ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ ୟାସିର ନଓ୍ବାଜଙ୍କୁ ପ୍ରାର୍ଥୀ କରିଛି। ୩ ପ୍ରମୁଖ ଦଳ ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ଟିକେଟରୁ ଲଗାତର ୫ଥର ସାଂସଦ ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ୨୦୧୯ରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। ୨୦୨୪ରେ ଚିଲିକାରୁ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ପ୍ରଥମରୁ ଚର୍ଚ୍ଚା ହେଉଥିଲା। ମାତ୍ର ଦଳ ଚିଲିକାରୁ ରଘୁନାଥ […] The post ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼ appeared first on Dharitri Odia News.

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ ୟାସିର ନଓ୍ବାଜଙ୍କୁ ପ୍ରାର୍ଥୀ କରିଛି। ୩ ପ୍ରମୁଖ ଦଳ ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ଟିକେଟରୁ ଲଗାତର ୫ଥର ସାଂସଦ ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ୨୦୧୯ରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। ୨୦୨୪ରେ ଚିଲିକାରୁ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ପ୍ରଥମରୁ ଚର୍ଚ୍ଚା ହେଉଥିଲା। ମାତ୍ର ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ଦଳରେ ପ୍ରସନ୍ନଙ୍କୁ ଅଣଦେଖା ନେଇ ସେ ଅସନ୍ତୁଷ୍ଟ ରହିଥିବା ଜଣାପଡ଼ିଛି। ଖୁବ୍‌ଶୀଘ୍ର ସେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଥିବାବେଳେ ଏନେଇ ସେ କୌଣସି ସ୍ପଷ୍ଟ ମତ ରଖିନାହାନ୍ତି। ଏହି ଖବର ପ୍ରଚାରିତ ହେବାପରେ ରାଜଧାନୀ ପାଣିପାଗ ସରଗରମ ହୋଇଉଠିଛି। ସେ ଭାଜପାରେ ଯୋଗଦେବେ କି ବିଜେଡିରେ ରହିବେ ତାହାର କୌଣସି ସ୍ପଷ୍ଟ ଚିତ୍ର ଆସି ନାହିଁ। ତେବେ ସେ ଭାଜପାରେ ଯୋଗଦେଲେ ଦଳ ତାଙ୍କୁ ଖୋର୍ଦ୍ଧାରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ସେ ଓଡ଼ିଶାର ଜଣେ ପ୍ରଭାବଶାଳୀ ଭାଜପା ନେତାଙ୍କ ଜରିଆରେ ଦିଲ୍ଲୀ ଯାଇ ଶୀର୍ଷ ନେତୃତ୍ୱଙ୍କ ସହ କଥାବାର୍ତ୍ତା କରି ଫେରିଥିବା ଆଲୋଚନା ହେଉଛି।
ଅନ୍ୟପଟେ ପାଟ୍ଟଶାଣୀ ଜାରି କରିଥିବା ଏକ ପ୍ରେସ ବିବୃତିରେ କହିଛନ୍ତି, ଦୀର୍ଘ ୫୦ବର୍ଷ ଧରି ସେ ଲୋକଙ୍କ ଦ୍ୱାରା କିପରି ଆଦୃତ ହୋଇପାରିଛନ୍ତି ସେନେଇ ଉଲ୍ଲେଖ କରିଛନ୍ତି। ସେ ୪ଥର ବିଧାୟକ ହୋଇଥିବାବେଳେ ଭୁବନେଶ୍ୱରରୁ ୫ଥର ସାଂସଦ ହେବା ସହ ପ୍ରତିଥର ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି। ବିଜେଡି ଟିକେଟ ପାଇବା ପରେ ଜିତିବା ସମ୍ଭାବନା ଅଧିକା ରହିଥାଏ। ତେବେ ୨୦୧୯ ନିର୍ବାଚନରେ ଟିକେଟ ପାଇ ମଧ୍ୟ କିଛି ପ୍ରାର୍ଥୀ ନିଜ ଦକ୍ଷତା, ଯୋଗ୍ୟତା, ଗ୍ରହଣୀୟତା କମ୍‌ ହେବାରୁ ପରାଜିତ ହୋଇଥିଲେ। ମୁଁ ବର୍ଷତମାମ ବିଭିନ୍ନ ସାଂସ୍କୃତିକ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ରାଜନୈତିକ ସମାବେଶରେ ସବୁଠି ସକ୍ରିୟ ସହ ଲୋକଙ୍କ ସାଥିରେ ରହିଛି। ୨୦୨୪ ମୋର ଶେଷ ନିର୍ବାଚନ। ପଦପଦବୀ ଅପେକ୍ଷା ସମ୍ମାନ ଏବଂ ବିଶ୍ୱାସ ବଡ଼। ରାଜନୀତିରେ ସମୟ ବଡ଼ ବଳବାନ। ତେଣୁ କିଏ ରହିବ, ନ ରହିବ, କିଏ ଆସିବ, ଭବିଷ୍ୟତରେ କ’ଣ ହେବ ତାହା ସମୟ ଉପରେ ନିର୍ଭର। ପରବର୍ତ୍ତୀ ଆଭିମୁଖ୍ୟ କ’ଣ ହେବ ତାହା ସମୟ କହିବ ଏବଂ ଆଗାମୀ ଦିନରେ ସ୍ପଷ୍ଟ କରିବି ବୋଲି ପାଟ୍ଟଶାଣୀ କହିଛନ୍ତି।

The post ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼ appeared first on Dharitri Odia News.