ଯୁବକଙ୍କୁ ଦଳିଦେଲା ଦନ୍ତା
ରାସଗୋବିନ୍ଦପୁର,୨୯।୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅମରଦା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଧାନ ବିଲରେ ଏକ ଦନ୍ତା ହାତୀ ଜଣେ ଯୁବକଙ୍କୁ ଦଳି ମାରି ଦେଇଛି। ହାତୀପଲ ଘଉଡ଼ାଇବାକୁ ଯାଇ ଯୁବକ ଜଣକ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ଖବର ପାଇ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି ବନ କର୍ମଚାରୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ […] The post ଯୁବକଙ୍କୁ ଦଳିଦେଲା ଦନ୍ତା appeared first on Dharitri Odia News.
ରାସଗୋବିନ୍ଦପୁର,୨୯।୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅମରଦା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଧାନ ବିଲରେ ଏକ ଦନ୍ତା ହାତୀ ଜଣେ ଯୁବକଙ୍କୁ ଦଳି ମାରି ଦେଇଛି।
ହାତୀପଲ ଘଉଡ଼ାଇବାକୁ ଯାଇ ଯୁବକ ଜଣକ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ଖବର ପାଇ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏପରିକି ବନ କର୍ମଚାରୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।
The post ଯୁବକଙ୍କୁ ଦଳିଦେଲା ଦନ୍ତା appeared first on Dharitri Odia News.