ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ ତାଙ୍କର ୮ଜଣ ସହପାଠୀ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ଥାନା ପୋଲିସ ପୀଡିତାଙ୍କ ଡାକ୍ତରୀମାଇନା କରିଥିବା ବେଳେ ମଙ୍ଗଳବାର ଅଭିଯୁକ୍ତମାନଙ୍କୁ ଧରିଛି। ସମସ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ସେମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁଚିତ୍ରା ପରିଡ଼ା କହିଛନ୍ତି। ସହରର ଏକ ଘରୋଇ ଯୁକ୍ତ ୨ […] The post ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ appeared first on Dharitri Odia News.

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ ତାଙ୍କର ୮ଜଣ ସହପାଠୀ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ଥାନା ପୋଲିସ ପୀଡିତାଙ୍କ ଡାକ୍ତରୀମାଇନା କରିଥିବା ବେଳେ ମଙ୍ଗଳବାର ଅଭିଯୁକ୍ତମାନଙ୍କୁ ଧରିଛି। ସମସ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ସେମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁଚିତ୍ରା ପରିଡ଼ା କହିଛନ୍ତି।
ସହରର ଏକ ଘରୋଇ ଯୁକ୍ତ ୨ କଲେଜରେ ପଢୁଥିବା ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ଗତ ଶୁକ୍ରବାର ନିଜ ଘରକୁ ଡାକିଥିଲେ। ପରିବାର ଲୋକଙ୍କ ଅନୁପସ୍ଥିତିରେ ସେ ପୂର୍ବରୁ ଘରକୁ ଆଉ ୭ ଜଣ ସହପାଠୀଙ୍କୁ ଡାକିଥିଲେ। ସମସ୍ତେ ମିଶି କିଛି ସମୟ କଥା ହେବା ପରେ ଛାତ୍ରୀଙ୍କୁ ସହପାଠୀମାନେ ନିଶାଯୁକ୍ତ ମୃଦୁ ପାନୀୟ ପିଇବାକୁ ଦେଇଥିଲେ। ତାହା ପିଇ ଛାତ୍ରୀ ଜଣଙ୍କ ଅଚେତ ହୋଇପଡିଥିଲେ। ଏହାପରେ ଜଣକ ପରେ ଜଣେ ସହପାଠୀ ତାଙ୍କୁ ବଳାତ୍କାର କରିଥିଲେ। ଛାତ୍ରୀଙ୍କ ଚେତା ଫେରିବା ପରେ ସେ ନିଜ ଘରକୁ ଫେରି ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୀଡିତା ଛାତ୍ରୀଙ୍କ ବୟାନ ରେକର୍ଡ କରାଯିବା ସହ ଏମ୍‌କେସିଜି ମେଡିକାଲରେ ଡାକ୍ତରୀ ମାଇନା କରାଯାଇଥିଲା। ଏହାପରେ ଯେଉଁ ସହପାଠୀ ଛାତ୍ରୀଙ୍କୁ ଘରକୁ ଡାକି ନେଇଥିଲେ ପୋଲିସ ତାଙ୍କୁ ପ୍ରଥମେ ଧରିଥିଲା। ପରେ ଅନ୍ୟମାନଙ୍କୁ ଧରାଯାଇଛି। ଏହି ଘଟଣାକୁ ନେଇ ସଂପୃକ୍ତ ଘରୋଇ କଲେଜର ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।

The post ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ appeared first on Dharitri Odia News.