ଦୈନିକ କରନ୍ତୁ ୩୦ ମିନିଟ୍‌ର ବ୍ୟାୟାମ, ୨୪ ଘଣ୍ଟା ଯାଏ ମସ୍ତିଷ୍କ ରହିବ ସତେଜ

ନୂଆଦିଲ୍ଲୀ ୨୦।୧୨: ବ୍ୟାୟାମ୍‌ କରିବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । ବ୍ୟାୟାମ କରିବା ଦ୍ବାରା ଶରୀର ରହିଥାଏ ସୁସ୍ଥ । ସେ ହୃଦୟର ସ୍ବାସ୍ଥ୍ୟ ହେଉ କି ଟାଇପ୍‌-୨ ମଧୁମେହ କିମ୍ବା ଓଜନ ନିୟନ୍ତ୍ରଣ କରିବା, ବ୍ୟାୟମ ହେଉଛି ସ୍ବାସ୍ଥ୍ୟ ପାଇଁ ଏକ ଭଲ ସାଥୀ । ପ୍ରତିଦିନ କେବଳ ୩୦ ମିନିଟ୍‌ର ବ୍ୟାୟାମ କରିବା ଦ୍ବାରା ମିଳିଥାଏ ମାନସିକ ଶାନ୍ତି । ସେ ଦ୍ରୁତଗତିରେ ଚାଲିବା ହେଉ କିମ୍ବା, ସାଇକେଲିଂ କରିବା, ନୃତ୍ୟୁ କରିବା ଦ୍ବାରା ମଧ୍ୟମ ବୟସର ଲୋକଙ୍କ ପାଇଁ ବେଶ୍‌ ଉପକାରୀ । ଏକଥା ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଇଣ୍ଟରନ୍ୟାସନାଲ୍‌ ଜର୍ନାଲ ଅଫ୍‌ ବିହେବିୟରଲ୍‌ ନ୍ୟୁଟ୍ରିଶନ ଆଣ୍ଡ ଫିଜିକାଲ୍‌ ଆକ୍ଟିଭିଟିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ହାରାହାରି ୫୦ ରୁ ୮୩ ବର୍ଷ ବୟସ୍କ ବ୍ୟକ୍ତି ଯେଉଁମାନେ ବ୍ୟାୟାମ କିମ୍ବା ଶାରୀରିକ କାମ କରୁଥିଲେ, ସେମାନଙ୍କ କ୍ଷେତ୍ରରେ ସ୍ମରଣଶକ୍ତି ଅଧିକ ଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ୟୁନିଭରସିଟି ଲଣ୍ଡନ କଲେଜର ବିଶେଷଜ୍ଞଙ୍କ ଅନୁଯାୟୀ ଯଦି କୌଣସି ବ୍ୟକ୍ତି କମ୍‌ ସମୟ ବସିଥାନ୍ତି ଏବଂ ୬ଘଣ୍ଟାରୁ ଅଧିକ ସମୟ ଶୋଇଥାନ୍ତି ତେବେ ସେମାନଙ୍କ ସ୍ମରଣଶକ୍ତି ଭଲ ହୋଇଥାଏ  । ଅଧ୍ୟୟନରେ ବୈଜ୍ଞାନିକମାନେ ୭୬ ପୁରୁଷ ଏବଂ ମହିଳାଙ୍କର ଡାଟା ନେଇଥିଲେ । ଏମାନଙ୍କର ଗତିବିଧିକୁ ୮ଦିନ ଯାଏଁ ଅନୁଧ୍ୟାନ କରିଥିଲେ । ସମସ୍ତଙ୍କର ପ୍ରତିଦିନ ସ୍ମରଣଶକ୍ତି ପରୀକ୍ଷା କରାଯାଇଥିଲ

ଦୈନିକ କରନ୍ତୁ ୩୦ ମିନିଟ୍‌ର ବ୍ୟାୟାମ, ୨୪ ଘଣ୍ଟା ଯାଏ ମସ୍ତିଷ୍କ ରହିବ ସତେଜ

ନୂଆଦିଲ୍ଲୀ ୨୦।୧୨: ବ୍ୟାୟାମ୍‌ କରିବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । ବ୍ୟାୟାମ କରିବା ଦ୍ବାରା ଶରୀର ରହିଥାଏ ସୁସ୍ଥ । ସେ ହୃଦୟର ସ୍ବାସ୍ଥ୍ୟ ହେଉ କି ଟାଇପ୍‌-୨ ମଧୁମେହ କିମ୍ବା ଓଜନ ନିୟନ୍ତ୍ରଣ କରିବା, ବ୍ୟାୟମ ହେଉଛି ସ୍ବାସ୍ଥ୍ୟ ପାଇଁ ଏକ ଭଲ ସାଥୀ । ପ୍ରତିଦିନ କେବଳ ୩୦ ମିନିଟ୍‌ର ବ୍ୟାୟାମ କରିବା ଦ୍ବାରା ମିଳିଥାଏ ମାନସିକ ଶାନ୍ତି । ସେ ଦ୍ରୁତଗତିରେ ଚାଲିବା ହେଉ କିମ୍ବା, ସାଇକେଲିଂ କରିବା, ନୃତ୍ୟୁ କରିବା ଦ୍ବାରା ମଧ୍ୟମ ବୟସର ଲୋକଙ୍କ ପାଇଁ ବେଶ୍‌ ଉପକାରୀ । ଏକଥା ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି । 

ଇଣ୍ଟରନ୍ୟାସନାଲ୍‌ ଜର୍ନାଲ ଅଫ୍‌ ବିହେବିୟରଲ୍‌ ନ୍ୟୁଟ୍ରିଶନ ଆଣ୍ଡ ଫିଜିକାଲ୍‌ ଆକ୍ଟିଭିଟିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ହାରାହାରି ୫୦ ରୁ ୮୩ ବର୍ଷ ବୟସ୍କ ବ୍ୟକ୍ତି ଯେଉଁମାନେ ବ୍ୟାୟାମ କିମ୍ବା ଶାରୀରିକ କାମ କରୁଥିଲେ, ସେମାନଙ୍କ କ୍ଷେତ୍ରରେ ସ୍ମରଣଶକ୍ତି ଅଧିକ ଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ୟୁନିଭରସିଟି ଲଣ୍ଡନ କଲେଜର ବିଶେଷଜ୍ଞଙ୍କ ଅନୁଯାୟୀ ଯଦି କୌଣସି ବ୍ୟକ୍ତି କମ୍‌ ସମୟ ବସିଥାନ୍ତି ଏବଂ ୬ଘଣ୍ଟାରୁ ଅଧିକ ସମୟ ଶୋଇଥାନ୍ତି ତେବେ ସେମାନଙ୍କ ସ୍ମରଣଶକ୍ତି ଭଲ ହୋଇଥାଏ  । 

ଅଧ୍ୟୟନରେ ବୈଜ୍ଞାନିକମାନେ ୭୬ ପୁରୁଷ ଏବଂ ମହିଳାଙ୍କର ଡାଟା ନେଇଥିଲେ । ଏମାନଙ୍କର ଗତିବିଧିକୁ ୮ଦିନ ଯାଏଁ ଅନୁଧ୍ୟାନ କରିଥିଲେ । ସମସ୍ତଙ୍କର ପ୍ରତିଦିନ ସ୍ମରଣଶକ୍ତି ପରୀକ୍ଷା କରାଯାଇଥିଲା । ଏଥିରୁ ଜଣାପଡିଛି କି ଶାରୀରିକ କାମ କରୁଥିବା କିମ୍ବା ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କର ପୂର୍ବ ତୁଳନାରେ ଅଧିକ ସମୟ ଯାଏଁ ରହିଥାଏ ସ୍ମରଣଶକ୍ତି । 

ବୈଜ୍ଞାନିକଙ୍କ ଅନୁଯାୟୀ ମସ୍ତିଷ୍କ ସ୍ବାସ୍ଥ୍ୟ ପାଇଁ ଦୈନିକ ବ୍ୟାୟାମ କରିବା ଉଚିତ୍‌ । ଏହାର ଲାଭ କିଛି ଘଣ୍ଟା ନୁହେଁ ବରଂ ୨୪ ଘଣ୍ଟା ପରେ ମଧ୍ୟ ରହିଥାଏ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଗଭୀର ନିଦ ହେବା ଦ୍ୱାରା ଜ୍ଞାନର ଉନ୍ନତି ମଧ୍ୟ ହୋଇପାରେ । ରିସର୍ଚ୍ଚରୁ ଖୁଲାସା ହୋଇଛି କି ଶାରୀରିକ ଗତିବିଧି ଯୋଗୁଁ ୨-୫ ପ୍ରତିଶତ ବୃଦ୍ଦି ହୋଇପାରେ ସ୍ମରଣଶକ୍ତି ।