ପାକିସ୍ତାନର ଶୋଚନୀୟ ପରାଜୟ ପରେ ବିସ୍ଫୋରକ ବୟାନ ଦେଲେ ଶୋଏବ ଅଖତର, କହିଲେ…
ଦୁବାଇ,୨୪ା୨: ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳଠାରୁ ପାକିସ୍ତାନର ଶୋଚନୀୟ ପରାଜୟ ପରେ କିମ୍ବଦନ୍ତୀ ପେସର ଶୋଏବ ଅଖତର ଟିମ ମ୍ୟାନେଜମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ ମତରେ ପାକିସ୍ତାନ ଦଳ ବିନା କୌଣସି ଯୋଜନାରେ ଟୁର୍ନାମେଣ୍ଟରେ ପ୍ରବେଶ କରିଥିଲା। ଲଗାତର ଦୁଇଟି ମ୍ୟାଚରେ ପରାଜୟ ବରଣ କରିଥିବା ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିରୁ ବିଦାୟ ନେଇଛି। ଭାରତୀୟ ଦଳଠାରୁ ପାକିସ୍ତାନକୁ ମିଳିଥିବା ପରାଜୟରେ ମୁଁ ଆଦୌ ନିରାଶ ନୁହେଁ। କାରଣ କ’ଣ ଘଟିବ ମୋତେ ଜଣାଥିଲା। ପୂରା ବିଶ୍ୱ […] The post ପାକିସ୍ତାନର ଶୋଚନୀୟ ପରାଜୟ ପରେ ବିସ୍ଫୋରକ ବୟାନ ଦେଲେ ଶୋଏବ ଅଖତର, କହିଲେ… appeared first on Dharitri Odia News.
ଦୁବାଇ,୨୪ା୨: ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳଠାରୁ ପାକିସ୍ତାନର ଶୋଚନୀୟ ପରାଜୟ ପରେ କିମ୍ବଦନ୍ତୀ ପେସର ଶୋଏବ ଅଖତର ଟିମ ମ୍ୟାନେଜମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ ମତରେ ପାକିସ୍ତାନ ଦଳ ବିନା କୌଣସି ଯୋଜନାରେ ଟୁର୍ନାମେଣ୍ଟରେ ପ୍ରବେଶ କରିଥିଲା। ଲଗାତର ଦୁଇଟି ମ୍ୟାଚରେ ପରାଜୟ ବରଣ କରିଥିବା ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିରୁ ବିଦାୟ ନେଇଛି।
ଭାରତୀୟ ଦଳଠାରୁ ପାକିସ୍ତାନକୁ ମିଳିଥିବା ପରାଜୟରେ ମୁଁ ଆଦୌ ନିରାଶ ନୁହେଁ। କାରଣ କ’ଣ ଘଟିବ ମୋତେ ଜଣାଥିଲା। ପୂରା ବିଶ୍ୱ ୬ ବୋଲରଙ୍କ ସହ ଖେଳୁଥିବା ବେଳେ ତୁମେ କେବଳ ୫ ବୋଲରଙ୍କ ସହ ଖେଳିପାରିବ ନାହିଁ।
ତୁମେ ଦୁଇ ଅଲରାଉଣ୍ଡରଙ୍କୁ ଖେଳାଇଥିଲ। ଏହା ମ୍ୟାନେଜମେଣ୍ଟ ପାଖରେ ବୁଦ୍ଧିର ଅଭାବକୁ ଦର୍ଶାଉଛି। ଆମେ ଖେଳାଳିଙ୍କୁ ଦାୟୀ କରିପାରିବା ନାହିଁ। ମ୍ୟାନେଜମେଣ୍ଟ ଭଳି ଖେଳାଳିଙ୍କୁ ମଧ୍ୟ କ’ଣ କରିବା ଦରକାର ଜଣା ନ ଥିଲା। ଉଦ୍ଦେଶ୍ୟ ସହ ଖେଳିବା ଏକ ଭିନ୍ନ କଥା। କିନ୍ତୁ ଆମ ଖେଳାଳିଙ୍କ ପାଖରେ ରୋହିତ, ବିରାଟ ଓ ଶୁବମନଙ୍କ ଭଳି ଦକ୍ଷତା ନାହିଁ। ନା ମ୍ୟାନେଜମେଣ୍ଟକୁ କିଛି ଜଣା ଅଛି, ନା ଖେଳାଳିଙ୍କୁ କିଛି ଜଣା ଅଛି। ସେମାନେ ବିନା କୌଣସି ସ୍ପଷ୍ଟ ଯୋଜନାରେ ଖେଳିବାକୁ ଯାଇଥିଲେ। କାହାକୁ କ’ଣ କରିବା ଉଚିତ ଜଣା ନ ଥିଲା ବୋଲି ଅଖତର ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି।
The post ପାକିସ୍ତାନର ଶୋଚନୀୟ ପରାଜୟ ପରେ ବିସ୍ଫୋରକ ବୟାନ ଦେଲେ ଶୋଏବ ଅଖତର, କହିଲେ… appeared first on Dharitri Odia News.