ବଟଲରଙ୍କ ଠାରୁ ବ୍ରୁକଙ୍କ ଯାଏଁ ସମସ୍ତେ ମାରିବେ ଫେଲ୍‌, ଇଂଲଣ୍ଡ ବ୍ୟାଟରଙ୍କ ଉପରେ ଭାରୀ ୫ ଧୁରନ୍ଧର

ନୂଆଦିଲ୍ଲୀ ୨୨।୦୧: ବୁଧବାର ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ । ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍‌ । ଉଭୟ ଟିମ୍‌ କୋଲକତାର ଇଡେନ ଗାର୍ଡେନ ହେବେ ମୁହାଁମୁହିଁ । ସଂନ୍ଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ୍‌ । ଏହି ମୁକାବିଲା ପାଇଁ ଇଂଲଣ୍ଡ ନିଜର ୧୧ ଧୁରନ୍ଧରଙ୍କୁ କରିଛି ଚୟନ । ଇଂଲିଶ ଟିମ୍‌ ଖୁବ୍‌ ଶକ୍ତିଶାଳୀ ନଜର ଆସୁଛି । କିନ୍ତୁ ଟିମ୍‌ ଇଣ୍ଡିଆର ୫ ଧୁରନ୍ଧର ବୋଲର ଇଂଲିଶ ଟିମ୍‌ ପାଇଁ ହେବେ କାଳ । ଓ୍ବାର୍ଲ୍ଡକପ୍‌ ଚାମ୍ପିଅନ୍‌ ବୋଲର ମହମ୍ମଦ ଶାମୀ । ଆହାତ ପରେ କରିଛନ୍ତି କମ୍‌ବ୍ୟାକ୍‌ । ଶାମୀଙ୍କ ଆଗରେ ଚାଲେନି ଇଂଲିଷ କ୍ୟାପଟେନ୍‌ ଜୋସ୍‌ ବଟଲରଙ୍କ ବ୍ୟାଟ୍‌ । ଶାମୀ ୧୧ଟି ଟି-୨୦ ମୁକାବିଲାରେ ବଟଲରଙ୍କୁ ୩ଥର ପଠାଇଛନ୍ତି ପ୍ୟାଭିଲିୟନ୍‌ । ଏପରି ସ୍ଥିତିରେ ବଟଲରଙ୍କୁ ଶାମୀଙ୍କ ଠାରୁ ଦୂରେଇ ରହିବାକୁ ପଡିବ । ଶାମୀ ଯଦିଓ ଦୀର୍ଘ ସମୟ ପରେ ଅନ୍ତର୍ଜାତୀୟ କ୍ରିକେଟକୁ କମ୍‌ବ୍ୟାକ୍‌ କରୁଛନ୍ତି କିନ୍ତୁ ଘରୋଇ କ୍ରିକେଟରେ ସେ ନିଜକୁ କରିସାରିଛନ୍ତି ପ୍ରମାଣ । ଏହାପଛକୁ ଅଛନ୍ତି ଅକ୍ଷର ପଟେଲ୍‌ ଏବଂ ବରୁଣ ଚକ୍ରବର୍ତ୍ତୀ । ଟିମ୍‌ ଇଣ୍ଡିଆର ସ୍ପିନର୍‌ ଜୋସ୍‌ ବଟଲରଙ୍କ ପାଇଁ ପାଲଟିପାରନ୍ତି କାଳ । ବଟଲର ୩ନମ୍ବରରେ ବ୍ୟାଟିଂ ପାଇଁ ଆସିବେ । ଉଭୟ ସ୍ପିନର ବଟଲରଙ୍କୁ ଦୁଇ ଦୁଇ ଥର ଟି-୨୦ରେ ଆଉଟ୍‌ କରିସାରିଛନ୍ତି । ତାଙ୍କ ସାମ୍ନାରେ ବଟଲର୍‌ ସବୁବେଳେ ଚାପରେ ନଜର ଆସିଥାନ୍ତି । ଟିମ୍‌ ଇଣ୍ଡିଆର ଲେଗ୍‌ ସ୍ପିନର ରବି ବିଷ

ବଟଲରଙ୍କ ଠାରୁ ବ୍ରୁକଙ୍କ ଯାଏଁ ସମସ୍ତେ ମାରିବେ ଫେଲ୍‌, ଇଂଲଣ୍ଡ ବ୍ୟାଟରଙ୍କ ଉପରେ ଭାରୀ ୫ ଧୁରନ୍ଧର

ନୂଆଦିଲ୍ଲୀ ୨୨।୦୧: ବୁଧବାର ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ । ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍‌ । ଉଭୟ ଟିମ୍‌ କୋଲକତାର ଇଡେନ ଗାର୍ଡେନ ହେବେ ମୁହାଁମୁହିଁ । ସଂନ୍ଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ୍‌ । ଏହି ମୁକାବିଲା ପାଇଁ ଇଂଲଣ୍ଡ ନିଜର ୧୧ ଧୁରନ୍ଧରଙ୍କୁ କରିଛି ଚୟନ । ଇଂଲିଶ ଟିମ୍‌ ଖୁବ୍‌ ଶକ୍ତିଶାଳୀ ନଜର ଆସୁଛି । କିନ୍ତୁ ଟିମ୍‌ ଇଣ୍ଡିଆର ୫ ଧୁରନ୍ଧର ବୋଲର ଇଂଲିଶ ଟିମ୍‌ ପାଇଁ ହେବେ କାଳ । 

ଓ୍ବାର୍ଲ୍ଡକପ୍‌ ଚାମ୍ପିଅନ୍‌ ବୋଲର ମହମ୍ମଦ ଶାମୀ । ଆହାତ ପରେ କରିଛନ୍ତି କମ୍‌ବ୍ୟାକ୍‌ । ଶାମୀଙ୍କ ଆଗରେ ଚାଲେନି ଇଂଲିଷ କ୍ୟାପଟେନ୍‌ ଜୋସ୍‌ ବଟଲରଙ୍କ ବ୍ୟାଟ୍‌ । ଶାମୀ ୧୧ଟି ଟି-୨୦ ମୁକାବିଲାରେ ବଟଲରଙ୍କୁ ୩ଥର ପଠାଇଛନ୍ତି ପ୍ୟାଭିଲିୟନ୍‌ । ଏପରି ସ୍ଥିତିରେ ବଟଲରଙ୍କୁ ଶାମୀଙ୍କ ଠାରୁ ଦୂରେଇ ରହିବାକୁ ପଡିବ । ଶାମୀ ଯଦିଓ ଦୀର୍ଘ ସମୟ ପରେ ଅନ୍ତର୍ଜାତୀୟ କ୍ରିକେଟକୁ କମ୍‌ବ୍ୟାକ୍‌ କରୁଛନ୍ତି କିନ୍ତୁ ଘରୋଇ କ୍ରିକେଟରେ ସେ ନିଜକୁ କରିସାରିଛନ୍ତି ପ୍ରମାଣ । 

ଏହାପଛକୁ ଅଛନ୍ତି ଅକ୍ଷର ପଟେଲ୍‌ ଏବଂ ବରୁଣ ଚକ୍ରବର୍ତ୍ତୀ । ଟିମ୍‌ ଇଣ୍ଡିଆର ସ୍ପିନର୍‌ ଜୋସ୍‌ ବଟଲରଙ୍କ ପାଇଁ ପାଲଟିପାରନ୍ତି କାଳ । ବଟଲର ୩ନମ୍ବରରେ ବ୍ୟାଟିଂ ପାଇଁ ଆସିବେ । ଉଭୟ ସ୍ପିନର ବଟଲରଙ୍କୁ ଦୁଇ ଦୁଇ ଥର ଟି-୨୦ରେ ଆଉଟ୍‌ କରିସାରିଛନ୍ତି । ତାଙ୍କ ସାମ୍ନାରେ ବଟଲର୍‌ ସବୁବେଳେ ଚାପରେ ନଜର ଆସିଥାନ୍ତି । 

ଟିମ୍‌ ଇଣ୍ଡିଆର ଲେଗ୍‌ ସ୍ପିନର ରବି ବିଷ୍ଣୋଇ । ଇଂଲଣ୍ଡର ଯୁବ ସେନସେସନ୍ ହ୍ୟାରି ବ୍ରୁକ୍ଙ୍କ ପାଇଁ କାଳ । ସେ ୨୦୨୩ ମସିହାରୁ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ୬ ଥର ଲେଗ୍ ସ୍ପିନରଙ୍କ ଦ୍ବାରା ହୋଇଛନ୍ତି ଆଉଟ୍ । ଆଉ ଏପରିସ୍ଥିତିରେ ରବି ବିଷ୍ଣୋଇ ହ୍ୟାରି ବ୍ରୁକ୍‌ଙ୍କ ପାଇଁ କାଳ ହୋଇପାରନ୍ତି । 

ଟିମ୍‌ ଇଣ୍ଡିଆର ଲେଫ୍ଟ ଆର୍ମ ଫାଷ୍ଟ ବୋଲର ଅର୍ଶଦୀପ ସିଂହ । ଇଂଲିଶ ଟିମ୍‌ର ଓପନର ବ୍ରେନ୍‌ ଡକେଟ୍‌ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି । ବ୍ରେନ୍‌ ଡକେଟ୍‌ ୨୦୨୩ ପରଠାରୁ ଟି-୨୦ ଇଣ୍ଟରନ୍ୟାସନାଲ୍‌ର ୩ଟି ପାଳିରେ ୨ଥର ବାମହାତୀ ଫାଷ୍ଟ ବୋଲରଙ୍କ ଦ୍ବାରା ହୋଇଛନ୍ତି ଆଉଟ୍‌ । ତେଣୁ ବ୍ରେନ୍‌ ଡକେଟ୍‌ଙ୍କ ପାଇଁ ଇଡେନ ଗାର୍ଡେନ ହୋଇପାରେ ଖୁବ୍‌ ଚ୍ୟାଲେଞ୍ଜିଂ ।  

ସୂଚନା ଅନୁଯାୟୀ ଭାରତ ବିପକ୍ଷରେ ଇଂଲଣ୍ଡ ନିଜର ଟି-୨୦ ସ୍କାର୍ଡ ତିଆରି କରିଛି । ଏହି ପ୍ଲେଇଙ୍ଗ୍‌ ଇଲେଭେନ୍‌ରେ କ୍ୟାପଟେନ୍‌ ଜୋସ୍‌ ବଟଲର, ଓ୍ବିକେଟ କିପର ଫିଲ ସଲ୍ଟ , ବ୍ରେନ୍‌ ଡକେଟ୍‌, ହ୍ୟାରୀ ବ୍ରୁକ୍ସ, ଲିୟାମ ଲିଭିଙ୍ଗଷ୍ଟୋନ୍‌, ଜ୍ୟାକବ ବେଥେଲ୍, ଜେମି ଓଭରଟନ୍, ଗସ୍ ଏଟକିଂସନ୍, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍ ଏବଂ ମାର୍କ ଉଡ୍ ଟିମ୍‌ରେ ହୋଇଛନ୍ତି ସାମିଲ୍‌ ।