ଗର୍ଭବତୀ ମହିଳାଙ୍କୁ ମିଳିବ ୨୧,୦୦୦ ଟଙ୍କା, ଭାଜପା ଦେଲା ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୧୭।୧: ଦିଲ୍ଲୀରେ ଆଗକୁ ବିଧାନସଭା ନିର୍ବାଚନ ଥିଲା ବେଳେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟରେ କ୍ଷମତାରେ ଥିବା ଆପ୍ ନିର୍ବାଚନ ଘୋଷଣା ପୂର୍ବରୁ ବିଭିନ୍ନ ଯୋଜନା ଆରମ୍ଭ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ ପଛରେ ପଡି ନାହାନ୍ତି ଭାଜପା କଂଗ୍ରେସ। ଶୁକ୍ରବାର ଭାଜପା ଏହାର ଘୋଷଣାପତ୍ର ଜାରି କରିଥିବା ବେଳେ ଏଥିରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଅଧିକ ଯୋଜନା ରହିଥିବା ଦେଖିବାକୁ ମିଳିଛି। ଅର୍ଥାତ […] The post ଗର୍ଭବତୀ ମହିଳାଙ୍କୁ ମିଳିବ ୨୧,୦୦୦ ଟଙ୍କା, ଭାଜପା ଦେଲା ପ୍ରତିଶ୍ରୁତି appeared first on Dharitri Odia News.

ଗର୍ଭବତୀ ମହିଳାଙ୍କୁ ମିଳିବ ୨୧,୦୦୦ ଟଙ୍କା, ଭାଜପା ଦେଲା ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୧୭।୧: ଦିଲ୍ଲୀରେ ଆଗକୁ ବିଧାନସଭା ନିର୍ବାଚନ ଥିଲା ବେଳେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟରେ କ୍ଷମତାରେ ଥିବା ଆପ୍ ନିର୍ବାଚନ ଘୋଷଣା ପୂର୍ବରୁ ବିଭିନ୍ନ ଯୋଜନା ଆରମ୍ଭ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ ପଛରେ ପଡି ନାହାନ୍ତି ଭାଜପା କଂଗ୍ରେସ। ଶୁକ୍ରବାର ଭାଜପା ଏହାର ଘୋଷଣାପତ୍ର ଜାରି କରିଥିବା ବେଳେ ଏଥିରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଅଧିକ ଯୋଜନା ରହିଥିବା ଦେଖିବାକୁ ମିଳିଛି। ଅର୍ଥାତ ମହିଳାଙ୍କ ସରକାର ଗଠନ ପାଇଁ ସମସ୍ତ ଦଳ କେବଳ ମହିଳାଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି।

ଅନ୍ୟପଟେ ଆପ୍ ମଧ୍ୟ ମହିଳାମାନଙ୍କ ଭୋଟ ହାତେଇବା ଲାଗି ଝିଅମାନଙ୍କ ବିବାହ ପାଇଁ ୧ ଲକ୍ଷ ତାଙ୍କ ଦେବାକୁ ଘୋଷଣା କରିଛି ଆପ୍। ଏଥିସହିତ ୟୁନିଫର୍ମ ପାଇଁ ୨୫,୦୦୦ ଟଙ୍କା ଦେବାକୁ ଏବଂ ମହିଳାଙ୍କୁ ବର୍ଷରେ ଦୁଇଥର ୨,୫୦୦ ଟଙ୍କା ଦେବାକୁ ଘୋଷଣା କରିଛି। ସେହିପରି ଦଳ ଦୁର୍ଘଟଣାରେ ଜୀବନ ହରାଉଥିବା ଲାକଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଦେବାକୁ କହିଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁକାଉଣ୍ଟର କରି ଦିଲ୍ଲୀରେ ଆପ୍ ୬୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ସଂଜୀବନୀ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ଦେବାକୁ ପ୍ରତିଶ୍ରୁତି ଦେଇଛି।

The post ଗର୍ଭବତୀ ମହିଳାଙ୍କୁ ମିଳିବ ୨୧,୦୦୦ ଟଙ୍କା, ଭାଜପା ଦେଲା ପ୍ରତିଶ୍ରୁତି appeared first on Dharitri Odia News.