ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ ବଜାର ସଂଯୋଜିତ ପେନ୍‌ସନ ଉପତ୍ାଦ ହୋଇଥିଲାବେଳେ ଗ୍ରାହକଙ୍କୁ ଏହା ଏକ ମୂଲ୍ୟ ଓ ଟିକସ ଦକ୍ଷ ଅବସରକାଳୀନ ପାଣ୍ଠି ନିର୍ମାଣ କରିବା ପାଇଁ ସକ୍ଷମ କରୁଛି। ସେହିଭଳି ଅବସରକାଳୀନ ଯୋଜନା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିଲାବେଳେ ଆର୍ଥିକ ରୂପେ ସ୍ବାଧୀନ ହେବା ଦ୍ୱାରା ଏହା ସମସ୍ତ ଗ୍ରାହକଙ୍କ […] The post ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ appeared first on Dharitri Odia News.

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ ବଜାର ସଂଯୋଜିତ ପେନ୍‌ସନ ଉପତ୍ାଦ ହୋଇଥିଲାବେଳେ ଗ୍ରାହକଙ୍କୁ ଏହା ଏକ ମୂଲ୍ୟ ଓ ଟିକସ ଦକ୍ଷ ଅବସରକାଳୀନ ପାଣ୍ଠି ନିର୍ମାଣ କରିବା ପାଇଁ ସକ୍ଷମ କରୁଛି। ସେହିଭଳି ଅବସରକାଳୀନ ଯୋଜନା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିଲାବେଳେ ଆର୍ଥିକ ରୂପେ ସ୍ବାଧୀନ ହେବା ଦ୍ୱାରା ଏହା ସମସ୍ତ ଗ୍ରାହକଙ୍କ ଲାଗି ଜରୁରୀ ହୋଇଥାଏ। ଏହି ସ୍ବତନ୍ତ୍ର ଉପତ୍ାଦ ଗ୍ରାହକଙ୍କୁ ଅବସର ଯୋଜନାର ଉଭୟ ପାଣ୍ଠି ସଂଗ୍ରହ ଓ ଆୟ ସୃଷ୍ଟି ପର୍ଯ୍ୟାୟ ପାଇଁ ପ୍ରଭାବୀ ରୂପେ ଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି। ଏ ସମ୍ପର୍କରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ମୁଖ୍ୟ ବିତରଣ ଅଧିକାରୀ ଅମିତ୍‌ ପାଲ୍‌ଟା କହିଛନ୍ତି, ଆମେ ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ ପ୍ରଦାନକରି ଖୁସି ଅନୁଭବ କରୁଛୁ। ଏହା ହେଉଛି ଏକ ବଜାର ସଂଯୋଜିତ ଉପତ୍ାଦ ଯାହା ଗ୍ରାହକଙ୍କୁ ନିଜର ଅବସରକାଳୀନ ପାଣ୍ଠି ନିର୍ମାଣ କରିବା ପାଇଁ ଭାରତୀୟ ଅଭିବୃଦ୍ଧି କାହାଣୀରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେଉଛି। ଏହି ଉପତ୍ାଦ ରିଟର୍ନକୁ ସର୍ବାଧିକ କରିବା ପାଇଁ ଇକ୍ୱିଟି, ଋଣ ଓ ସନ୍ତୁଳିତ ଫଣ୍ଡଗୁଡିକ ମଧ୍ୟରେ ଅସୀମିତ ମାଗଣା ସ୍ଥାନାନ୍ତର ପ୍ରଦାନ କରିବା ବ୍ୟତୀତ ଗ୍ରାହକଙ୍କୁ ଇକ୍ୱିଟି ପାଇଁ ୧୦୦% ଏକ୍ସପୋଜର ରଖିବାକୁ ଅନୁମତି ଦେଉଛି। ଏହି ଉପତ୍ାଦ ସହିତ କମ୍ପାନୀ ଦୁଇଟି ନୂତନ ଫଣ୍ଡ-ଆଇସିଆଇସିଆଇ ପ୍ରୁ ପେନ୍‌ସନ ଇଣ୍ଡିଆ ଗ୍ରୋଥ୍‌ ଫଣ୍ଡ ଓ ଆଇସିଆଇସିଆଇ ପ୍ରୁ ପେନ୍‌ସନ ବାଲାନ୍ସଡ ଫଣ୍ଡ ମଧ୍ୟ ପ୍ରଦାନ କରୁଛି।

The post ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ appeared first on Dharitri Odia News.