ହାଇବ୍ରିଡ୍ ପାୱାରଟ୍ରେନ୍ ସହିତ ଆସିବ ନୂଆ Kia Seltos, ଜାଣନ୍ତୁ ଏହି କାରର ଲୁକ୍ ଏବଂ ଫିଚର୍ସ
Kia Seltos ର ନୂଆ ଜେନେରେସନ୍ ମଡେଲ୍ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି । ଅଟୋ ମେକର୍ସମାନେ ଏହି SUV କୁ ଏକ ନୂଆ ଷ୍ଟାଇଲିଂ ଲୁକ୍ ସହିତ ଆଣିପାରିବେ । Kia ର ଏହି କାର୍ ବକ୍ସି ଡିଜାଇନ୍ ସହିତ ଆସିପାରିବ । ଏହି କାରରେ ନୂଆ vertical LED ସିଗ୍ନେଚର ମଧ୍ୟ ଲଗାଯାଇପାରିବ । ଏହା ସହିତ ପ୍ରଣ୍ଟ-ଏଣ୍ଡକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରାଯାଇପାରିବ । Kia Seltos ର ନୂଆ ଜେନେରେସନ୍ […] The post ହାଇବ୍ରିଡ୍ ପାୱାରଟ୍ରେନ୍ ସହିତ ଆସିବ ନୂଆ Kia Seltos, ଜାଣନ୍ତୁ ଏହି କାରର ଲୁକ୍ ଏବଂ ଫିଚର୍ସ appeared first on KNews Odisha.

Kia Seltos ର ନୂଆ ଜେନେରେସନ୍ ମଡେଲ୍ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି । ଅଟୋ ମେକର୍ସମାନେ ଏହି SUV କୁ ଏକ ନୂଆ ଷ୍ଟାଇଲିଂ ଲୁକ୍ ସହିତ ଆଣିପାରିବେ । Kia ର ଏହି କାର୍ ବକ୍ସି ଡିଜାଇନ୍ ସହିତ ଆସିପାରିବ । ଏହି କାରରେ ନୂଆ vertical LED ସିଗ୍ନେଚର ମଧ୍ୟ ଲଗାଯାଇପାରିବ । ଏହା ସହିତ ପ୍ରଣ୍ଟ-ଏଣ୍ଡକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରାଯାଇପାରିବ ।
Kia Seltos ର ନୂଆ ଜେନେରେସନ୍ ମଡେଲର ସାଇଜ୍ ପୁରୁଣା ମଡେଲ୍ ସହିତ ସମାନ ହୋଇପାରେ । କିନ୍ତୁ ଏହାର ବକ୍ସି ଡିଜାଇନ୍ ଏହି କାରକୁ ବେଟର ଲୁକ୍ ଦେଇପାରେ । ଏହି Kia କାରର ଟପ୍-ଏଣ୍ଡ ଭର୍ସନରେ ନୂଆ ୧୮-ଇଞ୍ଚର ଆଲୋଇ ହୁଇଲ୍ ରହିଛି । ନୂଆ Kia Seltos ର ମଡେଲ ପୁରୁଣା ପ୍ଲାଟଫର୍ମ ଉପରେ ବେସ୍ଡ ହୋଇପାରେ । କିନ୍ତୁ ଏହି କାରର ଇଣ୍ଟେରିୟରରେ ନୂଆ ଏବଂ ବଡ଼ ଟଚସ୍କ୍ରିନ୍ ମିଳିପାରିବ । ଏହା ସହିତ ନୂଆ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଳଷ୍ଟର ମଧ୍ୟ ଏହି ଗାଡିରେ ଲଗାଯାଇପାରିବ । ଏହି କାରର ଷ୍ଟ୍ରିୟରିଂ ହୁଇଲରେ Kia ର ଲୋଗୋ ମଧ୍ୟ ରଖାଯାଇପାରିବ ।
Kia Seltos ର ନୂଆ ମଡେଲର ସବୁଠାରୁ ଖାସ୍ କଥା ହେଉଛି ଯେ ଏହି କାରରେ ଉପଲବ୍ଧ ଥିବା ହାଇବ୍ରିଡ୍ ପାୱାରଟ୍ରେନ୍ । କିନ୍ତୁ ଏହା ଦେଖିବାକୁ ବାକି ରହିଛି ଯେ Seltos ର ହାଇବ୍ରିଡ୍ ମଡେଲ୍ ଭାରତରେ ଆସିବ କି ନାହିଁ । ଭାରତରେ ହାଇବ୍ରିଡ୍ ମଡେଲ କାରଗୁଡିକୁ ବହୁତ ପସନ୍ଦ କରାଯାଉଛି, କାରଣ ଏହି କାରଗୁଡିକ ଉନ୍ନତ ଫ୍ୟୁଏଲ ଏଫିସିଏନ୍ସି ପ୍ରଦାନ କରିଥାଏ ।
୨୦୨୬ ସୁଦ୍ଧା Kia Seltos ର ନୂଆ ଜେନେରେସନ୍ ମଡେଲ୍ ସହିତ ଗ୍ଲୋବାଲ୍ ଡେବ୍ୟୁ କରିପାରେ । ନିକଟରେ ମାର୍କେଟରେ ବଢ଼ୁଥିବା କମ୍ପଟିସନ୍ ଯୋଗୁ କିଆ ସେଲଟସର ସେଲ୍ ହ୍ରାସ ପାଇଛି । ସେହିଭଳି ଏହି କାରର ନୂଆ ମଡେଲ୍ କମ୍ପାନୀ ସେଲକୁ ବଢ଼ାଇପାରିବ । କିନ୍ତୁ ଏହି ନୂଆ ମେଡଲ୍ ଭାରତୀୟ ବଜାରରେ Hyundai Creta ସହିତ ଟକ୍କର ଦେବ, ଯାହା ଏହି ସେଗମେଣ୍ଟର ଦେଶର ସବୁଠାରୁ ପପୁଲାର୍ SUV ମଧ୍ୟରୁ ଗୋଟିଏ ।
The post ହାଇବ୍ରିଡ୍ ପାୱାରଟ୍ରେନ୍ ସହିତ ଆସିବ ନୂଆ Kia Seltos, ଜାଣନ୍ତୁ ଏହି କାରର ଲୁକ୍ ଏବଂ ଫିଚର୍ସ appeared first on KNews Odisha.