ଭାଜପାକୁ ଏମିତି କମେଣ୍ଟ ମାରିଲା ବିଜେଡି
ଭୁବନେଶ୍ୱର, ୧୪।୪(ସୁନିତ୍ ମିଶ୍ର):ବିଜେଡି ରାଜ୍ୟର ୧୧୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଭାଜପା ୧୧୨ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି। ତେବେ ଏଭଳି ସ୍ଥିତିରେ ଗତ ୧୦ ତାରିଖ ପରଠାରୁ ଭାଜପା ପରବର୍ତ୍ତୀ ପ୍ରାର୍ଥୀ ତାଲିକା ପ୍ରକାଶ ନ କରିବା ନେଇ ବିଜେଡି ବିରୋଧୀ ନେତାଙ୍କୁ ଇଙ୍ଗିତ କରିବା ଆରମ୍ଭ କରିଦେଇଛି। ବିଜେଡି ପ୍ୟାନେଲିଷ୍ଟ ଈପ୍ସିତା ସାହୁ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି ଯେ, ଓଡ଼ିଶା ଭାଜପାର […] The post ଭାଜପାକୁ ଏମିତି କମେଣ୍ଟ ମାରିଲା ବିଜେଡି appeared first on Dharitri Odia News.
ଭୁବନେଶ୍ୱର, ୧୪।୪(ସୁନିତ୍ ମିଶ୍ର):ବିଜେଡି ରାଜ୍ୟର ୧୧୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଭାଜପା ୧୧୨ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି। ତେବେ ଏଭଳି ସ୍ଥିତିରେ ଗତ ୧୦ ତାରିଖ ପରଠାରୁ ଭାଜପା ପରବର୍ତ୍ତୀ ପ୍ରାର୍ଥୀ ତାଲିକା ପ୍ରକାଶ ନ କରିବା ନେଇ ବିଜେଡି ବିରୋଧୀ ନେତାଙ୍କୁ ଇଙ୍ଗିତ କରିବା ଆରମ୍ଭ କରିଦେଇଛି। ବିଜେଡି ପ୍ୟାନେଲିଷ୍ଟ ଈପ୍ସିତା ସାହୁ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି ଯେ, ଓଡ଼ିଶା ଭାଜପାର ବରିଷ୍ଠ ନେତାଙ୍କ ପ୍ରାର୍ଥୀ ଖୋଜା ଚାଲିଛି ଯେ ଚାଲିଛି। ଏହା ସରିବାର ନାଁ ନେଉନାହିଁ। ଗତ ୧୦ ତାରିଖରୁ ବାରମ୍ବାର କରି ସେମାନଙ୍କ ଦଳର ନେତାମାନେ କହୁଛନ୍ତି ଆଜି ପ୍ରାର୍ଥୀ ତାଲିକା ଆସିଯିବ ନ ହେଲେ ଦୁଇରୁ ୩ ଦିନ ମଧ୍ୟରେ ଆସିଯିବ। ହେଲେ ତାଲିକା କିନ୍ତୁ ଆସୁନାହିଁ। ଲାଗୁଛି ଓଡ଼ିଶା ଭାଜପାର ପ୍ରାର୍ଥୀ ଖୋଜା ଅଭିଯାନ ସରିନି। ଯାହାକୁ ଯେଉଁଠାରୁ ପାରିଲେ ଦଳରେ ସିନା ମିଶାଇଦେଲେ, ହେଲେ ସେମାନେ ଯେଉଁମାନେ ଆସୁଛନ୍ତି ସେମାନେ ପ୍ରାର୍ଥୀ ହେବାକୁ ରାଜି ନାହାନ୍ତି। ରାଜ୍ୟ ଭାଜପାର ସ୍ଥିତି ଦେଖି ପରାଜୟ ଭୟରେ ବିଜେଡି ପ୍ରାର୍ଥୀଙ୍କୁ ସାମ୍ନା କରିବାକୁ ଅସମର୍ଥ ଥିବା ଦଳୀୟ ନେତୃତ୍ୱଙ୍କୁ ଜଣାଇ ସାରିଲେଣି। ନାମାଙ୍କନ ଦାଖଲ ଆଗରୁ କମ୍ସେ କମ୍ ଓଡ଼ିଶା ଭାଜପା ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଦେବ ବୋଲି ବିଜେଡି ଆଶା କରୁଥିବା ଈସ୍ପିତା କହିଛନ୍ତି।
The post ଭାଜପାକୁ ଏମିତି କମେଣ୍ଟ ମାରିଲା ବିଜେଡି appeared first on Dharitri Odia News.