ଥରେ ନୁହେଁ ୪ ଥର ପ୍ରେମରେ ପଡିଥିଲେ ରତନ ଟାଟା, କିନ୍ତୁ…
ନୂଆଦିଲ୍ଲୀ,୧୦।୧୦: ଶିଳ୍ପ ଜଗତରେ ରତନ ଟାଟା ଏକ ମାଇଲ ଖୁଣ୍ଟ ସୃଷ୍ଟି କରିଛନ୍ତି। ୮୬ ବୟସରେ ଆମକୁ ଛାଡି ଚାଲିଯାଇଛନ୍ତି ଦେଶର ସବୁଠାରୁ ବଡ଼ ଉଦ୍ୟୋଗପତି ଓ ଦାନବୀର। ଅକ୍ଟୋବର ୯ତାରିଖ ରାତିରେ ସେ ସମସ୍ତଙ୍କୁ ଶୋକ ସମୁଦ୍ରରେ ଭସାଇ ଆରପାରିକୁ ଚାଲି ଯାଇଛନ୍ତି। ତେବେ ବହୁବାର ପ୍ରେମରେ ବିଚ୍ଛେଦ ପରେ ସେ କେବେ ବିବାହ କରି ନାହାନ୍ତି। ଏଥିପାଇଁ ଜୀବନ ଯାକ ସେ ଏକାକୀ ଜୀବନ ବିତାଇ ଦେଇଥିଲେ ହେଁ କେବେ ଭାଙ୍ଗି ପଡି ନାହାନ୍ତି। […] The post ଥରେ ନୁହେଁ ୪ ଥର ପ୍ରେମରେ ପଡିଥିଲେ ରତନ ଟାଟା, କିନ୍ତୁ… appeared first on Dharitri Odia News.
ନୂଆଦିଲ୍ଲୀ,୧୦।୧୦: ଶିଳ୍ପ ଜଗତରେ ରତନ ଟାଟା ଏକ ମାଇଲ ଖୁଣ୍ଟ ସୃଷ୍ଟି କରିଛନ୍ତି। ୮୬ ବୟସରେ ଆମକୁ ଛାଡି ଚାଲିଯାଇଛନ୍ତି ଦେଶର ସବୁଠାରୁ ବଡ଼ ଉଦ୍ୟୋଗପତି ଓ ଦାନବୀର। ଅକ୍ଟୋବର ୯ତାରିଖ ରାତିରେ ସେ ସମସ୍ତଙ୍କୁ ଶୋକ ସମୁଦ୍ରରେ ଭସାଇ ଆରପାରିକୁ ଚାଲି ଯାଇଛନ୍ତି। ତେବେ ବହୁବାର ପ୍ରେମରେ ବିଚ୍ଛେଦ ପରେ ସେ କେବେ ବିବାହ କରି ନାହାନ୍ତି। ଏଥିପାଇଁ ଜୀବନ ଯାକ ସେ ଏକାକୀ ଜୀବନ ବିତାଇ ଦେଇଥିଲେ ହେଁ କେବେ ଭାଙ୍ଗି ପଡି ନାହାନ୍ତି। ରତନ ଟାଟାଙ୍କ ଆନୁମାନିକ ନେଟଓ୍ବର୍ଥ ହେଉଛି ୩୬୦୦ କୋଟି। ଏବେ ତାଙ୍କ ଟାଟାର ବିରାଟ ସାମ୍ରାଜ୍ୟ ଏକାକୀ ପଡି ଯାଇଛି। ଟାଟାଙ୍କର ଉତ୍ତରାଧିକାରୀ କେହି ନ ଥିବାବେଳେ ଏବେ ତାଙ୍କର ବ୍ୟବସାୟକୁ ତାଙ୍କର ସାବତ ଭାଇ ସମ୍ଭାଳିବେ ବୋଲି ଜଣାପଡିଛି।
ନିଜ ପ୍ରଫେସନାଲ ଲାଇଫ୍ରେ ଖୁବ ସଫଳତା ପାଇଥିବା ରତନ ଟାଟା କିନ୍ତୁ ନିସଙ୍ଗ ଜୀବନ କାଟିଥିଲେ । ଏତେ ବଡ଼ ବ୍ୟକ୍ତିତ୍ୱ ହୋଇ ବି ସେ ବିବାହ କରି ନ ଥିଲେ । କିନ୍ତୁ ଯୁବାବସ୍ଥାରେ ସେ ୪-୪ ଥର ପ୍ରେମରେ ପଡିଥିଲେ। ହେଲେ ବିବାହ କରିପାରି ନ ଥିଲେ। ଏକଥା ଖୋଦ ରତନ ଟାଟା କହିଛନ୍ତି।
ତାଙ୍କ କହିବାନୁଯାୟୀ, ଆମେରିକାର ଲସ ଏଞ୍ଜଲସରେ ଚାକିରି କରୁଥିବା ବେଳେ ସେ ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ। ଏହି କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ମାତ୍ର ସେତେବେଳେ ଜେଜେମା’ଙ୍କ ଅସୁସ୍ଥତା ହେତୁ ସେ ଭାରତ ଫେରିବାକୁ ବାଧ୍ୟ ହୋଇଥିଲେ। ରତନ ଟାଟାଙ୍କ ବିଶ୍ୱାସ ଥିଲା, ତାଙ୍କ ପଛେ ପଛେ ତାଙ୍କ ପ୍ରେମ ବି ଭାରତ ଆସିବ । ମାତ୍ର ସେପରି କିଛି ହୋଇ ନ ଥିଲା। ୧୯୬୨ ମସିହାରେ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଉକ୍ତ ଯୁବତୀଙ୍କ ମାତାପିତା ଆଉ ତାଙ୍କୁ ଭାରତ ଛାଡି ନ ଥିଲେ। ଫଳରେ ରତନ ଟାଟାଙ୍କ ପ୍ରେମ କାହାଣୀ ଅଧୁରା ରହି ଯାଇଥିଲା।
କେବଳ ସେତିକି ନୁହେଁ, ବି – ଟାଉନ୍ରେ ବି ଜଣେ ଅଭିନେତ୍ରୀଙ୍କ ସହ ରତନ ଟାଟାଙ୍କ ନାମ ଯୋଡି ହୋଇଥିଲା। ଏହାକୁ ନେଇ ଖୁବ ଗୁଜବ ହୋଇଥିଲେ ବି ଉଭୟ ଜୀବନସାଥୀ ହୋଇ ପାରି ନ ଥିଲେ। ସେହିପରି ବଲିଉଡ ଅଭିନେତ୍ରୀ ସିମି ଗ୍ରେୱାଲଙ୍କ କଥା ମଧ୍ୟ ଉଠିଥିଲା। ସିମି ଗ୍ରେୱାଲ ୬୦ ଦଶକରେ ବଲିଉଡର ଜଣେ ସଫଳ ଅଭିନେତ୍ରୀ ଥିବା ବେଳେ ଏକ ଶୋ’ ବି ହୋଷ୍ଟ କରିଥିଲେ। ରତନ ଟାଟା ବି ତାଙ୍କ ଶୋ’କୁ ଗେଷ୍ଟ ହୋଇ ଯାଇଥିଲେ। ୨୦୧୧ ମସିହାରେ ଦେଇଥିବା ଏକ ସାକ୍ଷାତକାରରେ ରତନ ଟାଟାଙ୍କୁ ଡେଟ କରିବା କଥା ସ୍ବୀକାର କରିଥିଲେ।
ସିମି କହିଥିଲେ, ରତନ ଟାଟା ଜଣେ ଅସାଧାରଣ ମଣିଷ ଥିଲେ, ତାଙ୍କ ବ୍ୟକ୍ତିତ୍ୱ ଚମତ୍କାର । ତାଙ୍କର ଟଙ୍କା ପ୍ରତି କେବେ ବି ତାଙ୍କ ଲୋଭ କି ଦୁର୍ବଳତା ନ ଥିଲା। ଏହା ମୋତେ ଖୁବ ଆକୃଷ୍ଟ କରିଥିଲା ବୋଲି କହିଥିଲେ ସିମି । ଉଭୟଙ୍କ ରୋମାନ୍ସ ଚାଲିଥିବା ଖବର ଖୁବ ପ୍ରଚାର ହେଉଥିଲେ ବି ଉଭୟ ବିବାହ ଯାଏଁ ପହଞ୍ଚି ପାରି ନ ଥିଲେ। କିନ୍ତୁ ଉଭୟ ଖୁବ ଭଲ ବନ୍ଧୁ ପାଲଟି ଯାଇଥିଲେ ।
The post ଥରେ ନୁହେଁ ୪ ଥର ପ୍ରେମରେ ପଡିଥିଲେ ରତନ ଟାଟା, କିନ୍ତୁ… appeared first on Dharitri Odia News.