ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦିଲ୍ଲୀରେ କଂଗ୍ରେସ-ଏଏପି ମଧ୍ୟର ହେଲା ସହମତି: ରିପୋର୍ଟ

ନୂଆଦିଲ୍ଲୀ,୨୧।୨: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଏଏପି ମିଳିତ ମଞ୍ଚକୁ ନେଇ ଏକ ସହମତି ପ୍ରକାଶ ପାଇଥିବା ଜଣାପଡିଛି। ସୂଚନାନୁସାରେ, ଏଏପି ଦିଲ୍ଲୀର ୪ ଟି ଆସନରେ ଏବଂ କଂଗ୍ରେସ ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। କଂଗ୍ରେସ ଏବଂ ଏଏପି ର ଦିଲ୍ଲୀ ମିଳିତ ସୂତ୍ରରେ ଆମ୍ ଆଦମୀ ପାର୍ଟି ନୂଆଦିଲ୍ଲୀ, ଉତ୍ତର ପଶ୍ଚିମ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ ଏବଂ ଦକ୍ଷିଣ ଦିଲ୍ଲୀରୁ ନିର୍ବାଚନ ଲଢ଼ିବ। ଯେଉଁଠାରେ କଂଗ୍ରେସ ପୂର୍ବ ଦିଲ୍ଲୀ, ଉତ୍ତର ପୂର୍ବ ଦିଲ୍ଲୀ ଏବଂ […] The post ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦିଲ୍ଲୀରେ କଂଗ୍ରେସ-ଏଏପି ମଧ୍ୟର ହେଲା ସହମତି: ରିପୋର୍ଟ appeared first on Dharitri Odia News.

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦିଲ୍ଲୀରେ କଂଗ୍ରେସ-ଏଏପି ମଧ୍ୟର ହେଲା ସହମତି: ରିପୋର୍ଟ

ନୂଆଦିଲ୍ଲୀ,୨୧।୨: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଏଏପି ମିଳିତ ମଞ୍ଚକୁ ନେଇ ଏକ ସହମତି ପ୍ରକାଶ ପାଇଥିବା ଜଣାପଡିଛି। ସୂଚନାନୁସାରେ, ଏଏପି ଦିଲ୍ଲୀର ୪ ଟି ଆସନରେ ଏବଂ କଂଗ୍ରେସ ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। କଂଗ୍ରେସ ଏବଂ ଏଏପି ର ଦିଲ୍ଲୀ ମିଳିତ ସୂତ୍ରରେ ଆମ୍ ଆଦମୀ ପାର୍ଟି ନୂଆଦିଲ୍ଲୀ, ଉତ୍ତର ପଶ୍ଚିମ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ ଏବଂ ଦକ୍ଷିଣ ଦିଲ୍ଲୀରୁ ନିର୍ବାଚନ ଲଢ଼ିବ। ଯେଉଁଠାରେ କଂଗ୍ରେସ ପୂର୍ବ ଦିଲ୍ଲୀ, ଉତ୍ତର ପୂର୍ବ ଦିଲ୍ଲୀ ଏବଂ ଚାନ୍ଦନୀ ଚୌକଠାରୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବ। କିଛି ସମୟ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ଘରେ ଏହି ବିଷୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଖୁବଶୀଘ୍ର ଏସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା କରାଯାଇପାରେ।

The post ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦିଲ୍ଲୀରେ କଂଗ୍ରେସ-ଏଏପି ମଧ୍ୟର ହେଲା ସହମତି: ରିପୋର୍ଟ appeared first on Dharitri Odia News.