ବାଂଲାଦେଶକୁ ୬ ଏକର ଚା ବଗିଚା ସହିତ ୫୬ ଏକର ଚାଷ ଜମି ଦେଲା ଭାରତ, ବଦଳରେ ପାଇଲା ୧୪ ଏକର

ନୂଆଦିଲ୍ଲୀ ୧୩।୪:   ଭାରତ ଓ ବାଂଲାଦେଶ ମଧ୍ୟରେ ୫୦ ବର୍ଷ ପରେ ଜମି ଅଦଳବଦଳ ହୋଇଛି। ବାଂଲାଦେଶର ଲୋକେ ଏହାକୁ ଇଦ ଉପହାର ବୋଲି କହୁଛନ୍ତି। ଏହି ଜମି ଅଦଳବଦଳରେ ଭାରତ ସୀମାବର୍ତ୍ତି ଠାକୁର ଗାଁର ରାନୀଶଙ୍କୋଇ ଉପଜିଲ୍ଲାର ୫୬.୮୬ ଏକର ଜମି ବାଂଲାଦେଶକୁ ପ୍ରଦାନ କରିଛି। ଏହା ବଦଳେ ବାଂଲାଦେଶରୁ ୧୪.୬୮ ଏକର ଜମି ଭାରତକୁ ମିଳିଛି। ଭାରତ ପକ୍ଷରୁ ସୀମା ସୁରକ୍ଷା ବଳ(ବିଏସଏଫ) ଓ ବାଂଲାଦେଶ ପକ୍ଷରୁ ବର୍ଡରଗାର୍ଡ ବାଂଲାଦେଶ (ବିଜିବି) ମଧ୍ୟରେ ଅନୁଷ୍ଠିତ ଫ୍ଲାଗ୍ ମିଟିଂରେ ଏହି ଜମି ଦିଆନିଆ ହୋଇଛି।ଭାରତ ଓ ବାଂଲାଦେଶ ମଧ୍ୟରେ ୧୯୭୪ ମସିହାରେ ଜମି ଅଦଳବଦଳ ପାଇଁ ବୁଝାମଣା ହୋଇଥିଲା। ତେବେ ରାନୀଶଙ୍କୋଇକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନଥିଲା।  ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ପ୍ରଥମ ପାଳି ସରକାରରେ ୨୦୧୫ରେ ହୋଇଥିବା ନୂଆ ବୁଝାମଣା ପରେ ଏହା ତ୍ୱରାନ୍ୱିତ ହୋଇଥିଲା। ସୂତ୍ର ଅନୁସାରେ ବାଂଲାଦେଶର ଅନ୍ୟ ୮ ଜିଲ୍ଲାରେ ଭୂମି ବଣ୍ଟାକୁଣ୍ଟା ଲାଗି ସର୍ଭେ ପ୍ରସ୍ତାବିତ ହୋଇଛି। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଜମି ବଣ୍ଟାବଣ୍ଟି ହୋଇପାରିବ। ସର୍ଭେରେ ବିଏସଏଫ ଓ ବିଜିବି ସହିତ ଅନ୍ୟ ଏଜେନ୍ସୀଙ୍କୁ ମଧ୍ୟ ସାମିଲ କରାଯିବ। ଏହି ସର୍ଭେ ଚଳିତବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି କୁହାଯାଇଛି। ଭାରତକୁ ମିଳିଥିବା ଜମିର ହକ୍ ଉପରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ନାହିଁ। ବାଂଲାଦେଶରୁ ଭାରତକୁ ମିଳିଥିବା ଜମିକୁ

ବାଂଲାଦେଶକୁ ୬ ଏକର ଚା ବଗିଚା ସହିତ ୫୬ ଏକର ଚାଷ ଜମି ଦେଲା ଭାରତ, ବଦଳରେ ପାଇଲା ୧୪ ଏକର

ନୂଆଦିଲ୍ଲୀ ୧୩।୪:   ଭାରତ ଓ ବାଂଲାଦେଶ ମଧ୍ୟରେ ୫୦ ବର୍ଷ ପରେ ଜମି ଅଦଳବଦଳ ହୋଇଛି। ବାଂଲାଦେଶର ଲୋକେ ଏହାକୁ ଇଦ ଉପହାର ବୋଲି କହୁଛନ୍ତି। ଏହି ଜମି ଅଦଳବଦଳରେ ଭାରତ ସୀମାବର୍ତ୍ତି ଠାକୁର ଗାଁର ରାନୀଶଙ୍କୋଇ ଉପଜିଲ୍ଲାର ୫୬.୮୬ ଏକର ଜମି ବାଂଲାଦେଶକୁ ପ୍ରଦାନ କରିଛି। ଏହା ବଦଳେ ବାଂଲାଦେଶରୁ ୧୪.୬୮ ଏକର ଜମି ଭାରତକୁ ମିଳିଛି। ଭାରତ ପକ୍ଷରୁ ସୀମା ସୁରକ୍ଷା ବଳ(ବିଏସଏଫ) ଓ ବାଂଲାଦେଶ ପକ୍ଷରୁ ବର୍ଡରଗାର୍ଡ ବାଂଲାଦେଶ (ବିଜିବି) ମଧ୍ୟରେ ଅନୁଷ୍ଠିତ ଫ୍ଲାଗ୍ ମିଟିଂରେ ଏହି ଜମି ଦିଆନିଆ ହୋଇଛି।

ଭାରତ ଓ ବାଂଲାଦେଶ ମଧ୍ୟରେ ୧୯୭୪ ମସିହାରେ ଜମି ଅଦଳବଦଳ ପାଇଁ ବୁଝାମଣା ହୋଇଥିଲା। ତେବେ ରାନୀଶଙ୍କୋଇକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନଥିଲା।  ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ପ୍ରଥମ ପାଳି ସରକାରରେ ୨୦୧୫ରେ ହୋଇଥିବା ନୂଆ ବୁଝାମଣା ପରେ ଏହା ତ୍ୱରାନ୍ୱିତ ହୋଇଥିଲା। ସୂତ୍ର ଅନୁସାରେ ବାଂଲାଦେଶର ଅନ୍ୟ ୮ ଜିଲ୍ଲାରେ ଭୂମି ବଣ୍ଟାକୁଣ୍ଟା ଲାଗି ସର୍ଭେ ପ୍ରସ୍ତାବିତ ହୋଇଛି। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଜମି ବଣ୍ଟାବଣ୍ଟି ହୋଇପାରିବ। 

ସର୍ଭେରେ ବିଏସଏଫ ଓ ବିଜିବି ସହିତ ଅନ୍ୟ ଏଜେନ୍ସୀଙ୍କୁ ମଧ୍ୟ ସାମିଲ କରାଯିବ। ଏହି ସର୍ଭେ ଚଳିତବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି କୁହାଯାଇଛି। ଭାରତକୁ ମିଳିଥିବା ଜମିର ହକ୍ ଉପରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ନାହିଁ। ବାଂଲାଦେଶରୁ ଭାରତକୁ ମିଳିଥିବା ଜମିକୁ ଏବେ ସରକାରୀ ଜମି କୁହାଯିବ। ତେବେ ବାଂଲାଦେଶକୁ ଦିଆଯାଇଥିବା ୫୬.୮୬ ଏକର ଜମିରୁ ୪୮.୧୨ ଏକର ଚାଷଯୋଗ୍ୟ ଜମି ହୋଇଥିବା ବେଳେ ୬.୮୭ ଏକର ଚା ବଗିଚା ଓ ୧.୮୭ ଏକ ନଦୀ ପଠା ରହିଛି।