ସୋସିଆଲ ମିଡିଆରୁ ପ୍ରେମ, ତା’ ପରେ ଗାଁରେ…ଜାଣନ୍ତୁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ହଟ୍କେ ଲଭ୍ ଷ୍ଟୋରୀ
ନୂଆଦିଲ୍ଲୀ,୧୭।୯: ୪୩ ବର୍ଷୀୟା ଆତିଶୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କେଜରିଓ୍ବାଲଙ୍କ ଜେଲ୍ ଯିବା ପରେ ସେ ଆକ୍ସନ ମୁଡ୍କୁ ଆସିଥିଲେ। ଭାଜପାକୁ ସେ ଲଗାତାର କଡ଼ା ଟାର୍ଗେଟ କରିବା ସହ ପ୍ରେସ କନଫରେନ୍ସ କରି ସେ ଭାଜପାକୁ ତୁହାକୁ ତୁହା ଟାର୍ଗେଟ କରିଥିଲେ। ତେବେ ଏହି ଆତ୍ମବିଶ୍ୱାସୀ ଓ ନିର୍ଭିକ ନେତ୍ରୀ ଏବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଆପଣ ତାଙ୍କ ସ୍ବାମୀ କିଏ ଜାଣନ୍ତି କି ଆଉ ତାଙ୍କ ଲଭ୍ ଷ୍ଟୋରୀ କେମିତି […] The post ସୋସିଆଲ ମିଡିଆରୁ ପ୍ରେମ, ତା’ ପରେ ଗାଁରେ…ଜାଣନ୍ତୁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ହଟ୍କେ ଲଭ୍ ଷ୍ଟୋରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୯: ୪୩ ବର୍ଷୀୟା ଆତିଶୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କେଜରିଓ୍ବାଲଙ୍କ ଜେଲ୍ ଯିବା ପରେ ସେ ଆକ୍ସନ ମୁଡ୍କୁ ଆସିଥିଲେ। ଭାଜପାକୁ ସେ ଲଗାତାର କଡ଼ା ଟାର୍ଗେଟ କରିବା ସହ ପ୍ରେସ କନଫରେନ୍ସ କରି ସେ ଭାଜପାକୁ ତୁହାକୁ ତୁହା ଟାର୍ଗେଟ କରିଥିଲେ। ତେବେ ଏହି ଆତ୍ମବିଶ୍ୱାସୀ ଓ ନିର୍ଭିକ ନେତ୍ରୀ ଏବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଆପଣ ତାଙ୍କ ସ୍ବାମୀ କିଏ ଜାଣନ୍ତି କି ଆଉ ତାଙ୍କ ଲଭ୍ ଷ୍ଟୋରୀ କେମିତି ଆରମ୍ଭ ହୋଇଥିଲା।
ଆତିଶୀ ସିଂଙ୍କ ସ୍ବାମୀଙ୍କ ହେଉଛନ୍ତି ପ୍ରବୀଣ ସିଂ। ପ୍ରବୀଣ ଲାଇମଲାଇଟ ଠାରୁ ବହୁ ଦୂରରେ ରୁହନ୍ତି। ଆତିଶୀ ଆଦମୀ ପାର୍ଟି ସହିତ ରାଜନୀତିରେ ପ୍ରବେଶ କରିବାର ବହୁ ବର୍ଷ ବିତିଗଲାଣି, କିନ୍ତୁ ଏତେ ବର୍ଷ ଭିତରେ ମଧ୍ୟ ତାଙ୍କ ସ୍ବାମୀ ସର୍ବସାଧାରଣରେ ଆଗକୁ ଆସି ନାହାନ୍ତି।
ଆତିଶୀ ଏବଂ ପ୍ରବୀଣ ପରସ୍ପରକୁ ଭଲ ପାଉଥିଲେ। ତା’ପରେ ବିବାହ କରିଥିଲେ । ଉଭୟଙ୍କର ଗନ୍ତବ୍ୟ ସ୍ଥଳ ପ୍ରାୟ ସମାନ ଥିଲା । ଉଭୟ ଗ୍ରାମ ସ୍ବରାଜର ଚିନ୍ତାଧାର ରଖୁଥିଲେ। ଦେଶର ଦୁଇଟି ବଡ ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ କରିବା ପରେ ମଧ୍ୟ ସେ ଚୁପଚାପ କାର୍ଯ୍ୟ କରିବାରେ ବିଶ୍ୱାସ ରଖୁଥିଲେ।
ପ୍ରବୀଣ ସିଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଯଥା ଆଇଆଇଟି ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଅହମ୍ମଦାବାଦ ଯଥା IIM ରୁ ଅଧ୍ୟୟନ କରିଛନ୍ତି। ଯଦିଓ, ତାଙ୍କର ଅଧ୍ୟୟନ ପରେ, ଯଦି ସେ ଚାହିଁଥାନ୍ତେ, ସେ ସହଜରେ କେଣସି ସ୍ଥାନରେ ଉଚ୍ଚ ବେତନ ପ୍ରାପ୍ତ କରିଥାନ୍ତେ କିମ୍ବା କିଛି କର୍ପୋରେଟରେ ମାଲିକ ଭାବରେ ବସିଥାନ୍ତେ, କିନ୍ତୁ ସେ ଏସବୁ ଛାଡି ଗାଁରେ କାମ କରିବାକୁ ପସନ୍ଦ କରିଥିଲେ ।
ଉଭୟ ଆତିଶୀ ଏବଂ ପ୍ରବୀଣ ଦିଲ୍ଲୀରେ ପରସ୍ପରଙ୍କୁ ଭେଟିଥିଲେ। ଯେହେତୁ ଉଭୟ ଗ୍ରାମର ସ୍ଥିତିକୁ ସୁଧାରିବାକୁ ଚାହୁଁଥିଲେ ଏବଂ ଗ୍ରାମ ସ୍ବରାଜଙ୍କ ନୀତିରେ ଗାଁରେ ସଚେତନତା ଆଣିବାକୁ ଚାହୁଁଥିଲେ, ତେଣୁ ଉଭୟ ଏକ ସାଧାରଣ ପ୍ଲାଟଫର୍ମରେ ସାକ୍ଷାତ ହୋଇଥିଲେ। ତା’ପରେ ଯେତେବେଳେ କଥା ଆଗକୁ ବଢିଲା, ଦୁହେଁ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କଲେ, ପରେ ବିବାହ କରିଥିଲେ।
ତେବେ ଏହାର କିଛି ସମୟ ପରେ ଯେତେବେଳେ ଆତିଶୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ରାଜନୀତିରେ ପ୍ରବେଶ କରିଥିଲେ। ସେ କଥା କୁହାରେରେ ପାରଙ୍ଗମ । ସେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ନିଜର ମତ ପ୍ରକାଶ କରନ୍ତି । କୌଣସି ଚାପରେ ଆସନ୍ତି ନାହିଁ । ଗତ ଦୁଇ ବର୍ଷ ମଧ୍ୟରେ, ସେ AAP ର ସବୁଠାରୁ ବିଶ୍ୱସନୀୟ ଚେହେରା ଭାବରେ ଉଭା ହୋଇଛନ୍ତି । ଯଦିଓ କୁହାଯାଏ ଯେ ଆତିଷୀଙ୍କ ସ୍ବାମୀ ପ୍ରବୀଣ ମଧ୍ୟ ପ୍ରଥମେ ତାଙ୍କ ସହିତ ଆମ ଆଦମୀ ପାର୍ଟିରେ ଜଡିତ ଥିଲେ, କିନ୍ତୁ ପରେ ପ୍ରବୀଣ ଏକ ଲୋ ପ୍ରୋଫାଇଲରେ ଚୁପଚାପ କାମ କରିବାକୁ ପସନ୍ଦ କରିଥିଲେ।
The post ସୋସିଆଲ ମିଡିଆରୁ ପ୍ରେମ, ତା’ ପରେ ଗାଁରେ…ଜାଣନ୍ତୁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ହଟ୍କେ ଲଭ୍ ଷ୍ଟୋରୀ appeared first on Dharitri Odia News.