ଭୁଲ ବାଟ ଦେଖାଇଲା ଗୁଗୁଲ ମ୍ୟାପ୍, ବ୍ରିଜ୍ରୁ ଖସି ୩ ଜଣଙ୍କର ଗଲା ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…
ବରେଲି,୨୭।୧୧: ଗୁଗୁଲ ମ୍ୟାପ୍ ଦେଖି ଯାଉଥିବା ବେଳେ ଏକ ଅସମ୍ପୂର୍ଣ୍ଣ ବ୍ରିଜ୍ରୁ ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରବିବାର ଘଟିଥିବା ସୂଚନା ମିଳିଛି। ବାଦାୟଁର ସମରେର ସହିତ ଫରିଦପୁରକୁ ସଂଯୋଗ କରିବା ପାଇଁ ଏହି ବ୍ରିଜ୍ ୧ ବର୍ଷ ପୂର୍ବେ ବନ୍ୟା ଯୋଗୁ ଭାଙ୍ଗି ଯାଇଥିଲା। ଏହି ସେତୁ ଭୁଶୁଡ଼ିବା କାରଣରୁ ରାସ୍ତା ବନ୍ଦ ହୋଇଯାଇଥିଲା, କିନ୍ତୁ ଗୁଗୁଲ ମାନଚିତ୍ରରେ ବ୍ରିଜ୍ ଉପରେ ରାସ୍ତାଥିବା ନେଇ ଦେଖାଉଥିଲା। ଡ୍ରାଇଭର ସମାନ ଗୁଗୁଲ ମ୍ୟାପ୍ […] The post ଭୁଲ ବାଟ ଦେଖାଇଲା ଗୁଗୁଲ ମ୍ୟାପ୍, ବ୍ରିଜ୍ରୁ ଖସି ୩ ଜଣଙ୍କର ଗଲା ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ… appeared first on Dharitri Odia News.
ବରେଲି,୨୭।୧୧: ଗୁଗୁଲ ମ୍ୟାପ୍ ଦେଖି ଯାଉଥିବା ବେଳେ ଏକ ଅସମ୍ପୂର୍ଣ୍ଣ ବ୍ରିଜ୍ରୁ ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରବିବାର ଘଟିଥିବା ସୂଚନା ମିଳିଛି। ବାଦାୟଁର ସମରେର ସହିତ ଫରିଦପୁରକୁ ସଂଯୋଗ କରିବା ପାଇଁ ଏହି ବ୍ରିଜ୍ ୧ ବର୍ଷ ପୂର୍ବେ ବନ୍ୟା ଯୋଗୁ ଭାଙ୍ଗି ଯାଇଥିଲା। ଏହି ସେତୁ ଭୁଶୁଡ଼ିବା କାରଣରୁ ରାସ୍ତା ବନ୍ଦ ହୋଇଯାଇଥିଲା, କିନ୍ତୁ ଗୁଗୁଲ ମାନଚିତ୍ରରେ ବ୍ରିଜ୍ ଉପରେ ରାସ୍ତାଥିବା ନେଇ ଦେଖାଉଥିଲା। ଡ୍ରାଇଭର ସମାନ ଗୁଗୁଲ ମ୍ୟାପ୍ ସାହାଯ୍ୟରେ ଗାଡି ଚଳାଉଥିଲ। ହେଲେ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ଆଗକୁ ରାସ୍ତା ନାହିଁ, ତେବେଳେ ବହୁତ ଡେରି ହୋଇଯାଇଥିଲା।
ସୂଚନାଯୋଗ୍ୟ, ସିକ୍ୟୁରିଟି କମ୍ପାନୀର ୩ ଜଣ କର୍ମଚାରୀ ଗାଜିଆବାଦରୁ ଆସୁଥିଲେ। କିନ୍ତୁ ଏହି ଲୋକମାନେ ଜାଣି ନ ଥିଲେ ଯେ ବ୍ରିଜ୍ ଭାଙ୍ଗିଯାଇଛି। କୁହାଯାଉଛି ଯେ ସେ ଗୁଗୁଲ ମ୍ୟାପ୍ ସାହାଯ୍ୟରେ ଏହି ବାଟରେ ଆସିଥିଲେ। ଆଉ ବ୍ରିଜ୍ ଉପରେ ରାସ୍ତା ଥିବା ନେଇ ଗୁଗୁଲ ମ୍ୟାପ୍ ଦେଖାଇଲା, ଡ୍ରାଇଭର କାର୍କୁ ଆଗକୁ ନେଇଥିଲେ। ରାତିର ଅନ୍ଧକାରରେ ଡ୍ରାଇଭର ଜାଣିପାରିଲା ନାହିଁ ଯେ ୩୦ ମିଟର ପରେ ରାସ୍ତା ନାହିଁ । ଏହି କାରଣରୁ ତାଙ୍କ କାର୍ ବ୍ରିଜ୍ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣା ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପଛରେ ପବ୍ଲିକ ୱାର୍କସ ବିଭାଗର ଅବହେଳା ମଧ୍ୟ ସାମ୍ନାକୁ ଆସୁଛି। ଅଭିଯୋଗ ହୋଇଛି ଯେ ଅସମ୍ପୂର୍ଣ୍ଣ ସେତୁ ପୂର୍ବରୁ ପବ୍ଲିକ ୱାର୍କସ ବିଭାଗ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ କିମ୍ବା ସଂପୃକ୍ତ ବିଭାଗ ଗୁଗୁଲ ମ୍ୟାପରେ ରାସ୍ତାର ମାର୍ଗ ପରିବର୍ତ୍ତନ କରିନାହିଁ।
The post ଭୁଲ ବାଟ ଦେଖାଇଲା ଗୁଗୁଲ ମ୍ୟାପ୍, ବ୍ରିଜ୍ରୁ ଖସି ୩ ଜଣଙ୍କର ଗଲା ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ… appeared first on Dharitri Odia News.