ପୁଅ ଭଲ ପାଇ ଅନ୍ୟଜାତିରେ ବାହାହେଲା ବୋଲି…

ପୁରୁଷୋତ୍ତମପୁର,୧୮।୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ସାମାଜିକ ବାସନ୍ଦ ଭଳି କୁସଂସ୍କାର ଏବେବି ଲାଗିରହିଛିା ପୁରୁଷୋତ୍ତମ ପୁର ଥାନା ଅଧୀନ ସାଗୁଣାପଲ୍ଲୀରେ ଗତ କିଛିମାସ ତଳେ ଏଭଳି ଏକ ସାମାଜିକ ବାସନ୍ଦ ଘଟଣା ଘଟିଥିଲା। ଯାହାକୁ ନେଇ ପୋଲିସ ପ୍ରଶାସନର ମୁଣ୍ଡବଥା ପାଲଟି ଥିବା ବେଳେ ପୁଣି ଭାଟକୁମରଡାରେ ଏପରି ଏକ ଘଟଣା ସାମ୍‌ନାକୁ ଆସିଛି। ପୁଅ ଭଲପାଇ ଅନ୍ୟଜାତିରେ ବିବାହ କରିବାରୁ ପରିବାର ଲୋକଙ୍କୁ ସମାଜରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମଙ୍ଗଳବାର ଭାଟକୁମରଡାର […] The post ପୁଅ ଭଲ ପାଇ ଅନ୍ୟଜାତିରେ ବାହାହେଲା ବୋଲି… appeared first on Dharitri Odia News.

ପୁଅ ଭଲ ପାଇ ଅନ୍ୟଜାତିରେ ବାହାହେଲା ବୋଲି…

ପୁରୁଷୋତ୍ତମପୁର,୧୮।୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ସାମାଜିକ ବାସନ୍ଦ ଭଳି କୁସଂସ୍କାର ଏବେବି ଲାଗିରହିଛିା ପୁରୁଷୋତ୍ତମ ପୁର ଥାନା ଅଧୀନ ସାଗୁଣାପଲ୍ଲୀରେ ଗତ କିଛିମାସ ତଳେ ଏଭଳି ଏକ ସାମାଜିକ ବାସନ୍ଦ ଘଟଣା ଘଟିଥିଲା। ଯାହାକୁ ନେଇ ପୋଲିସ ପ୍ରଶାସନର ମୁଣ୍ଡବଥା ପାଲଟି ଥିବା ବେଳେ ପୁଣି ଭାଟକୁମରଡାରେ ଏପରି ଏକ ଘଟଣା ସାମ୍‌ନାକୁ ଆସିଛି। ପୁଅ ଭଲପାଇ ଅନ୍ୟଜାତିରେ ବିବାହ କରିବାରୁ ପରିବାର ଲୋକଙ୍କୁ ସମାଜରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମଙ୍ଗଳବାର ଭାଟକୁମରଡାର କୁନି ସେଠୀଙ୍କ ପରିବାର ଥାନାର ଦ୍ବାରସ୍ତ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି।

କୁନି ଅଭିଯୋଗ କରିଛନ୍ତି ଯେ, ତାଙ୍କ ବଡପୁଅ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲା। ସେଠାରେ ଜଣେ ଯୁବତୀଙ୍କୁ ଭଲପାଇ ବିବାହ କରିଥିଲା। ବର୍ତ୍ତମାନ ଦୁହେଁ ଖୁସିରେ ରହୁଛନ୍ତି। ଏପରିକି ଗତ ୩ମାସ ତଳେ ତାଙ୍କର ସାନପୁଅର ବିବାହ ସମାଜିକ ନିୟମ ଅନୁସାରେ ହୋଇଥିଲା।

ସେହି ସମୟରେ ବଡପୁଅ ବିବାହ କାର୍ଯ୍ୟରେ ଯୋଗଦେବା ନେଇ ସମାଜର କେତେଜଣ ବ୍ୟକ୍ତି ଏହାକୁ ବାରଣ କରି ପରିବାର ଲୋକଙ୍କୁ ସାମାଜିକ ବାସନ୍ଦ କରିଛନ୍ତି। ଏପରିକି ତାଙ୍କ ପରିବାରକୁ ବିଭିନ୍ନ ପ୍ରକାରର ଅଶ୍ଳୀଳ ବ୍ୟବହାର ସହ କମେଣ୍ଟ କରିବାରେ ଲାଗିଛନ୍ତି। ତାଙ୍କ ପରିବାରଙ୍କ ସହ ସମାଜର କୌଣସି ବ୍ୟକ୍ତି କଥାହେଲେ ସେମାନଙ୍କୁ ସାହିରେ କଙ୍ଗାରୁ କୋର୍ଟ ବସାଇ ବାସନ୍ଦ କରି ଜରିମାନା କରିବାରେ ଲାଗିଛନ୍ତି। ଏନେଇ କୁନିଙ୍କ ପରିବାର ଗାଁରେ ଚଳିବାରେ ଅସହ୍ୟ ହୋଇପଡିଥିବା ବେଳେ ଶେଷରେ ନ୍ୟାୟ ପାଇଁ ସ୍ବାମୀ ଲଡୁ ଓ ସାନପୁଅ ଜିତେନ୍ଦ୍ରକୁ ନେଇ କୁନି ପୋଲିର ଦ୍ବାରସ୍ତ ହୋଇ ଥାନାରେ ବସି ରହିଛନ୍ତି। ଅଭିଯୋଗର ତଦନ୍ତ କରାଯିବ ବୋଲି ପୋଲିସ କହିଛି।

The post ପୁଅ ଭଲ ପାଇ ଅନ୍ୟଜାତିରେ ବାହାହେଲା ବୋଲି… appeared first on Dharitri Odia News.