ଭାରସାମ୍ୟ ହରାଇ ବସ୍କୁ ଧକ୍କା ଦେଲା ବାଇକ୍, ଦୁଇ ଗୁରୁତର
ପାଟଣା,୨୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ନଂ ଜାତୀୟ ରାଜପଥର ମଙ୍ଗଳପୁର ପୋଲ ନିକଟରେ ଶୁକ୍ରବାର ଭୁବନେଶ୍ୱରରୁ ଆସୁଥିବା ପୁଜାରାଣୀ ବସକୁ ଏକ ବାଇକ ଧକ୍କା ଦେବାରୁ ବାଇକରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇଜଣ ହେଉଛନ୍ତି ପାଣିକୋଇଲି ମାଧପୁର ଗ୍ରାମର ଆଶିଷ କୁମାର ସାହୁ ଓ ଅନ୍ୟ ଜଣେ ଭୁବନେଶ୍ୱର ବାଗମୟୀ ଶର୍ମା ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଗୁରୁତର ଦୁଇଜଣ ଘଟଗାଁର ଏକ ମାଇକ୍ରୋଫାଇନ୍ସରେ କାର୍ଯ୍ୟରତ […] The post ଭାରସାମ୍ୟ ହରାଇ ବସ୍କୁ ଧକ୍କା ଦେଲା ବାଇକ୍, ଦୁଇ ଗୁରୁତର appeared first on Dharitri Odia News.
ପାଟଣା,୨୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ନଂ ଜାତୀୟ ରାଜପଥର ମଙ୍ଗଳପୁର ପୋଲ ନିକଟରେ ଶୁକ୍ରବାର ଭୁବନେଶ୍ୱରରୁ ଆସୁଥିବା ପୁଜାରାଣୀ ବସକୁ ଏକ ବାଇକ ଧକ୍କା ଦେବାରୁ ବାଇକରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇଜଣ ହେଉଛନ୍ତି ପାଣିକୋଇଲି ମାଧପୁର ଗ୍ରାମର ଆଶିଷ କୁମାର ସାହୁ ଓ ଅନ୍ୟ ଜଣେ ଭୁବନେଶ୍ୱର ବାଗମୟୀ ଶର୍ମା ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଗୁରୁତର ଦୁଇଜଣ ଘଟଗାଁର ଏକ ମାଇକ୍ରୋଫାଇନ୍ସରେ କାର୍ଯ୍ୟରତ ଥିବା ଜଣାପଡିଛି । ପୂଜାରାଣୀ ବସଟି ଭୁବନେଶ୍ୱରରୁ ପାଟଣା ଅଭିମୁଖେ ଆସୁଥିବାବେଳେ ବାଇକଟି ପାଟଣାରୁ ଢେଙ୍କିକୋଟ ଅଭିମୁଖେ ଯାଉଥିବାବେଳେ ମଙ୍ଗଳପୁର ଢ଼ାବା ନିକଟରେ ଦୁର୍ଘଟଣା ଘଟିଛି। ଫଳରେ ଗୁରୁତର ଦୁଇଜଣକୁ ଦୁର୍ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସାରୁ ଦୁହିଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଉଭୟ ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି।
The post ଭାରସାମ୍ୟ ହରାଇ ବସ୍କୁ ଧକ୍କା ଦେଲା ବାଇକ୍, ଦୁଇ ଗୁରୁତର appeared first on Dharitri Odia News.