ଆରପାରିରେ କାଇଚଟଣୀ ଗବେଷକ ଇଂ ନୟାଧର ପଢିଆଲ

ବାରିପଦା,୨୫।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂପଭଞ୍ଜ ଜିଲାର କାଇଚଟଣୀ ଗବେଷକ ତଥା ପୂର୍ତ୍ତ ବିଭାଗର ସହକାରୀଯନ୍ତ୍ରୀ ଇଂ ନୟାଧର ପଢିଆଲଙ୍କ ମୃତ୍ୟୁ ଘଟିଛି । ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦରୋଗ ଜନିତ ଚିକିତ୍ସା ଚାଲିଥିବା ଅବସ୍ଥାରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ମୟୂରଭଞ୍ଜବାସୀଙ୍କୁ ଗଭୀର ଦୁଃଖ ଦେଇଛି।କରୋନା କାଳରେ ସାଧାରଣରେ କାଇଚଟଣୀର ଔଷଧୀୟ ଗୁଣ ବିଷୟରେ ଅବଗତ କରାଇବା ସହ ତାଙ୍କ ପ୍ରଚେଷ୍ଟାରେ କାଇଚଟଣୀକୁ ଭାରତ ସରକାରଙ୍କ ପକ୍ଷରୁ ଜିଆଇ ଟ୍ୟାଗ ମାନ୍ୟତା ମିଳିପାରିଥିଲା। […] The post ଆରପାରିରେ କାଇଚଟଣୀ ଗବେଷକ ଇଂ ନୟାଧର ପଢିଆଲ appeared first on Dharitri Odia News.

ଆରପାରିରେ କାଇଚଟଣୀ ଗବେଷକ ଇଂ ନୟାଧର ପଢିଆଲ

ବାରିପଦା,୨୫।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂପଭଞ୍ଜ ଜିଲାର କାଇଚଟଣୀ ଗବେଷକ ତଥା ପୂର୍ତ୍ତ ବିଭାଗର ସହକାରୀଯନ୍ତ୍ରୀ ଇଂ ନୟାଧର ପଢିଆଲଙ୍କ ମୃତ୍ୟୁ ଘଟିଛି । ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦରୋଗ ଜନିତ ଚିକିତ୍ସା ଚାଲିଥିବା ଅବସ୍ଥାରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ମୟୂରଭଞ୍ଜବାସୀଙ୍କୁ ଗଭୀର ଦୁଃଖ ଦେଇଛି।କରୋନା କାଳରେ ସାଧାରଣରେ କାଇଚଟଣୀର ଔଷଧୀୟ ଗୁଣ ବିଷୟରେ ଅବଗତ କରାଇବା ସହ ତାଙ୍କ ପ୍ରଚେଷ୍ଟାରେ କାଇଚଟଣୀକୁ ଭାରତ ସରକାରଙ୍କ ପକ୍ଷରୁ ଜିଆଇ ଟ୍ୟାଗ ମାନ୍ୟତା ମିଳିପାରିଥିଲା। ବାରିପଦା ପୂର୍ତ୍ତ ବିଭାଗରେ ସେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ ମଧ୍ୟ ସେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସହ ଜଡିତ ହୋଇ ଅନେକ ଉତ୍ସର୍ଗୀକୃତ ସେବା ପ୍ରଦାନ କରୁଥିଲେ। ସେ ଜଣେ ଉଚ୍ଚକୋଟୀର ଓ ମେଳାପୀ ସ୍ବଭାବର ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ଜିଲାରେ ଶୋକର ଲହରୀ ଖେଳିଯାଇଛି।

The post ଆରପାରିରେ କାଇଚଟଣୀ ଗବେଷକ ଇଂ ନୟାଧର ପଢିଆଲ appeared first on Dharitri Odia News.