ପ୍ରବୀଣ ଶିକ୍ଷକ ସ୍ଵର୍ଗତ ତ୍ରାହିକର ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ
ଝାରସୁଗୁଡା ୨୭/୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ରେମତା ପଞ୍ଚାୟତ ଅନ୍ତର୍ଗତ ସରଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଅଞ୍ଚଳର ବଡଖା ଆଜ୍ଞା ନାମରେ ଆଦୃତ ସ୍ଵର୍ଗତ ତ୍ରାହିକର ମିଶ୍ରଙ୍କ ୨୭ ତମ ଶ୍ରାଦ୍ଧବାର୍ଷିକୀ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏଥିରେ ସରଧା ବିଦ୍ୟାଳୟ ପରିଚାଳନା ସମିତି ସଭାପତି ତହସିଲ ନାୟକ ଅଧ୍ୟକ୍ଷତା କରିଥିବା ବେଳେ କଣ୍ଡେଇକେଲା ନଟବର ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ […] The post ପ୍ରବୀଣ ଶିକ୍ଷକ ସ୍ଵର୍ଗତ ତ୍ରାହିକର ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ appeared first on Odisha.News.

ଝାରସୁଗୁଡା ୨୭/୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ରେମତା ପଞ୍ଚାୟତ ଅନ୍ତର୍ଗତ ସରଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଅଞ୍ଚଳର ବଡଖା ଆଜ୍ଞା ନାମରେ ଆଦୃତ ସ୍ଵର୍ଗତ ତ୍ରାହିକର ମିଶ୍ରଙ୍କ ୨୭ ତମ ଶ୍ରାଦ୍ଧବାର୍ଷିକୀ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏଥିରେ ସରଧା ବିଦ୍ୟାଳୟ ପରିଚାଳନା ସମିତି ସଭାପତି ତହସିଲ ନାୟକ ଅଧ୍ୟକ୍ଷତା କରିଥିବା ବେଳେ କଣ୍ଡେଇକେଲା ନଟବର ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ରମେଶ ପଶାୟତ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରାରମ୍ଭରେ ନିମନ୍ତ୍ରୀତ ଅତିଥି ଗଣ ସ୍ବର୍ଗତ ଶ୍ରୀ ମିଶ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ଦ୍ୱୀପ ପ୍ରଜ୍ବଳନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଝାରସୁଗୁଡା ଜମେରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର ମହାନ୍ତି ମୁଖ୍ୟ ଅତିଥି, ସାହିତ୍ୟିକ ମହମ୍ମଦ ଜମିର ଉଲ୍ଲା ମୁଖ୍ୟବକ୍ତା ଏବଂ ବେଳପାହାଡ଼ ଅଞ୍ଚଳର ସମାଜସେବୀ ପ୍ରଫୁଲ ସିଂହ ଦେଓ, ଭକ୍ତ ଚରଣ ବିଶ୍ଵାଳ,ଚକାନନ ସା, ମହତଲାଲ ପଶାୟତ, ସିତାରାମ ପ୍ରଧାନ, ଗଣ୍ଡା ସା, ବସୁଦେବ ପ୍ରଧାନ,ଲେକୁରୁ ଭୋଇ, ଖେଦୁ ପଶାୟତ, ପ୍ରେମାନନ୍ଦ ମିଶ୍ର, ଦୁଃଶାସନ ସା ,ଜଗବନ୍ଧୁ ସା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସ୍ବର୍ଗତ ବଡ଼ଖା ଆଜ୍ଞାଙ୍କ ବହୁବିଧ ବ୍ୟକ୍ତିତ୍ଵ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରାଧା ରାଓ ସ୍ଵର୍ଗତ ଶ୍ରୀ ମିଶ୍ରଙ୍କ କର୍ମମୟ ଜୀବନ ଉପରେ ଆଧାରିତ ଏକ ଆଲେଖ୍ୟ ପ୍ରସ୍ତୁତ କରିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
The post ପ୍ରବୀଣ ଶିକ୍ଷକ ସ୍ଵର୍ଗତ ତ୍ରାହିକର ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ appeared first on Odisha.News.