ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ଫୋନ ୱାଲପେପର ଭାଇରାଲ୍‌: ରଖିଛନ୍ତି ଏହି ଫଟୋ

ମୁମ୍ବାଇ,୨୯।୧୧: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକଙ୍କ ମଧ୍ୟରେ ଛାଡପତ୍ରର ଗୁଜବ କିଛି ସମୟ ଧରି ଚାଲିଆସୁଛି। କୁହାଯାଉଛି ଐଶ୍ୱର୍ଯ୍ୟା ଏବଂ ବଚ୍ଚନ ପରିବାର ମଧ୍ୟରେ ପାରିବାରିକ କଳହ ଚାଲିଛି। ଐଶ୍ୱର୍ଯ୍ୟା ଏବଂ ତାଙ୍କ ଝିଅ ଆରାଧ୍ୟା ଗତ କିଛି ଦିନ ହେବ ଅଭିଷେକଙ୍କ ସହ ରହୁ ନାହାଁନ୍ତି। କିନ୍ତୁ ବଚ୍ଚନ ପରିବାର ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କଳ୍ପନାଜଳ୍ପନା ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ଫୋନ ୱାଲପେପର ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି। ଐଶ୍ୱର୍ଯ୍ୟା […] The post ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ଫୋନ ୱାଲପେପର ଭାଇରାଲ୍‌: ରଖିଛନ୍ତି ଏହି ଫଟୋ appeared first on Dharitri Odia News.

ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ଫୋନ ୱାଲପେପର ଭାଇରାଲ୍‌: ରଖିଛନ୍ତି ଏହି ଫଟୋ

ମୁମ୍ବାଇ,୨୯।୧୧: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକଙ୍କ ମଧ୍ୟରେ ଛାଡପତ୍ରର ଗୁଜବ କିଛି ସମୟ ଧରି ଚାଲିଆସୁଛି। କୁହାଯାଉଛି ଐଶ୍ୱର୍ଯ୍ୟା ଏବଂ ବଚ୍ଚନ ପରିବାର ମଧ୍ୟରେ ପାରିବାରିକ କଳହ ଚାଲିଛି। ଐଶ୍ୱର୍ଯ୍ୟା ଏବଂ ତାଙ୍କ ଝିଅ ଆରାଧ୍ୟା ଗତ କିଛି ଦିନ ହେବ ଅଭିଷେକଙ୍କ ସହ ରହୁ ନାହାଁନ୍ତି। କିନ୍ତୁ ବଚ୍ଚନ ପରିବାର ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କଳ୍ପନାଜଳ୍ପନା ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ଫୋନ ୱାଲପେପର ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି। ଐଶ୍ୱର୍ଯ୍ୟା ଦୁବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ।

ଐଶ୍ୱର୍ଯ୍ୟାଙ୍କୁ ଏକ ଷ୍ଟାଇଲିସ କଳା ଏବଂ ଧୂସର ଜ୍ୟାକେଟ ପିନ୍ଧିଥିବାର ଦେଖାଯାଇଥିଲା। ଏହି ସମୟରେ ସେ ହସିହସି ଫଟୋଗ୍ରାଫରଙ୍କୁ ପୋଜ ଦେଇଥିଲେ। ଏହି ସମୟ ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ମୋବାଇଲ ୱାଲପେପର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ୱାଲପେପରରେ ଆରାଧ୍ୟା ଅନ୍ୟ କାହା ସହିତ ଦେଖାଯାଉଥିବା ଜଣାଯାଇଛି।

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମୋବାଇଲ ୱାଲପେପର ଦେଖି ଲୋକମାନେ ଆରାଧ୍ୟାଙ୍କୁ ଚିହ୍ନିଥିଲେ କିନ୍ତୁ ତାଙ୍କ ସହ ଥିବା ବ୍ୟକ୍ତିଙ୍କ ବିଷୟରେ ଆଲୋଚନା ଚାଲିଛି। ଆରାଧ୍ୟା ଅମିତାଭ କିମ୍ବା ଐଶ୍ୱର୍ଯ୍ୟାଙ୍କ ସ୍ବର୍ଗତ ପିତା କୃଷ୍ଣରାଜ ରାୟଙ୍କ ସହ ଅଛନ୍ତି।

ନିକଟରେ ଐଶ୍ୱର୍ଯ୍ୟା ମୁମ୍ବାଇରେ ଆରାଧ୍ୟାଙ୍କ ୧୩ତମ ଜନ୍ମଦିନ ଉତ୍ସବ ପାଳନ କରିଥିଲେ। କିନ୍ତୁ ଏଥିରେ ଅଭିଷେକ ନଜର ଆସି ନ ଥିଲା।

 

View this post on Instagram

 

A post shared by Viral Bhayani (@viralbhayani)

 

The post ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ଫୋନ ୱାଲପେପର ଭାଇରାଲ୍‌: ରଖିଛନ୍ତି ଏହି ଫଟୋ appeared first on Dharitri Odia News.