ମୁମ୍ବାଇରେ ହୋର୍ଡିଂ ଭାଙ୍ଗିବା ଘଟଣା: ମୃତ୍ୟୁସଂଖ୍ୟା ୧୬ ଛୁଇଁଲା
ମୁମ୍ବାଇ,୧୫।୫: ମୁମ୍ବାଇର ଘାଟକୋପର ଅଞ୍ଚଳରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି। NDRF ଟିମ ବୁଧବାର ସକାଳେ ଘଟଣାସ୍ଥଳରୁ ଆଉ ଦୁଇ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ୭୪ ଜଣ ଆହତ ହୋଇଛନ୍ତି। ଗତ ସୋମବାର ଏହି ଅଘଟଣ ଘଟିଥିବା ବେଳେ ୩ ଦିନ ପରେ ବି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପାରିନି ପୋଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏମ/ଏମ ଏଗୋ ମିଡିଆ ଏଜେନ୍ସିର ମାଲିକ ଭାବେଶ ଭିଣ୍ଡେ ଫେରାର […] The post ମୁମ୍ବାଇରେ ହୋର୍ଡିଂ ଭାଙ୍ଗିବା ଘଟଣା: ମୃତ୍ୟୁସଂଖ୍ୟା ୧୬ ଛୁଇଁଲା appeared first on Dharitri Odia News.
ମୁମ୍ବାଇ,୧୫।୫: ମୁମ୍ବାଇର ଘାଟକୋପର ଅଞ୍ଚଳରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି। NDRF ଟିମ ବୁଧବାର ସକାଳେ ଘଟଣାସ୍ଥଳରୁ ଆଉ ଦୁଇ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ୭୪ ଜଣ ଆହତ ହୋଇଛନ୍ତି। ଗତ ସୋମବାର ଏହି ଅଘଟଣ ଘଟିଥିବା ବେଳେ ୩ ଦିନ ପରେ ବି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପାରିନି ପୋଲିସ।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏମ/ଏମ ଏଗୋ ମିଡିଆ ଏଜେନ୍ସିର ମାଲିକ ଭାବେଶ ଭିଣ୍ଡେ ଫେରାର ହୋଇ ଯାଇଥିବାବେଳେ ପୋଲିସ ତାଙ୍କ ପତ୍ତା ପାଇ ପାରୁନି। ଯାଞ୍ଚ ସମୟରେ ଜଣାପଡିଛି ଯେ ଭାବେଶ ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ନାମରେ ବଳାତ୍କାର ସମେତ ୨୩ଟି ମାମଲା ରୁଜୁ ହୋଇଛି। କିଛି ମାମଲାରେ ସେ ଜେଲ ଯାଇଥିବା ବେଳେ ଜାମିନରେ ବାହାରକୁ ଆସିଥିବା ଜଣାପଡିଛି।
The post ମୁମ୍ବାଇରେ ହୋର୍ଡିଂ ଭାଙ୍ଗିବା ଘଟଣା: ମୃତ୍ୟୁସଂଖ୍ୟା ୧୬ ଛୁଇଁଲା appeared first on Dharitri Odia News.