ବାଇକ ଧକ୍କାରେ ଜଣେ ମୃତ
ପାଟଣା: ପାଟଣା ଥାନା ଅନ୍ତର୍ଗତ ପାଟଣା – କରଞ୍ଜିଆ ୨୨୦ ନଂ. ଜାତୀୟ ରାଜପଥର ଧାନବେଣୀ ନିକଟରେ ଏକ ମୋଟରସାଇକେଲ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଧାନବେଣୀ ଗ୍ରାମର ବଳରାମ ମହାନ୍ତ(୬୫) ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପାଟଣାରୁ କରଞ୍ଜିଆ ଆଡ଼କୁ ଯାଉଥିବା ଏକ ମୋଟରସାଇକେଲ ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବଳରାମଙ୍କୁ ପାଟଣା ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୋଟରସାଇକେଲ […]

ପାଟଣା: ପାଟଣା ଥାନା ଅନ୍ତର୍ଗତ ପାଟଣା – କରଞ୍ଜିଆ ୨୨୦ ନଂ. ଜାତୀୟ ରାଜପଥର ଧାନବେଣୀ ନିକଟରେ ଏକ ମୋଟରସାଇକେଲ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଧାନବେଣୀ ଗ୍ରାମର ବଳରାମ ମହାନ୍ତ(୬୫) ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପାଟଣାରୁ କରଞ୍ଜିଆ ଆଡ଼କୁ ଯାଉଥିବା ଏକ ମୋଟରସାଇକେଲ ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବଳରାମଙ୍କୁ ପାଟଣା ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୋଟରସାଇକେଲ ଚାଳକ ନିଶାଗ୍ରସ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି। ପୁଲିସ ତାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।