ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ ବିତିଛି। ହେଲେ ଏବେ ସେମାନେ ଅଲଗା ହେବାକୁ ଯାଉଥିବା ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ଚିନ୍ତା ବଢ଼ିଛି। ୨୦୧୩ରେ ଧାରାବାହିକ ‘ୟେ ହୈ ମୋହବତେ’ରେ ଏକାଠି କାମ କରିଥିଲେ ବିବେକ-ଦିବ୍ୟଙ୍କା। ଏହି ସେଟ୍‌ରେ ଉଭୟ ପରସ୍ପରକୁ ଭେଟିଥିଲେ। ପ୍ରଥମେ ବନ୍ଧୁତା […] The post ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ appeared first on Dharitri Odia News.

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ ବିତିଛି। ହେଲେ ଏବେ ସେମାନେ ଅଲଗା ହେବାକୁ ଯାଉଥିବା ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ଚିନ୍ତା ବଢ଼ିଛି।

୨୦୧୩ରେ ଧାରାବାହିକ ‘ୟେ ହୈ ମୋହବତେ’ରେ ଏକାଠି କାମ କରିଥିଲେ ବିବେକ-ଦିବ୍ୟଙ୍କା। ଏହି ସେଟ୍‌ରେ ଉଭୟ ପରସ୍ପରକୁ ଭେଟିଥିଲେ। ପ୍ରଥମେ ବନ୍ଧୁତା ପରେ ସେମାନେ ଡେଟ୍‌ କରିଥିଲେ। ସମୟ ସହ ସମ୍ପର୍କକୁ ଆଉ ପାଦେ ଆଗକୁ ନେବାକୁ ଯାଇ ସେମାନେ ୨୦୧୬ରେ ବିବାହ କରିଥିଲେ।

ହେଲେ ଏବେ ବିବାହକୁ ନେଇ ଆସିଥିବା ଖବର ଏକ ଗୁଜବ ବୋଲି ବିବେକ କହିଛନ୍ତି। ଏଭଳି ମିଥ୍ୟା ଦାବିକୁ ବିଶ୍ୱାସ ନ କରିବାକୁ ସେ ଅପିଲ କରିଛନ୍ତି।

କହିରଖୁଛୁ,କିଛିିଦିନ ତଳେ ସୁପରଷ୍ଟାର ଗୋବିନ୍ଦା ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେବାକୁ ଯାଉଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ପରେ ଏହା କେବଳ ଗୁଜବ ବୋଲି ଜଣାପଡ଼ିଥିଲା।

The post ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ appeared first on Dharitri Odia News.