ସୀମା ପ୍ରାଇମେରୀ ସ୍କୁଲ୍ ର ବାର୍ଷିକ ଉତ୍ସବ
ସମ୍ବଲପୁର:କୁଞ୍ଜେଲପଡା ସ୍ଥିତ ସୀମା ପ୍ରାଇମେରୀ ସ୍କୁଲର ସୋମବାର ବାର୍ଷିକ ଉତ୍ସବ ଗାୟତ୍ରୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରୀ ଶକ୍ତିର ଝୁନୁ ତ୍ରିପାଠୀ ଏବଂ ସ୍ଵସ୍ତିକା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କ ପ୍ରତିଭା ଅନ୍ୱେଷଣ ଆମ ମାନଙ୍କ ବଡ଼ ଭୂମିକା ଓ ସେମାନଙ୍କୁ ଭଲ ପ୍ଲାଟଫର୍ମରେ ଛିଡା କରାଇବାକୁ ପ୍ରତିଟି ହୃଦୟବାନ ଲୋକ ଆଗେଇ ଆସିବାକୁ […] The post ସୀମା ପ୍ରାଇମେରୀ ସ୍କୁଲ୍ ର ବାର୍ଷିକ ଉତ୍ସବ appeared first on Odisha.News.

ସମ୍ବଲପୁର:କୁଞ୍ଜେଲପଡା ସ୍ଥିତ ସୀମା ପ୍ରାଇମେରୀ ସ୍କୁଲର ସୋମବାର ବାର୍ଷିକ ଉତ୍ସବ ଗାୟତ୍ରୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରୀ ଶକ୍ତିର ଝୁନୁ ତ୍ରିପାଠୀ ଏବଂ ସ୍ଵସ୍ତିକା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କ ପ୍ରତିଭା ଅନ୍ୱେଷଣ ଆମ ମାନଙ୍କ ବଡ଼ ଭୂମିକା ଓ ସେମାନଙ୍କୁ ଭଲ ପ୍ଲାଟଫର୍ମରେ ଛିଡା କରାଇବାକୁ ପ୍ରତିଟି ହୃଦୟବାନ ଲୋକ ଆଗେଇ ଆସିବାକୁ କହିଥିଲେ।ସ୍କୁଲର ଅଧ୍ୟକ୍ଷା ଲକ୍ଷ୍ମୀ ବାଗ ଉଦଘାଟନୀ ସମାରୋହରେ ସଭାପତିତ୍ବ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆକାଂକ୍ଷା ପୂଜାରୀ, ସୁମନ ସୁଜାତା, ଶୃତୀ କୃତ୍ତିକା ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାଳୟର କଳା ଶିକ୍ଷୟିତ୍ରୀ ପଙ୍କଜିନୀ ବୈଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
The post ସୀମା ପ୍ରାଇମେରୀ ସ୍କୁଲ୍ ର ବାର୍ଷିକ ଉତ୍ସବ appeared first on Odisha.News.