ଟ୍ରାକ୍ଟର-ବାଇକ୍ ଧକ୍କାରେ ଶିଶୁ କନ୍ୟା ମୃତ, ବାପା ଗୁରୁତର, ରାସ୍ତା ଉପରେ ଶବ ରଖି ଲୋକଙ୍କ ପ୍ରତିବାଦ
ନବରଙ୍ଗପୁର: ଟ୍ରାକ୍ଟର- ବାଇକ୍ ଧକ୍କାରେ ୨ ବର୍ଷୀୟା ଶିଶୁ କନ୍ୟା ମୃତ, ବାପ ଗୁରୁତର । ଘଟଣା ଘଟିଛି ଡାବୁଗାଁ କନ୍ୟାଶ୍ରମ ବିଦ୍ୟାଳୟ ନିକଟରେ । ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ତୁଳସୀ ଗୌଡ଼ ତାଙ୍କ ପୁଅ ଓ ଝିଅଙ୍କ ସହ ବାଇକ ଯୋଗେ ଘୁଷୁରାବେଡ଼ା ଗ୍ରାମରୁ କନ୍ୟାଶ୍ରମଗୁଡ଼ା ଯାଉଥିଲେ। ହେଲେ କନ୍ୟାଶ୍ରମ ବିଦ୍ୟାଳୟ ନିକଟରେ ଟ୍ରାକ୍ଟର ସହ ବାଇକର ଧକ୍କା ହେବା ଫଳରେ ଘଟିଥିଲା ଦୁର୍ଘଟଣା।ଏଥିରେ ଝିଅ ଶିବାନୀ ଗୌଡ଼ଙ୍କ ମୃତ୍ୟୁ ହୋଇଥିବାବେଳେ ତୁଳସୀ ଗୌଡ଼ ଏବଂ ପୁଅ ସାଇ ଗୌଡ଼ ଆହତ ହୋଇଛନ୍ତି । ସେମାନଙ୍କୁ ଡ଼ାବୁଗାଁ ମେଡିକାଲ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ଉତ୍ୟକ୍ତ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ମୃତ ନାବଳିକାର ଶବକୁ ଧରି ଡାବୁଗାଁ,ଉମରକୋଟ ରାସ୍ତା ଅବରୋଧ କରିଥିବାବେଳେ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି।
ନବରଙ୍ଗପୁର: ଟ୍ରାକ୍ଟର- ବାଇକ୍ ଧକ୍କାରେ ୨ ବର୍ଷୀୟା ଶିଶୁ କନ୍ୟା ମୃତ, ବାପ ଗୁରୁତର । ଘଟଣା ଘଟିଛି ଡାବୁଗାଁ କନ୍ୟାଶ୍ରମ ବିଦ୍ୟାଳୟ ନିକଟରେ । ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ତୁଳସୀ ଗୌଡ଼ ତାଙ୍କ ପୁଅ ଓ ଝିଅଙ୍କ ସହ ବାଇକ ଯୋଗେ ଘୁଷୁରାବେଡ଼ା ଗ୍ରାମରୁ କନ୍ୟାଶ୍ରମଗୁଡ଼ା ଯାଉଥିଲେ। ହେଲେ କନ୍ୟାଶ୍ରମ ବିଦ୍ୟାଳୟ ନିକଟରେ ଟ୍ରାକ୍ଟର ସହ ବାଇକର ଧକ୍କା ହେବା ଫଳରେ ଘଟିଥିଲା ଦୁର୍ଘଟଣା।
ଏଥିରେ ଝିଅ ଶିବାନୀ ଗୌଡ଼ଙ୍କ ମୃତ୍ୟୁ ହୋଇଥିବାବେଳେ ତୁଳସୀ ଗୌଡ଼ ଏବଂ ପୁଅ ସାଇ ଗୌଡ଼ ଆହତ ହୋଇଛନ୍ତି । ସେମାନଙ୍କୁ ଡ଼ାବୁଗାଁ ମେଡିକାଲ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ସେପଟେ ଉତ୍ୟକ୍ତ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ମୃତ ନାବଳିକାର ଶବକୁ ଧରି ଡାବୁଗାଁ,ଉମରକୋଟ ରାସ୍ତା ଅବରୋଧ କରିଥିବାବେଳେ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି।