ପିଏମ୍ ମୋଦୀଙ୍କ ସହ ୪ ସେକେଣ୍ଡ, ସିନ୍ଦେଙ୍କ ଉଦାସ ମୁହଁରେ ଫୁଟିଲା ହସ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଶେଷ ହୋଇଛି । ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଡେପୁଟି ସିଏମ୍ ଭାବେ ଶପଥ ନେଇଛନ୍ତି । ଅଜିତ୍ ପାୱାର ବି ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ମହାୟୁତି ପାଇଁ ଏହା ଖୁସିର ସମୟ ଥିଲା, କିନ୍ତୁ ମଞ୍ଚରେ ସିନ୍ଦେଙ୍କ ଚେହେରାଙ୍କ ଖୁସି ନଥିବା ବାରି ହେଉଥିଲା ।ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଭାବେ ସିନ୍ଦେଙ୍କ ଶପଥ ଗ୍ରହଣ ପରେ ସବୁଠୁ ବଡ଼ ସସପେନ୍ସ ଶେଷ ହୋଇଛି । ମଞ୍ଚ ଉପରେ ବସିଥିବା ଏକନାଥ ସିନ୍ଦେଙ୍କ ଉପରେ ସବୁ କ୍ୟାମେରା ଫୋକସ କରି ରଖିଥିଲେ । ତାଙ୍କ ମନରେ କଣ ଚାଲିଛି, ସମସ୍ତେ ତାହା ଜାଣିବାକୁ ଚାହୁଁଥିଲେ । ଚେହେରାର ଅଙ୍ଗଭଙ୍ଗି ପଢାଯାଉଥିଲା । ଫଡନବିସଙ୍କ ଠାରୁ କିଛି ଦୂରରେ ବସିବା କାରଣରୁ ଲୋକଙ୍କ ନାନା ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା । ଦେବେନ୍ଦ୍ର ଫଡ଼ନବିସଙ୍କ ଶପଥ ଗ୍ରହଣ ପରେ ସିନ୍ଦେଙ୍କ ନାଁ ଘୋଷଣା ହୋଇଥିଲା । ଭାରି ମନରେ ଚୌକି ବଦଳାଇବା ପାଇଁ ସିନ୍ଦେ ରାଜି ହୋଇଥିବା ସ୍ପଷ୍ଟ ହୋଇଥିଲା ।ଶପଥ ଗ୍ରହଣ ମଞ୍ଚରେ ସିନ୍ଦେଙ୍କ ଚେହେରାରେ ଯେଉଁ ହସ ଫୁଟିଥିଲା, ତାହା ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଚାରି ସେକେଣ୍ଡର କଥାବର୍ତ୍ତା । ସିନ୍ଦେଙ୍କ ହାତ ଧରି ପିଏମ୍ ମୋଦୀ ଥାପୁଡେଇଥିଲେ । ଏହାପରେ ସିନ୍ଦେଙ୍କ ମୁହଁରେ ହସ ଫେରିଥିଲେ । ଫଡନବିସଙ୍
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଶେଷ ହୋଇଛି । ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଡେପୁଟି ସିଏମ୍ ଭାବେ ଶପଥ ନେଇଛନ୍ତି । ଅଜିତ୍ ପାୱାର ବି ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ମହାୟୁତି ପାଇଁ ଏହା ଖୁସିର ସମୟ ଥିଲା, କିନ୍ତୁ ମଞ୍ଚରେ ସିନ୍ଦେଙ୍କ ଚେହେରାଙ୍କ ଖୁସି ନଥିବା ବାରି ହେଉଥିଲା ।
ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଭାବେ ସିନ୍ଦେଙ୍କ ଶପଥ ଗ୍ରହଣ ପରେ ସବୁଠୁ ବଡ଼ ସସପେନ୍ସ ଶେଷ ହୋଇଛି । ମଞ୍ଚ ଉପରେ ବସିଥିବା ଏକନାଥ ସିନ୍ଦେଙ୍କ ଉପରେ ସବୁ କ୍ୟାମେରା ଫୋକସ କରି ରଖିଥିଲେ । ତାଙ୍କ ମନରେ କଣ ଚାଲିଛି, ସମସ୍ତେ ତାହା ଜାଣିବାକୁ ଚାହୁଁଥିଲେ । ଚେହେରାର ଅଙ୍ଗଭଙ୍ଗି ପଢାଯାଉଥିଲା । ଫଡନବିସଙ୍କ ଠାରୁ କିଛି ଦୂରରେ ବସିବା କାରଣରୁ ଲୋକଙ୍କ ନାନା ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା । ଦେବେନ୍ଦ୍ର ଫଡ଼ନବିସଙ୍କ ଶପଥ ଗ୍ରହଣ ପରେ ସିନ୍ଦେଙ୍କ ନାଁ ଘୋଷଣା ହୋଇଥିଲା । ଭାରି ମନରେ ଚୌକି ବଦଳାଇବା ପାଇଁ ସିନ୍ଦେ ରାଜି ହୋଇଥିବା ସ୍ପଷ୍ଟ ହୋଇଥିଲା ।
ଶପଥ ଗ୍ରହଣ ମଞ୍ଚରେ ସିନ୍ଦେଙ୍କ ଚେହେରାରେ ଯେଉଁ ହସ ଫୁଟିଥିଲା, ତାହା ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଚାରି ସେକେଣ୍ଡର କଥାବର୍ତ୍ତା । ସିନ୍ଦେଙ୍କ ହାତ ଧରି ପିଏମ୍ ମୋଦୀ ଥାପୁଡେଇଥିଲେ । ଏହାପରେ ସିନ୍ଦେଙ୍କ ମୁହଁରେ ହସ ଫେରିଥିଲେ । ଫଡନବିସଙ୍କଠାରୁ ଅଧିକ ପିଏମ୍ ମୋଦୀଙ୍କ ସହ ଏକନାଥ ସିନ୍ଦେଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଲା ।