୬ ମାସ ପରେ ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି, ଚାଲିଛି ଗଣତି

ରାୟଗଡା ୧୮।୩: ରାୟଗଡ଼ା ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି  ୬ ମାସ ପରେ ଖୋଲା ଯାଇଛି । ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ସକାଳ ୯ଟା ସମୟରୁ ଖୋଲାଯାଇ ଗଣତି ଚାଲିଛି । ହୁଣ୍ଡିରୁ ଦାନ ଅର୍ଥ ଗଣତି କର୍ଯ୍ୟରେ ବିଭିନ୍ନ ସଙ୍ଗଠନର ମହିଳା ଓ ପୁରୁଷ ସେଚ୍ଛାସେବୀ  ସଦସ୍ୟ, ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଛି । ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଛନ୍ତି । ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଗଣନ୍ତିରେ ନିୟୋଜିତ ଏସଏଚଜି ମହିଳା ସଦସ୍ୟମାନେ । ଗତ ୬ ମାସ ତଳେ ଅର୍ଥାତ ସେପ୍ଟେମ୍ବର ମାସ ୨୦୨୩ରେ ହୁଣ୍ଡିରୁ ୬୮ ଲକ୍ଷ ୭୪ ହଜାର ୧୪୦ ନଗଦ ଟଙ୍କା ବାହାରିଥିଲା । ଏହା ସହିତ ୫୩ ଗ୍ରାମ ସୁନା, ୧ କେଜି ୭୯୭ ଗ୍ରାମ ରୁପା ସହିତ ବିଦେଶୀ ମୁଦ୍ରା ୧୬ଟି ଯେଉଁଥିରେ ରହି ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକାର ୧ ଡଲାରର ୨ଟି ନୋଟ, ୫ ଡଲାର ୩ଟି, ୧୦ ଡଲାର ୨ଟି, ୨୦ ଡଲାର ୧ଟି ରହିଥିବା ବେଳେ କାନାଡ଼ାର ୧୦ ଡଲାର ୧ଟି, କୁଏତର ୧ ରିଏଲର ୨ଟା, ୟୁନାଇଟେଡ଼ ଆରବ ୫ଟି ନୋଟ୍ ସହ ପୁରୁଣା ୫୦୦ ଟଙ୍କିଆ ୪ଟି ନୋଟ ମିଳିଥିଲା । ଚଳିତ ଥର ୮୦ ରୁ ୯୦ ଲକ୍ଷ ଟଙ୍କା ମିଳିବ ବୋଲି ଆଶା ରଖିଛି ମନ୍ଦିର କମିଟି । You Can Read :ବିଜେପିର

୬ ମାସ ପରେ ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି, ଚାଲିଛି ଗଣତି

ରାୟଗଡା ୩: ରାୟଗଡ଼ା ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି  ୬ ମାସ ପରେ ଖୋଲା ଯାଇଛି । ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ସକାଳ ୯ଟା ସମୟରୁ ଖୋଲାଯାଇ ଗଣତି ଚାଲିଛି । ହୁଣ୍ଡିରୁ ଦାନ ଅର୍ଥ ଗଣତି କର୍ଯ୍ୟରେ ବିଭିନ୍ନ ସଙ୍ଗଠନର ମହିଳା ଓ ପୁରୁଷ ସେଚ୍ଛାସେବୀ  ସଦସ୍ୟ, ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଛି । ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଛନ୍ତି । ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଗଣନ୍ତିରେ ନିୟୋଜିତ ଏସଏଚଜି ମହିଳା ସଦସ୍ୟମାନେ । 

ଗତ ୬ ମାସ ତଳେ ଅର୍ଥାତ ସେପ୍ଟେମ୍ବର ମାସ ୨୦୨୩ରେ ହୁଣ୍ଡିରୁ ୬୮ ଲକ୍ଷ ୭୪ ହଜାର ୧୪୦ ନଗଦ ଟଙ୍କା ବାହାରିଥିଲା । ଏହା ସହିତ ୫୩ ଗ୍ରାମ ସୁନା, ୧ କେଜି ୭୯୭ ଗ୍ରାମ ରୁପା ସହିତ ବିଦେଶୀ ମୁଦ୍ରା ୧୬ଟି ଯେଉଁଥିରେ ରହି ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକାର ୧ ଡଲାରର ୨ଟି ନୋଟ, ୫ ଡଲାର ୩ଟି, ୧୦ ଡଲାର ୨ଟି, ୨୦ ଡଲାର ୧ଟି ରହିଥିବା ବେଳେ କାନାଡ଼ାର ୧୦ ଡଲାର ୧ଟି, କୁଏତର ୧ ରିଏଲର ୨ଟା, ୟୁନାଇଟେଡ଼ ଆରବ ୫ଟି ନୋଟ୍ ସହ ପୁରୁଣା ୫୦୦ ଟଙ୍କିଆ ୪ଟି ନୋଟ ମିଳିଥିଲା । ଚଳିତ ଥର ୮୦ ରୁ ୯୦ ଲକ୍ଷ ଟଙ୍କା ମିଳିବ ବୋଲି ଆଶା ରଖିଛି ମନ୍ଦିର କମିଟି ।

 You Can Read :

ବିଜେପିରେ ଯୋଗଦେଲେ ରାଜଗାଙ୍ଗପୁର ପୌରପରିଷଦ ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ