ଗୁରୁତର ରୋଗୀଙ୍କୁ ହେଲିକପ୍ଟରରେ ମିଳିବ ମାଗଣା ଚିକିତ୍ସା, ଜାଣନ୍ତୁ ହାଇଟେକ ଆମ୍ବୁଲାନ୍ସରେ କ’ଣ ରହିଛି ସୁବିଧା
ନୂଆଦିଲ୍ଲୀ,୨୯।୧୦: ୧୦୮ ଆମ୍ବୁଲାନ୍ସ ପରି ହେଲି ଆମ୍ବୁଲାନ୍ସ ସେବା ଅକ୍ଟୋବର ୨୯ରୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏକ୍ସ) ଋଷିକେଶରେ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେବାର ଶୁଭାରମ୍ଭ କରିବେ। ତେବେ ପ୍ରଧାନମନ୍ତ୍ରୀ ମୋଦି ଏହି ଐତିହାସିକ ସେବାକୁ ଉଦଘାଟନ କରିବେ। ମଙ୍ଗଳବାର ଋଷିକେଶ ଏମ୍ସ ହେଲି ଆମ୍ବୁଲାନ୍ସ ଆରମ୍ଭ କରିବାରେ ଦେଶର ପ୍ରଥମ ଅନୁଷ୍ଠାନ ହେବ। ଋଷିକେଶ ଏମ୍ସର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ପ୍ରଫେସର ମେନୁ ସିଂ କହିଛନ୍ତି ଯେ […] The post ଗୁରୁତର ରୋଗୀଙ୍କୁ ହେଲିକପ୍ଟରରେ ମିଳିବ ମାଗଣା ଚିକିତ୍ସା, ଜାଣନ୍ତୁ ହାଇଟେକ ଆମ୍ବୁଲାନ୍ସରେ କ’ଣ ରହିଛି ସୁବିଧା appeared first on Dharitri Odia News.
ନୂଆଦିଲ୍ଲୀ,୨୯।୧୦: ୧୦୮ ଆମ୍ବୁଲାନ୍ସ ପରି ହେଲି ଆମ୍ବୁଲାନ୍ସ ସେବା ଅକ୍ଟୋବର ୨୯ରୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏକ୍ସ) ଋଷିକେଶରେ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସେବାର ଶୁଭାରମ୍ଭ କରିବେ। ତେବେ ପ୍ରଧାନମନ୍ତ୍ରୀ ମୋଦି ଏହି ଐତିହାସିକ ସେବାକୁ ଉଦଘାଟନ କରିବେ। ମଙ୍ଗଳବାର ଋଷିକେଶ ଏମ୍ସ ହେଲି ଆମ୍ବୁଲାନ୍ସ ଆରମ୍ଭ କରିବାରେ ଦେଶର ପ୍ରଥମ ଅନୁଷ୍ଠାନ ହେବ।
ଋଷିକେଶ ଏମ୍ସର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ପ୍ରଫେସର ମେନୁ ସିଂ କହିଛନ୍ତି ଯେ ଶୁଭାରମ୍ଭ ସମୟରେ ଏମ୍ସରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମେତ ବହୁ ଏମପି ଏବଂ ବିଧାୟକ ଉପସ୍ଥିତ ରହିବେ। ସଞ୍ଜୀବନୀ ଯୋଜନା ଅଧୀନରେ ହେଲି ସେବା ପରିଚାଳିତ ହେବ । ସେବାଟି ସମ୍ପୂର୍ଣ୍ଣ ମାଗଣା ହେବ । ଏହାର ସୁବିଧା ସାରା ରାଜ୍ୟରେ ଉପଲବ୍ଧ ହେବାକୁ ଯାଉଛି। ଅନେକ ପର୍ଯ୍ୟାୟରେ ହେଲି ଆମ୍ବୁଲାନ୍ସ ପରୀକ୍ଷା କରାଯାଇଛି, ଯାହା ସମ୍ପୂର୍ଣ୍ଣ ସଫଳ ହୋଇଛି।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ସିଂ କହିଛନ୍ତି ଯେ ସେବାର ଅପବ୍ୟବହାରକୁ ରୋକିବା ପାଇଁ ଅଭାବୀ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଏକ ସ୍ବତନ୍ତ୍ର ଢାଞ୍ଚା ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ଯେ ଯଦି କୌଣସି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ତୁରନ୍ତ ଚିକିତ୍ସା ଆବଶ୍ୟକ କରନ୍ତି, ତେବେ ଡାକ୍ତରଙ୍କ ସୁପାରିଶ କ୍ରମେ ସ୍ଥାନୀୟ ପ୍ରଶାସନ ସହାୟତାରେ ହେଲି ଆମ୍ବୁଲାନ୍ସର ସୁବିଧା ଯୋଗାଇ ଦିଆଯିବ। କେବଳ ଯେଉଁ ରୋଗୀର ଅବସ୍ଥା ଗୁରୁତର, ତାଙ୍କୁ ପ୍ରାଥମିକତା ଦିଆଯିବ। ଏହି ସେବା ସମଗ୍ର ଉତ୍ତରାଖଣ୍ଡରେ ଉପଲବ୍ଧ ହୋଇପାରିବ। ବିଶେଷ କଥା ହେଉଛି ଉତ୍ତରାଖଣ୍ଡ ସୀମାବର୍ତ୍ତୀ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ହେଲି ଆମ୍ବୁଲାନ୍ସର ସୁବିଧା ଦିଆଯିବ।
ହେଲି ଆମ୍ବୁଲାନ୍ସରେ ଭେଣ୍ଟିଲେଟର୍ ସହିତ ଅନ୍ୟ ଅତ୍ୟାବଶ୍ୟକ ଏବଂ ଅତ୍ୟାଧୁନିକ ଜୀବନରକ୍ଷକ ଉପଲବ୍ଧ ହେବ। ଡାକ୍ତରଙ୍କ ସହିତ ଅନ୍ୟ ଡାକ୍ତରୀ କର୍ମଚାରୀ ଆମ୍ବୁଲାନ୍ସରେ ନିୟୋଜିତ ହେବେ। ଏକ ସମୟରେ ହେଲି ଆମ୍ବୁଲାନ୍ସ ଦ୍ୱାରା ଜଣେ ରୋଗୀ ନିଆଯାଇପାରେ।
The post ଗୁରୁତର ରୋଗୀଙ୍କୁ ହେଲିକପ୍ଟରରେ ମିଳିବ ମାଗଣା ଚିକିତ୍ସା, ଜାଣନ୍ତୁ ହାଇଟେକ ଆମ୍ବୁଲାନ୍ସରେ କ’ଣ ରହିଛି ସୁବିଧା appeared first on Dharitri Odia News.