍ୱରେ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତି କ୍ରମେ ଅମୀର ଖାନ ଏବଂ କିରଣ ରାଓଙ୍କ ଦ୍ୱାରା ନିର୍ମିତ ‘ଲାପତା ଲେଡିଜ୍’କୁ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

ଓସ୍କାର ବିଶ୍ୱର ସବୁଠାରୁ ସମ୍ମାନଜନକ ପୁରସ୍କାର ବିତରଣ ସମାରୋହରେ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏକାଡେମୀ ଅଫ୍‌ ମୋଶନ ପିକ୍ଚର୍‌ ଆର୍ଟ ଆଣ୍ଡ ସାଇନ୍ସ ପୁରସ୍କାର କାର୍ଯ୍ୟର ୯୬ ତମ ସଂସ୍କରଣ ଘୋଷଣା କରିଛି। ଏକାଡେମୀ ଅଫ ମୋଶନ ପିକ୍ଚର୍‌ ଆର୍ଟ ଆଣ୍ଡ ସାଇନ୍ସ ଏବଂ ଏବିସି ଘୋଷଣା କରିଛି ଯେ, ୯୬ତମ ଓସ୍କାର ରବିବାର, ୧୦ ମାର୍ଚ୍ଚ ୨୦୨୪ରେ ହେବ। ଓଭେସନ ଓଲିଉଡ୍‌ର ଡଲବି ଥିଏଟରରେ ଏହି ଶୋ ’ଅନୁଷ୍ଠିତ ହେବ। ଏହା ଏବିସିରୁ ବିଶ୍ୱର ୨୦୦ରୁ ଅଧିକ ଦେଶରେ ସିଧା ପ୍ରସାରଣ ହେବ। ଓସ୍କାର ଘୋଷଣା ପରଠାରୁ ଏହି ଦୌଡ଼ରେ ଅନ୍ତର୍ଭୁକ୍ତ ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି। ଅନେକ ଭାରତୀୟ ଫିଲ୍ମ ଓସ୍କାର ୨୦୨୪ପାଇଁ ଦୌଡ଼ରେ ଅଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ଏଥିରେ ୨୬୫ଟି ଫିଲ୍ମ ଅଂଶଗ୍ରହଣ କରିଛନ୍ତି।

The post ଓସ୍କାର ରେସ୍‌ରେ ‘ଲାପ୍‌ତା ଲେଡିଜ୍‌’ appeared first on Dharitri Odia News.