୨ ପୋଲିସ କର୍ମଚାରୀଙ୍କୁ ଛୁରାମାଡ଼
ନିରାକାରପୁର,୧୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରି ଗ୍ରାମର ଜଣେ ବ୍ୟକ୍ତି ନିଶା କାରବାର କରୁଥିବା ଖବର ପାଇ ଏନ୍ଏଚ୍ ପାଟ୍ରୋଲିଂ ଗାଡ଼ି ସହିତ ସ୍ଥାନୀୟ ଥାନାର ଦୁଇ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଉକ୍ତ ନିଶା ବେପାରୀ ଜଣଙ୍କ ପାଖରେ ରଖିଥିବା ଛୁରିରେ ଆକ୍ରମଣ କରିଥିଲେ। ତେବେ ଏହି ଛୁରାମାଡ଼ରେ ଆହତ ହୋଇଥିବା କାର୍ଯ୍ୟରତ ଦୁଇ ପୋଲିସ କର୍ମଚାରୀ ମଳିପଡ଼ା ସରକାରୀ ମେଡିକାଲରେ ଚିକିତ୍ସା ହୋଇ ଫେରିଛନ୍ତି। ଏନେଇ ଜଙ୍କିଆ […] The post ୨ ପୋଲିସ କର୍ମଚାରୀଙ୍କୁ ଛୁରାମାଡ଼ appeared first on Dharitri Odia News.
ନିରାକାରପୁର,୧୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରି ଗ୍ରାମର ଜଣେ ବ୍ୟକ୍ତି ନିଶା କାରବାର କରୁଥିବା ଖବର ପାଇ ଏନ୍ଏଚ୍ ପାଟ୍ରୋଲିଂ ଗାଡ଼ି ସହିତ ସ୍ଥାନୀୟ ଥାନାର ଦୁଇ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଉକ୍ତ ନିଶା ବେପାରୀ ଜଣଙ୍କ ପାଖରେ ରଖିଥିବା ଛୁରିରେ ଆକ୍ରମଣ କରିଥିଲେ। ତେବେ ଏହି ଛୁରାମାଡ଼ରେ ଆହତ ହୋଇଥିବା କାର୍ଯ୍ୟରତ ଦୁଇ ପୋଲିସ କର୍ମଚାରୀ ମଳିପଡ଼ା ସରକାରୀ ମେଡିକାଲରେ ଚିକିତ୍ସା ହୋଇ ଫେରିଛନ୍ତି। ଏନେଇ ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ଋତୁମ୍ଭରା କରଙ୍କୁ ପଚାରିବାରୁ ସେମିତି କିଛି ହୋଇନି ତେବେ ସରପରୀରୁ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ତାଙ୍କ ନିକଟରୁ ମଦ ଜବତ ହୋଇଥିବା ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ କାବୁ କରିଥିବା ବେଳେ ଉକ୍ତ ଯୁବକ ଜଣଙ୍କ କାର୍ଯ୍ୟରେ ଥିବା କିଛି ପୋଲିସ କର୍ମଚାରୀଙ୍କୁ ଧରିଥିବା ଛୁରିରେ ଆଘାତ କରି ଖସିଯିବାକୁ ଉଦ୍ୟମ କରିଥିଲେ। ପୋଲିସ କର୍ମଚାରୀମାନେ ଆହତ ସତ୍ତ୍ୱେ ଏହି ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ।
The post ୨ ପୋଲିସ କର୍ମଚାରୀଙ୍କୁ ଛୁରାମାଡ଼ appeared first on Dharitri Odia News.