ଜନତା ମଇଦାନକୁ ଆସିଥିଲେ, ବସ୍ ଠେଲିଲେ
ଭୁବନେଶ୍ୱର,୧୭।୯: ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିଛନ୍ତି। ସେ ଭୁବନେଶ୍ୱର ପହଞ୍ଚି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ମୋଦିଙ୍କ ଆଗମନରେ ଜନତା ମଇଦାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ବହୁ ମହିଳା ଏଥିରେ ଯୋଗ ଦେଇଥିଲେ। ତେବେ ଜନସଭାକୁ ସମ୍ବୋଧନ କରି ମୋଦି ଓଡ଼ି ଆସି ଥିବାରୁ ଖୁସିବ୍ୟକ୍ତ କରିଛନ୍ତି। ସେ ଓଡ଼ିଶାବାସୀଙ୍କୁ ଆଗୁଆ ଦଶହରା ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ […] The post ଜନତା ମଇଦାନକୁ ଆସିଥିଲେ, ବସ୍ ଠେଲିଲେ appeared first on Dharitri Odia News.
ଭୁବନେଶ୍ୱର,୧୭।୯: ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିଛନ୍ତି। ସେ ଭୁବନେଶ୍ୱର ପହଞ୍ଚି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ମୋଦିଙ୍କ ଆଗମନରେ ଜନତା ମଇଦାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ବହୁ ମହିଳା ଏଥିରେ ଯୋଗ ଦେଇଥିଲେ। ତେବେ ଜନସଭାକୁ ସମ୍ବୋଧନ କରି ମୋଦି ଓଡ଼ି ଆସି ଥିବାରୁ ଖୁସିବ୍ୟକ୍ତ କରିଛନ୍ତି। ସେ ଓଡ଼ିଶାବାସୀଙ୍କୁ ଆଗୁଆ ଦଶହରା ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ, ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ ସୁଯୋଗ ମିଳିଥିବାରୁ ବେଶ ଖୁସି। ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି ଆଜି ସୁଭଦ୍ରା ଶୁଭାରମ୍ଭ ଅବସରରେ ଓଡ଼ିଶକୁ ଆସିଥିବା ସେ କହିଛନ୍ତି।
ତେବେ କାର୍ଯ୍ୟକ୍ରମ ସରିବା ପରେ ଏଠାକୁ ଯୋଗ ଦେବାକୁ ଆସିଥିବା ମହିଳାମାନେ ଫେରିଯିବା ପାଇଁ ପ୍ରସ୍ତୁତି କରୁଥିଲେ। କିନ୍ତୁ ଯେଉଁ ବସ୍ରେ ସେ ଆସିଥିଲେ କୌଣସି ଯାନ୍ତ୍ରିକ ତ୍ରୁଟି ଦ୍ୱାରା ତାହା ଷ୍ଟାର୍ଟ ହୋଇ ନ ଥିଲା। ତେଣୁ ବସ୍କୁ ଷ୍ଟାର୍ଟ କରିବା ଉଦ୍ଦେଶ୍ୟମରେ ମହିଳାମାନେ ଗାଡିକୁ ପଛରୁ ଧକ୍କା ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଜନତା ମଇଦାନଠାରେ ବିଧିବଦ୍ଧ ଭାବେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏପରିକି ସେ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବଦ୍ଧର୍ନ ସିଂ ଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ, ଭାଜପା ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।
The post ଜନତା ମଇଦାନକୁ ଆସିଥିଲେ, ବସ୍ ଠେଲିଲେ appeared first on Dharitri Odia News.