ବସ୍କୁ ଧକ୍କା ଦେଲା ତେଲ ଟ୍ୟାଙ୍କର:ଚାଲିଗଲା ଡ୍ରାଇଭରଙ୍କ ଜୀବନ
ଧର୍ମଶାଳା,୧୦।୬(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବସ ଷ୍ଟାଣ୍ଡ ନିକଟରେ ବସକୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ଡ୍ରାଇଭର ମୃତଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଓଆର୍୦୫ଏଏଲ୯୭୫୯ ତେଲ ଟ୍ୟାଙ୍କର ଟ୍ରକଟି କଟକରୁ ବାଲେଶର ଅଭିମୁଖେ ଆସୁଥିବାବେଳେ ଜାରକା ବସ ଷ୍ଟାଣ୍ଡ ନିକଟରେ ଏକ ବସ ପଛପଟେ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତେଲ ଟ୍ୟାଙ୍କର ଡ୍ରାଇଭରଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିଲେ। ଡ୍ରାଇଭର […] The post ବସ୍କୁ ଧକ୍କା ଦେଲା ତେଲ ଟ୍ୟାଙ୍କର:ଚାଲିଗଲା ଡ୍ରାଇଭରଙ୍କ ଜୀବନ appeared first on Dharitri Odia News.
ଧର୍ମଶାଳା,୧୦।୬(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବସ ଷ୍ଟାଣ୍ଡ ନିକଟରେ ବସକୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ଡ୍ରାଇଭର ମୃତଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ
ଓଆର୍୦୫ଏଏଲ୯୭୫୯ ତେଲ ଟ୍ୟାଙ୍କର ଟ୍ରକଟି କଟକରୁ ବାଲେଶର ଅଭିମୁଖେ ଆସୁଥିବାବେଳେ ଜାରକା ବସ ଷ୍ଟାଣ୍ଡ ନିକଟରେ ଏକ ବସ ପଛପଟେ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତେଲ ଟ୍ୟାଙ୍କର ଡ୍ରାଇଭରଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିଲେ। ଡ୍ରାଇଭର ଜଣଙ୍କ ମେଡିକାଲ ଲାଟିନ ମଧ୍ୟରେ ମୃତ୍ୟୁବରଣ କରିଥିବା ଦେଖି ପୋଲିସକୁ ମେଡିକାଲ ପକ୍ଷରୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ସମ୍ପର୍କରେ ଧର୍ମଶାଳା ଗୋଷ୍ଠି ସୱାସ୍ଥ୍ୟ ଅଧିକାରୀ ସୁଧୀର କୁମାର ସାହୁଙ୍କୁ ପଚାରିବାରୁ ପୋଲିସ ରୋଗୀକୁ ଆଣି ଛାଡ଼ିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଡ଼ ମେଡିକାଲ ପଠାଇବା ପାଇଁ ପୋଲିସକୁ ଦୁଇ ଥର ଜଣାଯାଇଥିବା ସେ କହିଛନ୍ତି। ସକାଳୁ ଗାଡ଼ି ମାଲିକ ଓ ଡ୍ରାଇଭରଙ୍କ ପୁତୁରା ଆସି ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଡ୍ରାଇଭର ଜଣଙ୍କ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳର ଅମିୟ କୁମାର ଜେନା ବୋଲି ସୂଚନା ମିଳିଛି।
The post ବସ୍କୁ ଧକ୍କା ଦେଲା ତେଲ ଟ୍ୟାଙ୍କର:ଚାଲିଗଲା ଡ୍ରାଇଭରଙ୍କ ଜୀବନ appeared first on Dharitri Odia News.