ରାଜପଥରେ ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା

କୋକସରା,୧ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା କାଉଡୋଳା ରାସ୍ତାର ଏକ ବୁଲାଣି ନିକଟରେ ଶନିବାର ବାଇକ୍‌-ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ସେ ହେଲେ ବରାଡ଼ଙ୍ଗା ପଞ୍ଚାୟତ ତେନ୍ତୁଳିପଡ଼ା ଗ୍ରାମର ବୈକୁଣ୍ଠ ରାଉତ (୪୬)। ଖବର ପାଇ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବୈକୁଣ୍ଠଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନା ନେଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ […] The post ରାଜପଥରେ ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା appeared first on Dharitri Odia News.

ରାଜପଥରେ ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା

କୋକସରା,୧ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା କାଉଡୋଳା ରାସ୍ତାର ଏକ ବୁଲାଣି ନିକଟରେ ଶନିବାର ବାଇକ୍‌-ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ସେ ହେଲେ ବରାଡ଼ଙ୍ଗା ପଞ୍ଚାୟତ ତେନ୍ତୁଳିପଡ଼ା ଗ୍ରାମର ବୈକୁଣ୍ଠ ରାଉତ (୪୬)।

ଖବର ପାଇ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବୈକୁଣ୍ଠଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନା ନେଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ସ୍କୁଟି ଚାଳକ ଆହତ ହୋଇଥିବା ଜଣାପଡିଛି।

The post ରାଜପଥରେ ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା appeared first on Dharitri Odia News.