୧୭ ଏମ୍‌ପିଙ୍କୁ ମିଳିବ ସାଂସଦରତ୍ନ ପୁରସ୍କାର

ନୂଆଦିଲ୍ଲୀ,୧୯ା୫ (ପି.ଟି.): କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସମେତ ପାର୍ଲାମେଣ୍ଟର ୧୭ ଜଣ ସଦସ୍ୟ ଏବଂ ୨ଟି ସଂସଦୀୟ ସ୍ଥାୟୀ କମିଟିକୁ ଚଳିତ ବର୍ଷର ସାଂସଦରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରାଇମ୍‌ ପଏଣ୍ଟ ଫାଉଣ୍ଡେଶନ ଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ଏମ୍‌ପିମାନଙ୍କୁ ପାର୍ଲାମେଣ୍ଟ ପ୍ରତି ସେମାନଙ୍କ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ଜାତୀୟ ପଛୁଆ ବର୍ଗ କମିଶନ (ଏନ୍‌ସିବିସି) ଅଧ୍ୟକ୍ଷ ହଂସରାଜ ଅହିରଙ୍କ ଅଧ୍ୟକ୍ଷତାରେ ଜୁରୀ କମିଟି ପୁରସ୍କାର ପାଇବାକୁ ଥିବା ଏମ୍‌ପିମାନଙ୍କୁ ଚୟନ କରିଛି। ସଂସଦୀୟ […] The post ୧୭ ଏମ୍‌ପିଙ୍କୁ ମିଳିବ ସାଂସଦରତ୍ନ ପୁରସ୍କାର appeared first on Dharitri Odia News.

୧୭ ଏମ୍‌ପିଙ୍କୁ ମିଳିବ ସାଂସଦରତ୍ନ ପୁରସ୍କାର

ନୂଆଦିଲ୍ଲୀ,୧୯ା୫ (ପି.ଟି.): କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସମେତ ପାର୍ଲାମେଣ୍ଟର ୧୭ ଜଣ ସଦସ୍ୟ ଏବଂ ୨ଟି ସଂସଦୀୟ ସ୍ଥାୟୀ କମିଟିକୁ ଚଳିତ ବର୍ଷର ସାଂସଦରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରାଇମ୍‌ ପଏଣ୍ଟ ଫାଉଣ୍ଡେଶନ ଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ଏମ୍‌ପିମାନଙ୍କୁ ପାର୍ଲାମେଣ୍ଟ ପ୍ରତି ସେମାନଙ୍କ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ଜାତୀୟ ପଛୁଆ ବର୍ଗ କମିଶନ (ଏନ୍‌ସିବିସି) ଅଧ୍ୟକ୍ଷ ହଂସରାଜ ଅହିରଙ୍କ ଅଧ୍ୟକ୍ଷତାରେ ଜୁରୀ କମିଟି ପୁରସ୍କାର ପାଇବାକୁ ଥିବା ଏମ୍‌ପିମାନଙ୍କୁ ଚୟନ କରିଛି।
ସଂସଦୀୟ ଗଣତନ୍ତ୍ର ପ୍ରତି ଉଲ୍ଲେଖନୀୟ ତଥା କ୍ରମାଗତ ଅବଦାନ ପାଇଁ ଭର୍ତ୍ତୃହରିଙ୍କ ସମେତ ଏନ୍‌ସିପି(ଏସ୍‌ପି) ଏମ୍‌ପି ସୁପ୍ରିୟା ସୁଲେ, ଆର୍‌ଏସ୍‌ପିର ଏନ୍‌.କେ. ପ୍ରେମଚନ୍ଦ୍ରନ ଏବଂ ଶ୍ରୀରଙ୍ଗ ଆପ୍ପା ବର୍ନେଙ୍କୁ ପୁରସ୍କୃତ କରାଯିବ। ଷୋଡ଼ଶ ଏବଂ ସପ୍ତଦଶ ଲୋକ ସଭାରେ ଏହି ୪ ଏମ୍‌ପିଙ୍କ ପ୍ରଦର୍ଶନ ଶୀର୍ଷସ୍ଥାନରେ ରହିଥିଲାବେଳେ ଚଳିତ ଲୋକ ସଭାରେ ମଧ୍ୟ ଉନ୍ନତ ପ୍ରଦର୍ଶନ ଜାରି ରହିଛି। ପୁରସ୍କୃତ ହେବାକୁ ଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ସ୍ମିତା ଓ୍ବାଘ (ଭାଜପା), ଅରବିନ୍ଦ ସାଓ୍ବନ୍ତ (ଶିବସେନା ୟୁବିଟି), ନରେଶ ଗନପତ ମହସ୍କେ(ଶିବସେନା), ବର୍ଷା ଗାଏକ୍ୱାଡ୍‌ (କଂଗ୍ରେସ), ମେଧା କୁଲକର୍ନି (ଭାଜପା), ପ୍ରବୀନ ପଟେଲ (ଭାଜପା), ରବି କିଶନ (ଭାଜପା), ନିଶିକାନ୍ତ ଦୁବେ(ଭାଜପା), ପି.ପି. ଚୌଧରୀ(ଭାଜପା), ମଦନ ରାଠୋର (ଭାଜପା), ସି.ଏନ୍‌. ଆନ୍ନାଦୁରାଇ(ଡିଏମ୍‌କେ) ଏବଂ ଦିଲୀପ ସାଇକିଆ(ଭାଜପା)। ଅର୍ଥ ଏବଂ କୃଷି ବିଭାଗୀୟ ଷ୍ଟାଣ୍ଡିଂ କମିଟିକୁ ମଧ୍ୟ ଏହାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯିବ। ଅର୍ଥ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭର୍ତ୍ତୃହରି ରହିଥିବାବେଳେ କୃଷି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କଂଗ୍ରେସର ଚରନ୍‌ଜିତ ସିଂ ଚନ୍ନି ଅଛନ୍ତି।

The post ୧୭ ଏମ୍‌ପିଙ୍କୁ ମିଳିବ ସାଂସଦରତ୍ନ ପୁରସ୍କାର appeared first on Dharitri Odia News.