ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ୍ ଲୋକାର୍ପିତ, ୧୮୦୦ ମସିହାରୁ ଦସ୍ତାବିଜ ସଂରକ୍ଷିତ
କଟକ ୧୧।୧: ଉଦଘାଟିତ ହେଲା ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ । କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ନିକଟରେ ଏହି ଆରକାଇଭ ନିର୍ମିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଉପସ୍ଥିତ ଅଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନ୍ୟାୟପାଳିକାର ଭିତ୍ତିଭୂମି ବିକାଶ ଲାଗି ଅର୍ଥର ଅଭାବ ରହିବନାହିଁ । ଏହାସହିତ ସାଧାରଣ ଲୋକଙ୍କୁ କିପରି ତ୍ୱରିତ ନ୍ୟାୟ ମିଳିପାରିବ, ସେ ଦିଗରେ ରାଜ୍ୟ ସରକାର ସମସ୍ତ ଚେଷ୍ଟା ଜାରି ରଖୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଆରକାଇଭ ବା ଅଭିଲେଖାଗାରରେ ରାଜ୍ୟର ନ୍ୟାୟିକ ଇତିହାସ, ନ୍ୟାୟ ବ୍ୟବସ୍ଥାର କ୍ରମ ବିକାଶ ଏବଂ ନ୍ୟାୟପାଳିକା ବାବଦୀୟ ପ୍ରାୟ ସମସ୍ତ ତଥ୍ୟ ଉପଲବ୍ଧ ଅଛି । ସମସ୍ତ ତଥ୍ୟକୁ ବିଭିନ୍ନ ଫର୍ମାଟରେ ଦେଖିବାର ବ୍ୟବସ୍ଥା କରାଯାଇଛି ଯାହା ଆଇନଜୀବୀ, ଛାତ୍ରଛାତ୍ରୀ ମାନେ ଏହି ଅଭିଲେଖାଗାରରୁ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସୂଚନାଯୋଗ୍ୟ ଯେ, ଏହି ଆରକାଇଭ ବା ଅଭିଲେଖାଗାରରେ ରାଜ୍ୟର ନ୍ୟାୟିକ ଇତିହାସ, ନ୍ୟାୟ ବ୍ୟବସ୍ଥାର କ୍ରମ ବିକାଶ ଏବଂ ନ୍ୟାୟପାଳିକା ବାବଦୀୟ ପ୍ରାୟ ତଥ୍ୟ ଉପଲବ୍ଧ । ଅଭିଲେଖାଗାରରେ ଉପଲବ୍ଧ ସମସ୍ତ ତଥ୍ୟକୁ ବିଭିନ୍ନ ଫର୍ମାଟ୍ରେ ଦେଖିହେବ, ବୁଝିହେବ ଏବଂ ଶୁଣିହେ
କଟକ ୧୧।୧: ଉଦଘାଟିତ ହେଲା ରାଜ୍ୟର ପ୍ରଥମ ଜୁଡ଼ିସିଆଲ ଆରକାଇଭ । କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ନିକଟରେ ଏହି ଆରକାଇଭ ନିର୍ମିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଉପସ୍ଥିତ ଅଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନ୍ୟାୟପାଳିକାର ଭିତ୍ତିଭୂମି ବିକାଶ ଲାଗି ଅର୍ଥର ଅଭାବ ରହିବନାହିଁ । ଏହାସହିତ ସାଧାରଣ ଲୋକଙ୍କୁ କିପରି ତ୍ୱରିତ ନ୍ୟାୟ ମିଳିପାରିବ, ସେ ଦିଗରେ ରାଜ୍ୟ ସରକାର ସମସ୍ତ ଚେଷ୍ଟା ଜାରି ରଖୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଆରକାଇଭ ବା ଅଭିଲେଖାଗାରରେ ରାଜ୍ୟର ନ୍ୟାୟିକ ଇତିହାସ, ନ୍ୟାୟ ବ୍ୟବସ୍ଥାର କ୍ରମ ବିକାଶ ଏବଂ ନ୍ୟାୟପାଳିକା ବାବଦୀୟ ପ୍ରାୟ ସମସ୍ତ ତଥ୍ୟ ଉପଲବ୍ଧ ଅଛି । ସମସ୍ତ ତଥ୍ୟକୁ ବିଭିନ୍ନ ଫର୍ମାଟରେ ଦେଖିବାର ବ୍ୟବସ୍ଥା କରାଯାଇଛି ଯାହା ଆଇନଜୀବୀ, ଛାତ୍ରଛାତ୍ରୀ ମାନେ ଏହି ଅଭିଲେଖାଗାରରୁ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଏହି ଆରକାଇଭ ବା ଅଭିଲେଖାଗାରରେ ରାଜ୍ୟର ନ୍ୟାୟିକ ଇତିହାସ, ନ୍ୟାୟ ବ୍ୟବସ୍ଥାର କ୍ରମ ବିକାଶ ଏବଂ ନ୍ୟାୟପାଳିକା ବାବଦୀୟ ପ୍ରାୟ ତଥ୍ୟ ଉପଲବ୍ଧ । ଅଭିଲେଖାଗାରରେ ଉପଲବ୍ଧ ସମସ୍ତ ତଥ୍ୟକୁ ବିଭିନ୍ନ ଫର୍ମାଟ୍ରେ ଦେଖିହେବ, ବୁଝିହେବ ଏବଂ ଶୁଣିହେବ । ଅଭିଲେଖାଗାରରେ ୧୮୦୦ ମସିହା ଠାରୁ ଆରମ୍ଭ କରି ବର୍ତ୍ତମାନ ସମୟର ଦସ୍ତାବିଜ ଆଦି ସଂରକ୍ଷିତ କରି ରଖାଯାଇଛି ।
You Can Read:
ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଚାଲିଗଲା ଆରୋହୀଙ୍କ ଜୀବନ