ଓଢଣୀ ଖୋଲିଲେ ଖାନ ସାର୍‌ଙ୍କ ସ୍ତ୍ରୀ! ଦେଖିବାକୁ ‘କୋହିନୁର’ ପରି… ଭାଇରାଲ ହେଉଛି ଭିଡିଓ

ଦେଶର ସବୁଠାରୁ ଲୋକପ୍ରିୟ ଶିକ୍ଷକ ଖାନ ସାର୍‌ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସମ୍ପ୍ରତି ସେ ଗୁପ୍ତ ଭାବରେ ବିବାହ କରିଛନ୍ତି ବୋଲି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହା ପରେ ଜୁନ ୨ରେ ଖାନ ସାର୍‌ ପାଟନାରେ ଏକ ଭବ୍ୟ ରିସେପ୍ସନ ପାର୍ଟି ଦେଇଥିଲେ। ଏଠାରେ ସେ ତାଙ୍କର ବେଗମ ଏ.ଏସ. ଖାନଙ୍କୁ ଉପସ୍ଥିତ ଲୋକଙ୍କ ସହ ପରିଚିତ କରାଇଥିଲେ। କିନ୍ତୁ ତାଙ୍କ ବେଗମ ଓଢଣୀ ଘୋଡ଼ାଇ ରହିଥିଲେ। ଲୋକମାନେ ଖାନ […] The post ଓଢଣୀ ଖୋଲିଲେ ଖାନ ସାର୍‌ଙ୍କ ସ୍ତ୍ରୀ! ଦେଖିବାକୁ ‘କୋହିନୁର’ ପରି… ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.

ଓଢଣୀ ଖୋଲିଲେ ଖାନ ସାର୍‌ଙ୍କ ସ୍ତ୍ରୀ! ଦେଖିବାକୁ ‘କୋହିନୁର’ ପରି… ଭାଇରାଲ ହେଉଛି ଭିଡିଓ

ଦେଶର ସବୁଠାରୁ ଲୋକପ୍ରିୟ ଶିକ୍ଷକ ଖାନ ସାର୍‌ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସମ୍ପ୍ରତି ସେ ଗୁପ୍ତ ଭାବରେ ବିବାହ କରିଛନ୍ତି ବୋଲି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହା ପରେ ଜୁନ ୨ରେ ଖାନ ସାର୍‌ ପାଟନାରେ ଏକ ଭବ୍ୟ ରିସେପ୍ସନ ପାର୍ଟି ଦେଇଥିଲେ। ଏଠାରେ ସେ ତାଙ୍କର ବେଗମ ଏ.ଏସ. ଖାନଙ୍କୁ ଉପସ୍ଥିତ ଲୋକଙ୍କ ସହ ପରିଚିତ କରାଇଥିଲେ। କିନ୍ତୁ ତାଙ୍କ ବେଗମ ଓଢଣୀ ଘୋଡ଼ାଇ ରହିଥିଲେ। ଲୋକମାନେ ଖାନ ସାର୍‌ଙ୍କ ସ୍ତ୍ରୀ କିପରି ଦେଖାଯାଉଛନ୍ତି ତାହା ଜାଣିବାକୁ ଆଗ୍ରହୀ। ସୋସିଆଲ ମିଡିଆରେ ଏକ ଭିଡିଓରେ ସେ ଓଢଣୀ ଖୋଲୁଥିବାର ଦେଖାଯାଇଛି।

ଖାନ ସାର୍‌ ତାଙ୍କ ରିସେପ୍ସନ ପାର୍ଟିରେ ବେଗମଙ୍କ ମୁହଁ ଲୁଚାଇ ରଖି ନିଜର ଗୋପନୀୟତା ବଜାୟ ରଖିଛନ୍ତି, କିନ୍ତୁ କିଛି କ୍ୟାମେରା ତାଙ୍କର ଝଲକ କଏଦ କରିଛି। ତଥାପି, ଅଧିକାଂଶ ଫଟୋ ଏବଂ ଭିଡିଓରେ ପତ୍ନୀଙ୍କ ମୁହଁ ସ୍ପଷ୍ଟ ଦେଖାଯାଉନାହିଁ। ଏହି ସମୟ ଏକ ଭିଡିଓ ଭାଇରାଲ ହୋଇଛି,ଯେଉଁଥିରେ ଖାନ ସାର୍‌ଙ୍କ ପତ୍ନୀଙ୍କୁ ଗୋଟିଏ ସ୍ଥାନରେ ନିଜେ ଓଢଣୀ ଉଠାଉଥିବା ଦେଖାଯାଇଛି। କିନ୍ତୁ ଏହି ଭିଡିଓ AI କରିଛି କି ପ୍ରକୃତ ଘଟଣା ତାହା ଜଣାପଡିନାହିଁ।

ଏହି ଭିଡିଓ ଦେଖିବା ପରେ, ଅନେକ ୟୁଜର୍ସ ଖାନ ସାର୍‌ଙ୍କ ସ୍ତ୍ରୀଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିଥିଲେ। ଅନେକ ୟୁଜର୍ସ ତାଙ୍କୁ ‘କୋହିନୁର’ ବୋଲି ମଧ୍ୟ କହିଥିଲେ।

 

View this post on Instagram

 

A post shared by NewzYatra ✪ (@newz_yatra)

The post ଓଢଣୀ ଖୋଲିଲେ ଖାନ ସାର୍‌ଙ୍କ ସ୍ତ୍ରୀ! ଦେଖିବାକୁ ‘କୋହିନୁର’ ପରି… ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.