ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ଵାଲ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ
ଧର୍ମଗଡ଼, ତା ୧୬/୭– କଡ଼ ଲେଉଟାଉଛି କଳାହାଣ୍ଡି ରାଜନିତୀ। ସବୁଠି ବିଦ୍ରୋହୀ ସାଜୁଛନ୍ତି ବିଜେଡି ନେତା। ଭବାନୀପାଟଣାରେ ନିଜ ଦଳର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଏବେ ଜୁନାଗଡ଼ NAC ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ଵାଲଙ୍କ ବିରୁଦ୍ଧରେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ। ଏନେଇ ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦର ୯ ଜଣ କାଉନସିଲର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ଵାଲ କାଉନସିଲର ମାନଙ୍କୁ ଉପେକ୍ଷା କରି ମନମୁଖୀ କାମ କରୁଛନ୍ତି ବୋଲି ପାର୍ଷଦ ବୃନ୍ଦ […] The post ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ଵାଲ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ appeared first on Odisha.News.
ଧର୍ମଗଡ଼, ତା ୧୬/୭– କଡ଼ ଲେଉଟାଉଛି କଳାହାଣ୍ଡି ରାଜନିତୀ। ସବୁଠି ବିଦ୍ରୋହୀ ସାଜୁଛନ୍ତି ବିଜେଡି ନେତା। ଭବାନୀପାଟଣାରେ ନିଜ ଦଳର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଏବେ ଜୁନାଗଡ଼ NAC ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ଵାଲଙ୍କ ବିରୁଦ୍ଧରେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ। ଏନେଇ ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦର ୯ ଜଣ କାଉନସିଲର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ଵାଲ କାଉନସିଲର ମାନଙ୍କୁ ଉପେକ୍ଷା କରି ମନମୁଖୀ କାମ କରୁଛନ୍ତି ବୋଲି ପାର୍ଷଦ ବୃନ୍ଦ ଅଭିଯୋଗ କରିଛନ୍ତି। ଏନେଇ ଉପାଧ୍ୟକ୍ଷଙ୍କ ସଭାପତିତ୍ବରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଏହି ସମସ୍ତ ପାର୍ଷଦ ବିଜୁ ଜନତାଦଳର ହୋଇଥିବାବେଳେ ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ଵାଲ ବିଜେପିରୁ ନିର୍ବାଚିତ ହୋଇଛନ୍ତି।୧୨ ଓ୍ଵାର୍ଡ ବିଶିଷ୍ଟ ଏହି NAC ରେ ମୋଟ ୧୦ ଜଣ ବିଜେଡି ଓ ୨ଜଣ ବିଜେପି କାଉନସିଲର ଅଛନ୍ତି। ଅନାସ୍ଥା ପ୍ରସ୍ତାବ ପରେ ଜୁନାଗଡ଼ ରାଜନିତୀ ଆଗକୁ ରୋଚକ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି। ୨୦ ଓ୍ଵାର୍ଡ ବିଶିଷ୍ଟ ଭବାନୀପାଟଣା ପୌରପରିଷଦରେ ଅଧ୍ୟକ୍ଷା ସମେତ ମୋଟ ୧୮ଜଣ କାଉନସିଲର ବିଜେଡିର ଥିବା ସତ୍ତ୍ବେ ନିଜ ଦଳର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଥିଲା। ସରକାର ପରିବର୍ତ୍ତନ ପରେ ପରେ ବିଜେଡି ମଧ୍ୟ ଗୋଷ୍ଠୀ କନ୍ଦଳ ଦେଖାଦେଲା ଏବଂ ଆଗକୁ ଦଳ ଖଣ୍ଡ ଖଣ୍ଡ ହେବ ବୋଲି ଚର୍ଚ୍ଚା ହେଉଥିବାବେଳେ ଜୁନାଗଡ଼ରେ ଆଗତ ଅନାସ୍ଥା ପ୍ରସ୍ତାବ କଳାହାଣ୍ଡି ରାଜନିତୀକୁ ସରଗରମ କରିଛି। ଭବାନୀପାଟଣା ପୌରପରିଷଦର ଆଗତ ଅନାସ୍ଥା ପ୍ରସ୍ତାବକୁ ଚେକମେଟ ଦେବାପାଇଁ ଏହା ବିଜେଡିର ଏକ ସୁଚିନ୍ତିତ ରଣନିତୀ କି ବୋଲି ଚର୍ଚ୍ଚା ହେଉଛି।
The post ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ଵାଲ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ appeared first on Odisha.News.