ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ
କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ ନିର୍ବାଚନ ଲଢ଼ିବା ଲାଗି ସେ ଜମି ଓ ଗୃହପାଳିତ ପ୍ରାଣୀଙ୍କୁ ବିକ୍ରି କରିବା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ପାଟଣା ବ୍ଲକ୍ ବଡ଼ଡୁମୁରିଆ ପଞ୍ଚାୟତ ବାଲିପଶିଗ୍ରାମର ଦତ ଗାୟତ୍ରୀ ପରିବାରର ଜଣେ ସଦସ୍ୟ। ପିଲାଟି ଦିନରୁ ଦୁଇ ହାତ ପୋଲିଓ ଆକ୍ରାନ୍ତ ହୋଇ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି। ତଥାପି […] The post ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ appeared first on Dharitri Odia News.
କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ ନିର୍ବାଚନ ଲଢ଼ିବା ଲାଗି ସେ ଜମି ଓ ଗୃହପାଳିତ ପ୍ରାଣୀଙ୍କୁ ବିକ୍ରି କରିବା ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ପାଟଣା ବ୍ଲକ୍ ବଡ଼ଡୁମୁରିଆ ପଞ୍ଚାୟତ ବାଲିପଶିଗ୍ରାମର ଦତ ଗାୟତ୍ରୀ ପରିବାରର ଜଣେ ସଦସ୍ୟ। ପିଲାଟି ଦିନରୁ ଦୁଇ ହାତ ପୋଲିଓ ଆକ୍ରାନ୍ତ ହୋଇ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି। ତଥାପି ସେ ଲୋକଙ୍କ ସେବା ଲାଗି ମନ ବଳାଇ ଚଳିତ ବର୍ଷ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇ ହାରିଥିଲେ ହେଁ ହାର ମାନି ନାହାନ୍ତି। ଝୁମ୍ପୁରା ବ୍ଲକ୍ ବସନ୍ତପୁରସ୍ଥିତ ଆଦିବାସୀ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ହାଇସ୍କୁଲରୁ ମାଟ୍ରିକ ପାସ ପରେ ଅର୍ଥାଭାବରୁ ଅଧିକ ପଢିପାରି ନ ଥିଲେ। ମା’ ବାପା କୁଲି ମଜୁରୀ କରୁଥିଲେ। ନିଜର ଘର ଖଣ୍ଡେ ନାହିଁ। ଏଣୁ ଗରିବ ଲୋକଙ୍କ ଅସୁବିଧା ସେ ଜାଣନ୍ତି । ଗରୀବ ଲୋକଙ୍କୁ ନ୍ୟାୟ ଦେବାକୁ ସେ ନିର୍ବାଚନ ଲଢୁଥିବା କହିଛନ୍ତି। ପରିବାର ଓ ଗାଁ ଭାଇ ମନୋଜ ମହାନ୍ତ ତାଙ୍କୁ ସହାୟତା କରୁଛନ୍ତି। ତେବେ ବ୍ୟୟବହୁଳ ନିର୍ବାଚନ ପାଇଁ ୩ ଏକର ଜମି, ଛେଳି, ମେଣ୍ଢା ବିକିବାକୁ ପଡ଼ିଥିବା ଉଲ୍ଲେଖ କରିବା ସହ ପ୍ରଶାସନ ଓ ଲୋକଙ୍କ ପାଖରୁ ସମର୍ଥନ ମିଳୁଥିବା ପ୍ରାର୍ଥୀ ଦତ କହିଛନ୍ତି ା
The post ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ appeared first on Dharitri Odia News.